ଖବର ସାରାଂଶ….ତାରିଖ ୧୧-୧୨-୨୦୨୩/ସୋମବାର

୧-ଆଜି ‘ବିକଶିତ ଭାରତ @୨୦୪୭’ଶୁଭାରମ୍ଭ: ରାଜଭବନରେ କୁଳପତିଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ।

୨-ଭୁବନେଶ୍ୱର:ଦଶମ ନମୁନା ପ୍ରଶ୍ନପତ୍ରରେ ତ୍ରୁଟି। ଚିନ୍ତାରେ ଛାତ୍ରଛାତ୍ରୀ।

୩-ଓଷ୍ଟା ପକ୍ଷରୁ ମେଧା ଅନ୍ବେଷଣ ପରୀକ୍ଷା:୧୦୫ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଲେ ୯୫୯୭ ପରୀକ୍ଷାର୍ଥୀ ।

୪-୨୦ରୁ ଜୟଦେବ ଗୌରବ ସମ୍ମାନ:ଆସିବେ ବଲିଉଡ୍ ଅଭିନେତା ସୁନିଲ ସେଟ୍ଟି,ଗୁଲସନ ଗ୍ରୋଭର।

୫-ବଲାଙ୍ଗୀର:୨୫ଟି ମେସିନରେ ୫୦ କର୍ମଚାରୀଙ୍କ ଦ୍ବାରା ଟଙ୍କା ଗଣତି ଶେଷ,ମିଳିଲା ୩୦୫ କୋଟି।

୬-ପୁରୀ: ଦେବ ଦୀପାବଳିରେ ବଡ଼ଦାଣ୍ଡ ହେବ ଦୀପମୟ, ସନ୍ଧ୍ୟା ୫ଟାରୁ ୭ ଯାଏଁ ଜଳିବ ଲକ୍ଷାଧିକ ଦୀପ।

୭-ଓଡିଶାରେ ଟାଟାର ସମ୍ପ୍ରସାରଣ ଯୋଜନା, କଳିଙ୍ଗ ନଗର ୟୁନିଟ ପାଇଁ ୩୦ ହଜାର କୋଟି ନିବେଶ।

୮-ନର୍ଲା ରେଞ୍ଜର ପ୍ରଶାନ୍ତ ପାଲୋଙ୍କୁ ଦଳି ଦେଲା ଦନ୍ତା, ମେଡ଼ିକାଲରେ ମୃତ ଘୋଷଣା କଲେ ଡାକ୍ତର।

୯-ଆହୁରି ବଢିବ ଶୀତ। ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ।

୧୦-ଢେଙ୍କାନାଳ ସଦର: ସଦର ଥାନା ଭାପୁର ଫାଣ୍ଡି ନଟକଟା ଗାଁରେ କୁଅରେ ପଡି ନାବାଳକ ୨ ଭାଇଙ୍କର ମୃତ୍ୟୁ।

୧୧-ବାଲିଯାତ୍ରା ମହୋତ୍ସବରେ ଦୁର୍ନୀତି ଅଭିଯୋଗ: ଆନ୍ଦୋଳନ କରିବାକୁ ମୋକିମଙ୍କ ଚେତାବନୀ।

୧୨-ଭୁବନେଶ୍ୱରରେ ପହଞ୍ଚିଲେ ବାଗେଶ୍ବର ବାବା, କଡ଼ା ସୁରକ୍ଷା ଭିତରେ ପୁରୀ ରେ କଲେ ଜଗା ଦର୍ଶନ।

୧୩-ଦୁଇ ଦିନ ହେଲା ପାଣି ପାଇଁ କଲବଲ ହେଉଛନ୍ତି ଅଧା ରାଜଧାନୀବାସୀ: କୁଆଖାଇରୁ ପାଣି ଉଠାଉଥିବା ପାଇପ ଫାଟି ଯାଇଥିବାରୁ ଜଳ ଯୋଗାଣ ବାଧାପ୍ରାପ୍ତ।

୧୪-ଅଣ୍ଡାର ପ୍ୟାକେଟରେ ଥିବା କ୍ୟୁଆର୍ କୋଡ୍‌କୁ ସ୍କାନ କଲେ ତାହାର ଉତ୍ପାଦନ ଏବଂ ପୋଷଣ ବିଷୟରେ ଜାଣିହେବ।

୧୫-ଭୁବନେଶ୍ୱର:ରୁଚିକା ମାର୍କେଟ ନିକଟରୁ ଲୁଟ୍,
ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୁତ୍ତ।

୧୬-ଭୁବନେଶ୍ୱର:ମିଳିଲାନି ପ୍ରବେଶ ଅନୁମତି, ଭିନ୍‌ଟେଜ୍‌ କାର୍ ପ୍ରଦର୍ଶନୀରେ ଉତ୍ତେଜନା, ପୋଲିସ୍‌-ଜନତା ଠେଲାପେଲା।

୧୭-ନୂଆ ବର୍ଷ ଠାରୁ ମହଙ୍ଗା ହେବ ଗାଡ଼ି: ୩% ମୂଲ୍ୟ ବଢ଼ାଇବାକୁ ଟାଟାର ଘୋଷଣା, ଅନ୍ୟ କମ୍ପାନୀମାନେ ବି ବଢ଼ାଇବେ ଦାମ୍।

୧୮-ଗୁଟକା ବିଜ୍ଞାପନରେ ଅଭିନୟ: ଅକ୍ଷୟ,ଶାହାରୁଖ ଓ ଅଜୟଙ୍କୁ ଉଚ୍ଚ ନ୍ୟାୟାଳୟଙ୍କ ନୋଟିସ।

୧୯-ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ; ଆକାଶ ଆନନ୍ଦଙ୍କ କାନ୍ଧରେ ‘ବିଏସ୍‌ପି’ ଭାର।

୨୦-ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ। ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓ ସାଏଙ୍କ ନାଁରେ ମୋହର।

ଶୁଭ ସକାଳ, ଜୟ ଜଗନ୍ନାଥ। 🙏

Leave A Reply

Your email address will not be published.