ଲୋକଙ୍କ ଯାତାୟାତ ର ସୁବିଧା ପାଇଁ ରାସ୍ତା କରିବା ନିମନ୍ତେ ସରକାର ଲକ୍ଷ ଲକ୍ଷ ଟଙ୍କା ର ଅନୁଦାନ ଦେଉଥିଲେ ମଧ୍ୟ ତାହା ବାସ୍ତବରେ କାର୍ଯ୍ୟକାରୀ ହେଉନାହିଁ। ଯାହାର ଜ୍ଵଳନ୍ତ ଉଦାହରଣ ଈଶ୍ୱରାପାଳ ମୁଗପାଟଣା ସାହିରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଗଣ୍ଡାନାଳୀ ପଂଚାୟତ ଅନ୍ତର୍ଗତ ଈଶ୍ୱରାପାଳ ମୁଗପାଟଣା ସାହିରେ ତିଆରି କରାଯାଉଥିବା ରାସ୍ତା ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା କି କାର୍ଯ୍ୟ କରିବା ପୂର୍ବରୁ ସୂଚନା ଫଳକ କରିବା ବିଧେୟ ଥିଲେ ମଧ୍ୟ ଏଠି ତାହା ଦେଖିବାକୁ ମିଳିନି, ଯେଉଁ କାରଣ ପାଇଁ କେତେ ଟଙ୍କାର କାମ ଓ କେଉଁ ବିଭାଗର କାମ ତାହା ସଠିକ୍ ସୂଚନା ମିଳିପାରିନାହିଁ। ତେବେ ଏହି ରାସ୍ତା କୁଆଡ଼େ PWD ବିଭାଗର ବୋଲି କେହି କେହି କହୁଥିବା ଜଣାପଡ଼ିଛି। ରାସ୍ତା କାର୍ଯ୍ୟ ଚାଲୁଥିବା ସମୟରେ କୌଣସି ପଦାଧିକାରୀ ସେଠାରେ ଉପସ୍ଥିତ ନରହିବା ଆହୁରି ସନ୍ଦେହ ବଢ଼ାଉଛି। ଏ ସଂପର୍କରେ PWD କନିଷ୍ଠ ଯନ୍ତ୍ରୀ ଙ୍କ ସହ ଯୋଗାଯୋଗ କରାଯିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା। ତେବେ ଦେଖିବାକୁ ବାକି ରହିଲା ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ କତ୍ତୃପକ୍ଷ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।
ଦୀପକ କୁମାର ନାଏକ, ହିନ୍ଦୋଳ