ସକାଳର ଖବର, ୧୬-ଡିସେମ୍ବର-୨୦୨୩, ଶନିବାର


╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଏକାମ୍ରକ୍ଷେତ୍ରରେ ୪ଟି ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଖର୍ଚ୍ଚ ହେବ ୧୫୯.୨୯ କୋଟି l

➡️୨-ପ୍ରକାଶ ପାଇଲା ମେଡିକାଲ ଅଫିସର ପରୀକ୍ଷା ଫଳ, ରାଜ୍ୟରେ ୨୩୯୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସରକାରୀ ଡାକ୍ତରଖାନାରେ ମେଡିକାଲ ଅଫିସର ଭାବେ ନିଯୁକ୍ତି ପାଇବେ।

➡️୩-ଆଜି ଧନୁ ସଂକ୍ରାନ୍ତି ପଡୁଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହେବ। ଏହି ନୀତି ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ ୧ମାସ ଧରି ଚାଲିବ। ସେଥିପାଇଁ ପ୍ରତିଦିନ ରାତ୍ର ୨ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ଭିତରଶୋଧ କରାଯିବ।

➡️୪-ଆସନ୍ତା ନୂଆବର୍ଷରୁ ପଲିଥିନ ମୁକ୍ତ ହେବ ଶ୍ରୀମନ୍ଦିର l ପ୍ରସାଦ ହେଉ କି ଫୁଲ ହେଉ ଏଣିକି ପଲିଥିନରେ ମନ୍ଦିରକୁ ଯାଇପାରିବ ନାହିଁ । ଭୋଗ ଏବଂ ଫୁଲ ମନ୍ଦିରକୁ ନେବା ପାଇଁ ଫୁଲଚାଙ୍ଗୁଡି ବ୍ୟବହାର କରିବାକୁ ପରାମର୍ଶ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l

➡️୫-ଚଳିତଥର ଫେବ୍ରୁଆରି ୧୬ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ଏହା ମାର୍ଚ୍ଚ ୨୦ଯାଏଁ ଚାଲିବ ।

➡️୬-ଆଉ ୫ ବର୍ଷ ବଢିଲା ଖାଦ୍ୟ ସୁରକ୍ଷା ଯୋଜନା l ଏଣିକି ୨୦୨୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ମିଳିବ ରାସନ l ଏଥିରେ ରାଜ୍ୟର ୧୦ ଲକ୍ଷ ହିତାଧିକାରୀ ମାସକୁ ମାଗଣାରେ ୫ କେ.ଜି ଲେଖାଏଁ ଚାଉଳ ପାଇବେ । ଖର୍ଚ୍ଚ ହେବ ୧୨୫୦ କୋଟି ଟଙ୍କା ।

➡️୭-ଏଣିକି ନୂଆବର୍ଷ ପହିଲାରୁ ପଞ୍ଜିକୃତ ହେବାକୁ ଥିବା ସମସ୍ତ ନୂଆ ଯାତ୍ରୀବାହୀ ଗାଡ଼ିରେ ଭେହିକିଲ୍‌‌ ଲୋକେସନ୍‌‌ ଟ୍ରାକିଂ ଡିଭାଇସ୍‌‌ (ଭିଏଲଟିଡି) ଲାଗିବ।

➡️୮-ଜାନୁୟାରୀ ୧୨ରେ ହେବ ଭଦ୍ରକ ଜିଲ୍ଲା ସ୍ତରୀୟ ନୂଆ-ଓ ଉତ୍ସବ, ୧୦ ହଜାର କଲେଜ ପିଲାଙ୍କ ସମାବେଶ ପାଇଁ ହେବ ବିଶାଳ ଆୟୋଜନ, ଏ ନେଇ ଅନୁଷ୍ଠିତ ହେଲା ଜିଲ୍ଲା ସ୍ତରୀୟ କମିଟିର ପ୍ରଥମ ପ୍ରାକ୍ ପ୍ରସ୍ତୁତି ବୈଠକ l

➡️୯-ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ତାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କରି ଜଷ୍ଟିସ୍‌ ରଘୁବୀର ଦାଶ କମିସନ୍ ଦାଖଲ କରିଥିବା ରିପୋର୍ଟର ସାନି ସ୍ଥିତି ସଂକ୍ରାନ୍ତରେ ଅବଗତ କରିବାକୁ ସରକାର ପୁଣି ହାଇକୋର୍ଟଙ୍କଠାରୁ ମାଗିଲେ ସମୟ l

➡️୧୦-କୋଲକାତାର ପ୍ରଖ୍ୟାତ ସଙ୍ଗୀତକାର ତଥା ଗାୟକ ଡା. ଅନୂପ ଘୋଷାଲଙ୍କର ୭୮ ବର୍ଷ ବୟଷ୍କରେ ଗତକାଲି ଶେଷ ନିଶ୍ୱାସ କଲେ ତ୍ୟାଗ l

