ବୁଲୁଛି  ମହାବଳ,  ଗାଇ ଲାଳସା ଛାଡି ପାରୁନି 

ଆର,ଉଦୟଗିରି -(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା କିଛି ଦିନ ହେବ ଏବେ ବି ରହିଛି ମହାବଳ ବାଘ  । ଗତ ୨୨ ତାରିଖରେ ରାୟଗଡା ବ୍ଳକରେ ଗାଇକୁ ଶିକାର କରିଥିଲେ । ତା ‘ ପରେ ଆଉ କୌଣସି ସନ୍ଧାନ ମିଳିନଥିଲା । ବାଘ ବନ ବିଭାଗ ସହ ଲୁଚକାଳି  ଖେଳୁଛି ମହାବଳ । ଗୋଟିଏ ପରେ ଗୋଟିଏ ଗାଇ ଶିକାର କରିବାରେ ଲାଗିଛି । ଆର,ଉଦୟଗିରି ବନ ବିଭାଗର ପରିମଳ ବିଟ୍ ରେ ରବିବାର ଓ ସୋମବାର ଦୁଇଦିନ ହେବ ବାଘ ଜଙ୍ଗଲରେ ବୁଲୁଥିବା ଅଞ୍ଚଳବାସୀ ଅଭିଯୋଗ ହେଉଛି । ଗୋଟିଏ ଗାଇକୁ ଖାଇ ଦେବା ସ୍ଥାନୀୟ ସରପଞ୍ଚଙ୍କୁ ବନ ବିଭାଗକୁ ଜଣାଇଲେ । ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି । ଏହି ବିଷୟ ଜାଣିବା ପରେ ସେହି ଗ୍ରାମକୁ ବନ ବିଭାଗର ରେଞ୍ଜର ସେହି ଗ୍ରାମ ଜାଇ ତଦନ୍ତ କରିବା  ସହ ରେଞ୍ଜର ଉମାଶଙ୍କର ବିଷୋୟୀ ଓ ତାଙ୍କ ଷ୍ଟାପ  ସେହି ଗ୍ରାମରେ ସଚେତନତା କରିଥିଲେ ।  

ସୁଚନା ଅନୁଯାୟୀ ମହାରାଷ୍ଟ୍ରରୁ ଆସିଥିବା ମହାବଳ ବାଘ ଗତ ୨୦ ତାରିଖରେ ଗଜପତି ଉପକଣ୍ଠରେ ଥିଲି । ପର ଦିନ ଗଜପତିରେ ପ୍ରବେଶ କରି ୩୦ କିମି ଦୂର ଅତିକ୍ରମ କରି ରାୟାଗଡା ବ୍ଳକ ଅଁଳାବର ଗ୍ରାମରେ ପହଞ୍ଚିଥିଲେ । ରାତିରେ ଗୋଟିଏ ଗାଇକୁ ୨ ମିଟର ଷୋଷରି ନେଇ ପାହାଡ ଉପରେ ଖାଇଥିଲା । ଶେଷ ଥର ପାଇଁ ୨୨ ତାରିଖରେ ବନ ବିଭାଗ ତାର ପାଦ ଚିହ୍ନଟ କରିଥିଲା । ତା ‘ ର ଠାରୁ ଆଉ ବାଘର ପତ୍ତା ମିଳିନଥିଲା କି ପାଦ ଚିହ୍ନ ମିଳିନଥିଲା । ଖଣ୍ଡ ମଣ୍ଡଳ ବନ ବିଭାଗ ପକ୍ଷରୁ ସଚେତନ କରାଯାଇଥିଲା । ବନ ବିଭାଗ ଟିମ୍କୁ କୌଣସି ସୁରାଗ ମିଳିନଥିଲା । ୪ ଦିନ ପରେ ଆର, ଉଦୟଗିରି ଥାନା ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି ।

ଅନୁଗୁରୁ ପଞ୍ଚାୟତ ଉଆମା ଗ୍ରାମରେ ଗ୍ରାମ ଠାରୁ ଦୁଇ କିଲୋମିଟର ଗାଇ ଗୁହାଲ ବନ୍ଧା ଯାଇଥିଲା ସେହି ଗାଇକୁ ବାଘ ମାରିଥିବା ବନ ବିଭାଗ ଖବର ପାଇଥିଲା । ପୂର୍ବହ୍ନ ୧୦ଟା ରେଞ୍ଜର ଉମାଶଙ୍କର ବିଷୋୟୀ, ପରୀମଳ ଫରେଷ୍ଟ ପ୍ରଦୀପ ଚୌଧୂରୀ, ମୋଜେସ ଶବର, ନୁଆଗଡ ଫରେଷ୍ଟ ସୁଶାନ୍ତ ନାୟକ, ଫରେଷ୍ଟ ଗାର୍ଡଙ୍କ ସମେତ ଏକ ଟିମ୍ ଉଆମା ଗ୍ରାମରେ ପହଞ୍ଚିଥିଲେ । ଗାଇର ଗୁଡ , ମୁଣ୍ଡ ଆଦି ଛିନ୍ଭିନ୍ ହୋଇ ପଡିଛି । ଗାଁ ଠାରୁ ୨ କିଲୋମିଟରରେ ଦୂରରେ ପ୍ରାୟ ୬ଟି ଗୋରୁ ବନ୍ଧା ହୋଇଥିଲା ସେଥିରୁ ୩ଟି ଗୋରୁକୁ ଶିକାର କରିଥିବା ସ୍ଥାନୀୟ ସରପଞ୍ଚ ସହ ଗ୍ରାମବାସୀ କହିଛନ୍ତି । ୫୦ ମିଟର ଦୂରକୁ ଘୋଷରି ନେଇ ଖାଇଛି । ପାରଳାଖେମଣ୍ଡରୁ ଟାଇଗର ଟ୍ରାକିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଟିମ୍ ରେ ପ୍ରାୟ ୧୦  ଜଣ ରହିଛନ୍ତି । ଦରଖିଆ ଗୋରୁ ନିକଟରେ ୩ଟି ଟ୍ରାପ୍ କ୍ୟାମେରା ଲଗାଯାଇଛି । ବନ ବିଭାଗ ପକ୍ଷରୁ ଗ୍ରାମବାସୀକୁ ସନ୍ଧ୍ୟା ପରେ ଘରୁ ନବାହରିବାକୁ କହିଛନ୍ତି । ଗୋରୁ ଗାଇଙ୍କୁ ବନ୍ଦ  ଘରେ ରଖିବ ଓ ଏକା ଜଙ୍ଗଲ ଭିତରକୁ ନଯିବାକୁ ସଚେତନ କରାଯାଇଥିବା ରେଞ୍ଜର ର ଉମାଶଙ୍କର ବିଷୋୟୀ କହିଛନ୍ତି । ଗ୍ରାମବାସୀ ତିନିଟି ଗାଇ ବାଘ ଖାଇଥିବା କହିଥିବା ବେଳେ ତଦନ୍ତ ପରେ ବାଘ କେତୋଟି  ଶିକାର କରିଛି ଜଣାପଡିଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଉଛି ।  ବାଘ କେନ୍ଦୁଗୁଡା ଅଞ୍ଚଳ ଚାଲିଗଲାଣି ବୋଲି ରେଞ୍ଜର ଶ୍ରୀ ବିଷୋୟୀ କହିଛନ୍ତି ।

Leave A Reply

Your email address will not be published.