ଭବାନୀପାଟଣାରେ ରେଞ୍ଜରଙ୍କୁ ମାରିଦେଲା ହାତୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଆଜି ହାତୀ ପଲକୁ ଘଉଡ଼ାଇବାକୁ ଯାଇ ଜଣେ ଫରେଷ୍ଟ ରେଞ୍ଜରଙ୍କ ମୃତ୍ୟୁ ଘଟିଛି।   

ମୃତକ ଜଣକ ହେଲେ କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ଫରେଷ୍ଟ ରେଞ୍ଜର ରେଞ୍ଜର ପ୍ରଶାନ୍ତ ପାଲ।

ଜମ୍ବୋମାନଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇ ରେଞ୍ଜର ତାଙ୍କ ଟିମ୍ ସହ ଗାଁରେ ପହଞ୍ଚି ବନ୍ୟଜନ୍ତୁଙ୍କୁ ଜଙ୍ଗଲ ଭିତରକୁ ଫେରାଇ ନେଇଥିଲେ। ସେମାନଙ୍କ ଘଉଡା କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଏକ ଦନ୍ତା ହାତୀ ଲୁଚି ରହି ପାଲଙ୍କୁ ଆକ୍ରମଣ କରିଥିଲା ବୋଲି ଜଣେ ବନ ଅଧିକାରୀ କହିଛନ୍ତି।

ଗୁରୁତର ଅବସ୍ଥାରେ ଶ୍ରୀ ପାଲଙ୍କୁ ତୁରନ୍ତ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତ ରେଞ୍ଜରଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ନର୍ଲା ଅଞ୍ଚଳରେ ଅନେକ ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି। ଏହି ଦୁଃଖଦ ଘଟଣା ପରେ ଗ୍ରାମବାସୀ ଓ ବନ କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। 

Leave A Reply

Your email address will not be published.