➡️୧୧-ରିଲିଜ ଅପେକ୍ଷାରେ ଥିବା ବଲିଉଡ ସିନେମା ଫାଇଟରର ପ୍ରଥମ ଗୀତ ହେଲା ରିଲିଜ । ଗୀତ ରିଲିଜ ହେବାର ମାତ୍ର କେଇଘଂଟା ମଧ୍ୟରେ ଦେଖିଲେଣି ୧ ମିଲିୟନରୁ ଅଧିକ ଦର୍ଶକ । ପ୍ରଥମ ଥର ପାଇଁ ଏକାଠି ନଜର ଆସୁଛନ୍ତି ବଲିଉଡ ହାଟଥ୍ରୋବ ହ୍ରିିତିକ ରୋଶନ ଏବଂ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ।

➡️୧୨-୨୦୨୪ ସାଧାରଣ ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ଶ୍ରୀ ପାଣ୍ଡି ଆନ ସ୍ପଷ୍ଟ କରିଛନ୍ତି ବୋଲି ପାରାଦୀପ ବିଜେଡି ବିଧାୟକ ସମ୍ବିତ ରାଉତରାୟ ଗଣମାଧ୍ୟମକୁ ଦେଲେ ସୂଚନା l

➡️୧୩-ଚଢାଉ ପରେ ପ୍ରଥମ ଥର ପ୍ରତିକ୍ରିୟା ଦେଲେ ଧୀରଜ ସାହୁ। କହିଲେ ଚଢାଉରେ ବାହାରିଥିବା ସମସ୍ତ ଅର୍ଥ ମଦ ବିକ୍ରୟରୁ ଆୟ ହୋଇଛି। ଏଥିରେ କଂଗ୍ରେସ କିମ୍ବା ଅନ୍ୟ କୌଣସି ଦଳର ସମ୍ପୃକ୍ତି ନାହିଁ।

➡️୧୪-ଡିଜିଟାଲୀକରଣ ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ସାଉଦି ଆରବ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ରାଜିନାମାକୁ କ୍ୟାବିନେଟ୍ ଦେଲେ ଅନୁମୋଦନ l

➡️୧୫-ପ୍ରତିରକ୍ଷା କ୍ଷେତ୍ରରେ ମିଳିଲା ଆଉ ଏକ ସଫଳତା l କର୍ଣ୍ଣାଟକର ଚିତ୍ରାଦୁର୍ଗ ସ୍ଥିତ ଏରୋନେଟିକାଲ୍ ଟେଷ୍ଟ ରେଞ୍ଜ(ATR)ରୁ ସ୍ୱୟଂଚାଳିତ ଫ୍ଲାଇଙ୍ଗ ୱିଙ୍ଗ ଟେକ୍ନୋଲୋଜି ଡେମନୋଷ୍ଟ୍ରେଟର୍‌କୁ ସଫଳତାର ସହ ପରୀକ୍ଷଣ କଲା DRDO l ଏହା ଏକ ସ୍ୱଦେଶୀ ବିକଶିତ ହାଇ ସ୍ପିଡ୍ UAV (ମାନବ ବିହୀନ ଉଡନ୍ତା ଯାନ)।

➡️୧୬-ଷ୍ଟକ ବଜାରରେ ଲାଗିଲା ନିଆଁ l ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ୯୭୦ ପଏଣ୍ଟ୍‌ ବୃଦ୍ଧି ପାଇ ୭୧,୪୮୪ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏଥି ସହିତ ସେନ୍‌ସେକ୍ସ ୭୧,୦୦୦ ପଏଣ୍ଟ୍‌ ମାଇଲଖୁଣ୍ଟ ଅତିକ୍ରମ କଲା l

➡️୧୭-୨୦୨୨ ଫିଫା ବିଶ୍ବକପ୍‌ ବିଜେତା ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସିଙ୍କ ୬ ବିଶ୍ବକପ୍‌ ଜର୍ସି ୭୮ଲକ୍ଷ ଡଲାରରେ (ପାଖାପାଖି ୬୫ କୋଟି ଟଙ୍କା)ରେ ହେଲା ନିଲାମ l

➡️୧୮-୨୦୧୧ ବିଶ୍ବବିଜେତା ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ୭ ନମ୍ବର ଜର୍ସି କୁ ସମ୍ମାନ ଜଣାଇବାକୁ ଯାଇ ସ୍ଥାୟୀ ଭାବେ ଅବସର କଲା ବିସିସିଆଇ l ଏଣିକି ଆଉ ୭ ନମ୍ବର ଜର୍ସି ଅନ୍ୟ କୌଣସି ଖେଳାଳିଙ୍କ ପାଇଁ ଉପଲବ୍ଧ ହେବ ନାହିଁ।

➡️୧୯-ଗୁଜରାଟ ଟାଇଟନ୍ସକୁ ପ୍ରଥମ ଆଇପିଏଲ୍‌ ଟ୍ରଫି ଜିତାଇଥିବା ହାର୍ଦିକ ପାଣ୍ଡ୍ୟା ଆସନ୍ତା ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ର ହେଲେ ଅଧିନାୟକ l

➡️୨୦-ଭାରତ ନିୟନ୍ତ୍ରଣରେ ମହିଳା ଟେଷ୍ଟ୍‌: ଫଲୋଅନ ନ ଡାକି ୪୭୮ ରନ୍‌ରେ ରହିଛି ଆଗୁଆ l ଇଂଲଣ୍ଡ ପ୍ରଥମ ପାଳିରେ ୨୯୨ ରନ୍‌ ପଛରେ ରହିଛି l

Leave A Reply

Your email address will not be published.