ଖବର ଆଜିର….ତାରିଖ ୧୨/୧୨/୨୩, ମଙ୍ଗଳବାର

୧-ଭୁବନେଶ୍ୱର:ରାଜ୍ୟରେ ଶୀତ ବଢି ଚାଲିଛି,୧୦ ଡିଗ୍ରୀ ତଳେ ତିନି ସହର।

୨-ପୁରୀ: ଚଳିତ ମାସ ୧୬ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ପହିଲି ଭୋଗ।ରାତି ୨ଟାରୁ ଶ୍ରୀମନ୍ଦିର ଦ୍ବାର ଖୋଲାଯିବ।

୩-ଭୁବନେଶ୍ୱର:ଇଓ୍ୱ।ଇ ଟେକ୍ନୋଲୋଜି ହବ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ବ୍ୟାପକ ହେବ ଆଇଟି ପରିବ୍ଯବସ୍ଥା।

୪-ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସବୁ ପ୍ରକାର ସହଯୋଗ ଦିଆଯିବ-ମୁଖ୍ୟ ଶାସନ ସଚିବ।

୫-ନୂଆ ଷ୍ଟାଇଲରେ ଅପରାଧ, ପୁରୁଣା ଷ୍ଟାଇଲ୍‌ରେ ପୋଲିସ; ଚର୍ଚ୍ଚାରେ ଭୁବନେଶ୍ୱର ATM ଲୁଟ ମାମଲା।

୬-ବଲାଙ୍ଗିର ମଦ ବ୍ୟବସାୟୀ ସଂଜୟଙ୍କ ବ୍ୟାଙ୍କ ଲକରରୁ ମିଳିଲା ୪୦ ସୁନା ବିସ୍କୁଟ, ହୀରା ଗହଣା ଓ ଜମିଜମା ସଂପର୍କିତ କାଗଜପତ୍ର।

୭-ଲାଞ୍ଜିଗଡ଼:ନେଟଓ୍ୱର୍କ ପାଇଁ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କୁ ତାଲା ପକାଇଲେ ଗ୍ରାମବାସୀ।

୮-ଉଦଳା:ଘଞ୍ଚ ଜଙ୍ଗଲ ଭିତରୁ କୁଇଣ୍ଟାଲ୍‌ କୁଇଣ୍ଟାଲ୍‌ ପିଡିଏସ୍‌ ଚାଉଳ ଜବତ କଲେ ଗ୍ରାମବାସୀ।

୯-ଆନନ୍ଦ ବଜାର ହେବ ପଲିଥିନ ମୁକ୍ତ, ଅନ୍ୟ କୌଣସି ସ୍ଥାନରେ ମହାପ୍ରସାଦ ବିକ୍ରି ହୋଇପାରିବ ନାହିଁ,ଆନନ୍ଦ ବଜାର ହେବ ପଲିଥିନ ମୁକ୍ତ।

୧୦-ଝାରସୁଗୁଡ଼ା:ଭିଜିଲାନସ ଜାଲରେ ଫରେଷ୍ଟ ଗାର୍ଡ ଓ ଜଗୁଆଳି,ଗଛ କଟା ପାଇଁ ପରିମିସନ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

୧୧-କମିଲା ଅଶୋଧିତ ତୈଳ ଦର, ଏବେ କମିବ ପେଟ୍ରୋଲ-ଡିଜେଲ ଦର !

୧୨-ଲୋକସଭା ଶୂନ୍ୟକାଳରେ ୱେଲନେସ ସେଣ୍ଟର ଖୋଲିବା ପାଇଁ ଡ. ଅଚ୍ୟୁତ ସାମନ୍ତଙ୍କ ଦାବି।

୧୩-ପୁରୀରେ ପୁଣି ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧି ସନ୍ତୋଷ ଆହତ; ମହିଳାଙ୍କୁ ଗୁଳି କରି ଫେରାର ଥିଲା।

୧୪-ଦେଶରେ ୫୦୦ ଇଭି ଚାର୍ଜିଂ ଷ୍ଟେସନ ନିର୍ମାଣ କରିବ ଟାଟା ପାୱାର, ଆଇଓସିଏଲ ସହ ଏମଓୟୁ ସ୍ୱାକ୍ଷରିତ।

୧୫-ନୂଆ ଦିଲ୍ଲୀ:ଡବ୍ଳ୍ୟୁପିଏଲରେ କୀର୍ତ୍ତନା ବାଲାକ୍ରିଷ୍ଣନ୍‌, ଅଟୋ ଚାଳକଙ୍କ ଝିିଅ ଏବେ ଲକ୍ଷପତି।

୧୬-ଛତିଶଗଡ:ସୁକ୍‌‌ମାରେ ଆଇଇଡି ବିସ୍ଫୋରଣ ; ୨ ଯବାନ ଗୁରୁତର।

୧୭-୭୦ହଜାର ଅଙ୍କ ଟପିଲା ସେନସେକ୍ସ।ଦିନକରେ ନିବେଶକଙ୍କୁ ୨ଲକ୍ଷ କୋଟି ଫାଇଦା।

୧୮-ଭୋପାଳ:ମୋହନ ଯାଦବ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ, ରାଜେଶ ଶୁକ୍ଳା ଓ ଜଗଦୀଶ ଦେଓଡ଼ା ହେବେ ଉପମୁଖ୍ୟମନ୍ତ୍ରୀ।

୧୯-ଇତିହାସ ପାଲଟିିଲା ଧାରା ୩୭୦ । ମୋଦୀ ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଲେ ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ପାଇଁ ପରାମର୍ଶ।

୨୦-ନୁଆ ଦିଲ୍ଲୀ:ଆଚରଣବିଧି ଉଲ୍ଲଂଘନ ମାମଲାରେ ପୂର୍ବତନ ସାଂସଦ ଜୟପ୍ରଦାଙ୍କୁ ଝଟ୍‌କା: ଜାମିନବିହୀନ ଗିରଫ ପରଓ୍ୱାନା ଜାରି କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.