ଜୟପୁର ; ବୋରିଗୁମ୍ମା ବ୍ଲକର ୩୧ ଗୋଟି ପଞ୍ଚାୟତ ର ଲୋକେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି।ପ୍ରତ୍ୟେକ ଦିନ ୨୦୦ ରୁ ଉର୍ଦ୍ଧ୍ବ ରୋଗୀ ସ୍ୱାସ୍ଥ୍ୟ ସେବା ପାଇଁ ଆସନ୍ତି ପୁଣି ଆନ୍ତର୍ବିଭାଗ ରେ ୪୦ ରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସିତ ହୁଅନ୍ତି।ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇ ଗୋଟି ନଳକୂପ ରହିଛି କିନ୍ତୁ ସେଥିରୁ ପର୍ଯ୍ୟାପ୍ତ ପାଣି ବାହାରୁ ନଥିଲା ଫଳରେ ଅନେକ ଦିନ ଧରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଳ ସମସ୍ୟା ଲାଗି ରହିଥିଲା।
ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର୍ ଇନଚାର୍ଜ ଡାକ୍ତର ରାଜିକ୍ୟୁ ମିର୍ଜା ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମାନେ ଏହି ସମସ୍ୟା ସମ୍ପର୍କରେ ମାନ୍ୟବର ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତିଙ୍କୁ ଅବଗତ କରାଇଥିଲେ। ବିଧାୟକ ନଳକୂପ ଖନନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଖୁସିର କଥା ବିଧାୟକ ପ୍ରତିଶୁତି ଦେଇଥିବାର ୨୪ ଘଣ୍ଟା ନ ପୁରୁଣୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୋରିଗୁମ୍ମା ଠାରେ ନୂତନ ନଳକୂପ ଖନନ କାର୍ଯ୍ୟ ଆରମ୍ଭ କରିଥିଲେ। ବିଧାୟକଙ୍କ ଏପରି ମହାନ୍ କାର୍ଯ୍ୟ ପାଇଁ ବୋରିଗୁମ୍ମା ଗ୍ରାମବାସୀ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ବିଧାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।