ଦଶପଲ୍ଲା :- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ମଧ୍ଯଖଣ୍ଡ ଗ୍ରାମର ଝୁନା ରାଣୀ ଦଳେଇ ସ୍ଵାମୀ:- ଦୁଃଖିଶ୍ୟାମ ଦଳେଇ ଙ୍କ କ୍ଷେତ୍ରରେ… ସୂଚନାଯୋଗ୍ୟ, ଯେ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଖଟିଖିଆ ଲୋକମାନଙ୍କ ନିମନ୍ତେ ଆବାସ ଯୋଜନା ଯଥା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ବିଜୁ ଆବାସ ଯୋଜନା କାର୍ଯକାରୀ କରିଛନ୍ତି। କିନ୍ତୁ ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ସବୁ ଯୋଜନା ବିଫଳ ହେବାର ଦେଖିବାକୁ ମିଳୁଛି। ସରକାର କେବଳ (ରାଜ୍ୟ ହେଉ କେନ୍ଦ୍ର ହେଉ) ବାଃ ବାଃ ନେବାରେ ଲାଗିଛନ୍ତି , କିନ୍ତୁ ଫଳା ଫଳ ସର୍ବଦା ଓଲଟା। ସେଭଳି ଏକ ବିକାଶ ର ନଗ୍ନ ଚିତ୍ର ଦେଖିବାକୁ ମିଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ମଧ୍ଯଖଣ୍ଡ ଗ୍ରାମର ଝୁନା ରାଣୀ ଦଳେଇ ଙ୍କ କ୍ଷେତ୍ରରେ… ସୂଚନାଯୋଗ୍ୟ, ଯେ ଝୁନା ରାଣୀ ଦଳେଇ ଙ୍କ ସ୍ବାମୀ ଜଣେ ଖଟିଖିଆ ମଜୁରିଆ। ମୂଲ ଲାଗିଲେ ଘର ସଂସାର ଚଳେ। ଜରି ପାଲ ତଳେ ଜୀବନ ନିର୍ବାହ ହେଉଛି। ତେବେ ଦୁଃର୍ଭାଗ୍ୟ ର କାରଣ ଏହି କି ଯେ ପଲ୍ଲୀସଭା ରେ ନାମ ପଞ୍ଜୀକୃତ ଓ ହିତାଧିକାରୀ ତାଲିକାରେ ନାମ ଥାଇ ମଧ୍ୟ ଆଜକୁ ଅନେକ ବର୍ଷ ହେଲା ଘରଟିଏ ପାଇଁ ସଂଘର୍ଷ କରୁଛନ୍ତି। ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ଯେ ଏହି ଆବାସ ଯୋଜନା କଣ ଧନୀ ବ୍ୟକ୍ତି ଙ୍କ ନିମନ୍ତେ ପ୍ରଯୁଜ୍ୟ । ସେମାନଙ୍କ ମତରେ ଯଦି ଗରିବ ଅସହାୟ ଲୋକ ଏହି ଯୋଜନା ର ଲାଭ ପାଉନାହିଁ।ତେବେ ଏହି ଯୋଜନା କାହା ପାଇଁ ? ସରକାରଙ୍କ ବିକାଶ ର ଝଲକ ଏଥି ରୁ ଦେଖିବାକୁ ମିଳୁଛି ବୋଲି ଜନ ମାନସ ରେ ଚର୍ଚ୍ଚା ହେଉଛି।