ପ୍ଲାଷ୍ଟିକ ହଟାଅ , ଓଡ଼ିଶା ବଞ୍ଚାଅ

ଗଣିଆ ; ପ୍ଲାଷ୍ଟିକ ହଟାଅ , ଓଡ଼ିଶା ବଞ୍ଚାଅ , ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ସୁସ୍ଥ ଓଡ଼ିଶା  । ଏହିଭଳି କିଛି ସ୍ଲୋଗାନ ଦେଇ ଗଣିଆ ର ସାହି ବସ୍ତି ବଜାର ପରିକ୍ରମା କରିଥିଲେ ଶ୍ରୀ ଶ୍ରୀ ରଘୁନାଥ ଜୀଉ +୨ ମହାବିଦ୍ୟାଳୟ ର ଛାତ୍ର ଛାତ୍ରଛାତ୍ରୀମାନେ।ଓଡ଼ିଶା ସରକାର ଙ୍କ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ଗଣିଆ ର ଶ୍ରୀ ଶ୍ରୀ ରଘୁନାଥ ଜୀଉ +୨ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ଅନୁଷ୍ଠାନରୁ ବାହାରିଥିଲେ ।

ଗଣିଆ ବଜାର ଠାରେ ପହଞ୍ଚି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ତହସିଲଦାର  ସୁଶ୍ରୀ ପ୍ରୀତିବାଳା ରଣା ପିଲାମାନଙ୍କୁ ତଥା ଉପସ୍ଥିତ ଜନସାଧାରଣଙ୍କୁ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ପାଇଁ ନବୀନ ସରକାରଙ୍କ ପଦକ୍ଷେପ ବିଷୟରେ ବୁଝାଇଥିଲେ। ପ୍ଲାଷ୍ଟିକ ଦ୍ଵାରା ମୁର୍ତୀକା ର ଉର୍ବରତା ନଷ୍ଟ ହେଉଥିବାବେଳେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଛି ।

ଏଣୁ ପ୍ଲାଷ୍ଟିକ ବର୍ଜନ କରିବା ଓ ଗଛ ଲଗାଇବା ପାଇଁ ସମସ୍ତଙ୍କୁ ଆହ୍ଵାନ କରିଥିଲେ।ପରେ ଛାତ୍ରଛାତ୍ରୀମାନେ ଗଣିଆ ର ବିଭିନ୍ନ ସାହି ବସ୍ତି ପରିକ୍ରମା କରି ଜନସାଧାରଣ ଙ୍କୁ ପ୍ଲାଷ୍ଟିକ ର ଅପକାରିତା ବାବଦରେ ସଚେତନ କରାଇଥିଲେ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ,ଶିକ୍ଷକ ସହଯୋଗ କରିଥିଲେ। 

Leave A Reply

Your email address will not be published.