ପୁଣିଥରେ ଆନ୍ଦୋଳନ କୁ ଓହ୍ଲାଇବେ ଅମଲା

ଜୟପୁର ; ମିଳିତ ଅମଲା ମଞ୍ଚ କୋରାପୁଟ ଜିଲ୍ଲା ଶାଖା ତରଫରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ସହିତ ସାମ୍ବାଦିକ ସମ୍ମିଳନୀ ବୋରିଗୁମ୍ମା ପ୍ରାଥମିକ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି, ମିଳିତ ଅମଲା ମଞ୍ଚ କୋରାପୁଟ ଜିଲ୍ଲା ଶାଖା ସଭାପତି ଶ୍ରୀ ଶଶୀଭୂଷଣ ଦାଶ ଙ୍କ ଆହ୍ୱାନ କ୍ରମେ ବୋରିଗୁମ୍ମା ଓ କୋଟପାଡ଼ ବ୍ଲକରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲା ଯୋଗଦାନ କରିଥିଲେ, ଅମଲା ମାନଙ୍କ ଏକ ମାତ୍ର ଦାବି କନିଷ୍ଠ ସହାୟକ ମାନଙ୍କ ପ୍ରବେଶିକା ଦରମା ହାର ୪୨୦୦/- ଗ୍ରେଡ ପେ ପ୍ରଦାନ କରିବା ନିମନ୍ତେ ପ୍ରତିଶୃତି ଦେବାର ୬ ମାସ ଅତିକ୍ରମ କରିଯାଇଥିଲେ ମଧ୍ୟ ସରକାର ଏ ଯାଏଁ କୌଣସି ପଦକ୍ଷେପ ଗ୍ରହଣ କରି ନଥିବା ଯୋଗୁଁ ତା ୦୩.୧୨.୨୦୨୩ ରିଖ ଦିନ ଭୁବନେଶ୍ଵର ଗିତ ଗୋବିନ୍ଦ ସଦନ ଠାରେ ଏକ ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଥିଲା ରାଜ୍ୟ ସଂଘ ଙ୍କ ନିଷ୍ପତ୍ତି ଓ ନିର୍ଧାରଣ କୁ ଆଧାର କରି ସମସ୍ତ ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ଆସନ୍ତା ତା ୨୦.୧୨.୨୦୨୩ ରିଖ ଦିନ ଠାରୁ ସମୁହ ଛୁଟିରେ ରହିବା ସହ ଆନ୍ଦୋଳନ କୁ ଅହ୍ଲାଇବା ନେଇ ଚୁଡାନ୍ତ ହୋଇ ଯାଇଛି, ପ୍ରକାଶ ଥାଉକି ଦିର୍ଘ ୬ ବର୍ଷ ଧରି ରାଜ୍ୟ ସଂଘ ଓ ଜିଲ୍ଲା ସଂଘ ଅମଲା ମାନଙ୍କ ଏକ ମାତ୍ର ନ୍ୟାର୍ଯ୍ୟ ଦାବି ନେଇ ସରକାର ଙ୍କ ଦ୍ବାରସ୍ଥ ହୋଇଥିଲେ, ସମାବେଶ କରିଥିଲେ, ସ୍ମାରକ ପତ୍ର ପ୍ରଦାନ କରିଥିଲେ, ଚରମ ପତ୍ର ପ୍ରଦାନ କରିଥିଲେ, କଳାବ୍ୟାଚ ପରିଧାନ କରିଥିଲେ, ଓ ପରି ଶେଷରେ ତା ୦୧.୦୬.୨୦୨୩ ରିଖ ଠାରୁ ସମୁହ ଛୁଟିରେ ରହିବା ସହ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଙ୍କ ତରଫରୁ ସେହି ସମୟର ମାନ୍ୟବର ୫ଟି ସଚିବ ଅମଲା ମାନଙ୍କ ଦାବି ଖୁବ୍ ଶୀଘ୍ର ପୂରଣ କରିବା ନେଇ ପ୍ରତିଶ୍ରୁତି ଦେବା ପରେ ରାଜ୍ୟ ସଂଘ ଧାରଣା କୁ ସ୍ଥଗିତ ରଖିଥିଲେ ଯେହେତୁ ଦାବି ପୁରଣ ରେ ବହୁ ବିଳମ୍ବ ହୋଇଯାଇ ଥିବା ଯୋଗୁ ପୁଣିଥରେ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ମାନେ ଆନ୍ଦୋଳନ କୁ ଅହ୍ଲାଇବା ନେଇ ସାମ୍ବାଦିକ ସମ୍ମିଳନୀ କରିବା ସହିତ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି,

ଏଥିରେ ମୁଖ୍ୟତଃ କାକୂଳି ଭଟ୍ଟାଚାର୍ଯ୍ୟ, ଗଣେଶ ହତା, ପ୍ରଶାନ୍ତ ଭଟ୍ଟ, ସନ୍ଦୀପ ପଟ୍ଟନାୟକ, କିଶୋର ଚନ୍ଦ୍ର ଦାଶ୍, ବାସନ୍ତି ପଟ୍ଟନାୟକ, ଲଳିତା ପଟ୍ଟନାୟକ, ବୃନ୍ଦାବନ ପଣ୍ଡା, ସତ୍ୟ ରଞ୍ଜନ ତ୍ରିପାଠୀ, ସେଖର ଗାଦବା, ଅନନ୍ତ ଖୁରାମି, ବଜେନ୍ଦ୍ର ନାଗ, ବି ଶ୍ରୀନିବାସ ଦୋରା, ଅନିତା ନାୟକ, ନିହାରିକା ଖସଲା, ସମ୍ମିତା ସାହୁ ଓ ରବିନାରାୟଣ ଦାଶ୍ ପ୍ରମୁଖ ଉପସ୍ଥିତ ଥିଲେ, ଶ୍ରୀ ଶଶୀଭୂଷଣ ଦାଶ ସଭାପତି ମିଳିତ ଅମଲା ମଞ୍ଚ କୋରାପୁଟ ଜିଲ୍ଲା ଶାଖା ସଭାପତିତ୍ବ କରିବା ସହିତ ସମସ୍ତ ମିଡିଆ ବନ୍ଧୁ ଙ୍କୁ ଧନ୍ୟବାଦ ଦେବା ସହିତ ସମସ୍ତ ଉପସ୍ଥିତ ଅମଲା ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ

Leave A Reply

Your email address will not be published.