ସକାଳର ଖବର, ୧୪-ଡିସେମ୍ବର-୨୦୨୩, ଗୁରୁବାର



➡️୧-ଆଜି କୋରାପୁଟରେ ଗଡ଼ିବ ୪୮ ଲକ୍ଷ୍ମୀ ବସ୍‌, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୨-ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏଣିକି ଆଉ ଦୁଇଟି ସମେଟିଭ ନୁହେଁ ଗୋଟିଏ ବୋର୍ଡ଼ ପରୀକ୍ଷା ଦେବେ ଛାତ୍ର ଛାତ୍ରୀ। ମାର୍ଚ୍ଚ ୧୫ରୁ ମାଟ୍ରିକ ଖାତା ଦେଖା ହେବ ଆରମ୍ଭ l

➡️୩-ପ୍ରଥମ ଥର ପାଇଁ AI ମାଧ୍ୟମରେ ହେବେ ମାଟ୍ରିକ ପରୀକ୍ଷାର ୱେବକାଷ୍ଟିଂ। ଷ୍ଟ୍ରଙ୍ଗ୍‌ରୁମ୍‌, DEO ଅଫିସ, ପରୀକ୍ଷା ହଲରେ ଲାଗିବ AI କ୍ୟାମେରା। AI କ୍ୟାମେରା ଅପରେଟିଂ ପାଇଁ କମାଣ୍ଡ ରୁମରେ ୭/୮ ଜଣ ରହିବେ।

➡️୪-ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟଙ୍କ ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନିଜେ ଘୁଞ୍ଚାଇଲେ ଟେବୁଲ, ଠିକ୍‌ କଲେ ଗଭର୍ଣ୍ଣରଙ୍କ ମାଇକ୍, Video ହେଲା ଭାଇରାଲ l

➡️୫-ରାଜ୍ୟରେ ‘ଲକ୍ଷ୍ମୀ’ ବସରେ ଯାତାୟତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ଆରମ୍ଭ ହେଲା ‘ୟୁପିଆଇ କ୍ୟୁଆର କୋଡ’ ବ୍ୟବସ୍ଥା l ଏଣିକି ଯାତ୍ରୀମାନେ ସୁବିଧାରେ କ୍ୟୁଆର କୋଡ ସ୍କାନ କରି ଟଙ୍କା ଦେଇପାରିବେ।

➡️୬-ଶ୍ରୀମନ୍ଦିରରେ ତିନି ଦିନ ଧରି ଚାଲିଥିବା ଦେବ ଦୀପାବଳି ନୀତି ହେଲା ଶେଷ l ଆଜି ଶୁକ୍ଳ ପ୍ରତିପଦ ତିଥିରେ ବି ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।

➡️୭-ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପୁରୀ ଆଗମନର ୧୦୨ ବର୍ଷ ପୂର୍ତ୍ତି ପାଳନ ଉତ୍ସବ ଜାନୁଆରି ୧୪ ତାରିଖରେ ତାଳବଣିଆ ପଡ଼ିଆରେ ଅନୁଷ୍ଠିତ ହେବ l

➡️୮-ସଂସଦଭବନରେ ସୁରକ୍ଷା ଭଙ୍ଗ ନେଇ ବିରୋଧୀ ଦଳମାନେ ଏନ୍‌ଡିଏ ସରକାରକୁ କଲେ ଟାର୍ଗେଟ୍‌ l ଲୋକସଭାରେ ଦୁଇ ଅନୁପ୍ରବେଶକାରୀଙ୍କ ଗ୍ୟାସ୍‌ ସ୍ପ୍ରେ ଘଟଣାରେ ଏକ ଘଣ୍ଟା ଧରି କାର୍ଯ୍ୟ ବାଧାପ୍ରାପ୍ତ ହେଲା l

➡️୯-୪୦ ବର୍ଷ ବୟସ ପରେ ଆଣ୍ଟିବାୟୋଟିକ ମେଡିସିନ୍ ନେଉଥିଲେ ହୋଇଯାଆନ୍ତୁ ସାବଧାନ l ୪୮% ବଢ଼ିପାରେ ପେଟ ସମସ୍ୟା, ନ୍ୟୁୟର୍କ ୟୁନିଭରସିଟିର ଗବେଷକମାନେ ପ୍ରାୟ ୮୧ ଲକ୍ଷ ଡେନିଶ ଲୋକଙ୍କ ସ୍ବାସ୍ଥ୍ୟ ତଥ୍ୟ ବିଶ୍ଳେଷଣ କରି ରିପୋର୍ଟ ରେ କଲେ ବଡ଼ ଖୁଲାସା l

➡️୧୦-ମହାଦେବ ବେଟିଂ ସ୍କାମର ମାଷ୍ଟରମାଇଣ୍ଡ ତଥା ଅନଲାଇନ ଆପର ମାଲିକ ରବି ଉପଲ ଦୁବାଇରୁ ହେଲା ଗିରଫ l

➡️୧୧-ଆଇଟି ନିୟମ ୨୦୦୦ର ଧାରା ୬୯ଏ ଅନୁସାରେ ଦେଶରେ ୫୮୧ ଆପ୍‌କୁ କରାଗଲା ନିଷିଦ୍ଧ l ସେଥିରୁ ୧୭୪ଟି ବେଟିଂ ଓ ଜୁଆ ଆପ୍ ହୋଇଥିବା ବେଳେ ୮୭ଟି ‌ହେଉଛି ୮୭ ଋଣ ଆପ୍ ରହିଛି l

➡️୧୨-ୟୁପିର କୃଷ୍ଣ ଜନ୍ମଭୂମିରେ ଆଡ୍‌ଭୋକେଟ ସର୍ଭେ ମାମଲାର ଆଜି ଆସିବ ରାୟ l ଆହ୍ଲାବାଦ ହାଇକୋର୍ଟରେ ପ୍ରକାଶ ପାଇବ ଏହି ରାୟ l

➡️୧୩-ସଂସଦର ସୁରକ୍ଷା ତ୍ରୁଟି ନେଇ ଆଜି ସକାଳ ୧୦ରେ ବସିବ ବିରୋଧୀ ମିଳିତ ମଞ୍ଚ ଇଣ୍ଡିଆର ଜରୁରୀ ବୈଠକ l ଏଥିରେ ଟିଏମ୍‌ସି, ଆପ୍,ଜେଡିୟୁ, ଆର୍‌ଜେଡି ଓ ଏନ୍‌ସିପି ସାମିଲ୍ ହେବେ।

➡️୧୪-ମୁମ୍ବାଇରେ ନଷ୍ଟ କରାଗଲା ୪୧୦ କୋଟି ଟଙ୍କାର ନିଶାଦ୍ରବ୍ୟ, ବେଙ୍ଗାଲୁରୁରେ ବିଦେଶୀ ନାଗରିକଙ୍କ ଠାରୁ ୨୧ କୋଟିର ଡ୍ରଗ୍ସ ହେଲା ଜବତ l

➡️୧୫-ମଧ୍ୟପ୍ରଦେଶରେ ଏଣିକି ମନ୍ଦିର କିମ୍ବା ମସଜିଦରେ ଅବା ରାଜ୍ୟର କୌଣସି ସାର୍ବଜନିକ ସ୍ଥାନରେ ଲାଉଡ ସ୍ପିକର ବ୍ୟବହାର ହୋଇପାରିବ ନାହିଁ l ପ୍ରତିବନ୍ଧକ ଲଗାଇବା ଭଳି ଏକ ବଡ଼ ନିର୍ଦ୍ଦେଶ ଦେଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ।

➡️୧୬-ଆସନ୍ତାବର୍ଷ ଫେବୃୟାରୀରେ ପାକିସ୍ତାନରେ ହେବାକୁ ଥିବା ନିର୍ବାଚନରେ ଏକାଠି ଲଢ଼ିବେ ନଓ୍ବାଜଙ୍କ ଦଳ-ଜେୟୁଆଇଏଫ୍‌ ଏବଂ ପିଏମ୍‌ଏଲ୍‌-ଏନ୍‌ l

➡️୧୭-ୟୁଗଭ(YouGov) ଦ୍ୱାରା ପ୍ରକାଶିତ ଏକ ସର୍ଭେରୁ ଜଣାପଡିଲାଯେ ୭୦% ବ୍ରିଟିଶ ନାଗରିକ ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରୁନାହାନ୍ତି l ଏହା ଗତ ବର୍ଷ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ସର୍ବନିମ୍ନ ସ୍କୋର।

➡️୧୮-ଆଜି ଇଣ୍ଡିଆ – ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟ୍ବେଣ୍ଟି-୨୦, ୩ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ୧-୦ରେ ଅଗ୍ରଣୀ ରହିଛି।

➡️୧୯-ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ପରବର୍ତ୍ତୀ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମୀ ଡିସେମ୍ୱର ୧୯ରେ ହେବ । ଏହି ଟୁର୍ନାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସର ବ୍ରାଣ୍ଡ ମୂଲ୍ୟ ସର୍ବାଧିକ ୭୨୫ କୋଟି ରହିଛି।

➡️୨୦-ଇତିହାସ ରଚିଲେ ପୂର୍ବତନ ଟେନିସ୍ ଷ୍ଟାର୍ ଲିଆଣ୍ଡର ପେସ୍ ଓ ଅମୃତ ରାଜ l ସନ୍ନ୍ୟାସ ନେବା ପରେ ବି ପ୍ରଥମ ଏସିୟ ପୁରୁଷ ଭାବରେ ଟେନିସ୍ ହଲ୍ ଅଫ୍ ଫେମ୍‌ରେ ସାମିଲ୍ ହୋଇ କଲେ ଏହି ରେକର୍ଡ l

Leave A Reply

Your email address will not be published.