ଭୁବନେଶ୍ୱର (ଦିପ୍ତିମୟୀ ନାୟକ) ରାଜଧାନୀ ଭିତରେ ଅନେକ ରୁଟରେ ମୋ ବସ୍ ଚାଲିଛି | ଏହାର ସୁବିଧା ଉଠାଉଛନ୍ତି ସାଧାରଣ ଯାତ୍ରୀ | କିନ୍ତୁ ବେଳେବେଳେ ଚିନ୍ତା ଲାଗେ ଯେତେବେଳେ ଲୋକଙ୍କ ସୁବିଧା ପାଇଁ ଏହି ମୋ ବସ୍ ସେବା ସରକାର ଯୋଗାଇ ଦେଇଛନ୍ତି | ସେତେବେଳେ ଏହି ମୋ ବସ୍ ଚାଳକ ମାନଙ୍କର ଔଦ୍ଧତା ପାଇଁ ଅନେକ ଲୋକ ଅନେକ ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି | ଯେମିତି ମୋ ବସ୍ ଏବେ ମୋ ଦୁର୍ଘଟଣା ଓ ମୋ ଶବ ହୋଇଛି | କାରଣ ଏହି ମୋ ବସ୍ ଚାଳକ ମାନେ ବେଳେବେଳେ ଅମାନିଆ ଭାବରେ ଗାଡି ଚାଳନା କରିବା ଦ୍ୱାରା ଅନେକ ଦୁର୍ଘଟଣା ଘଟିଥିବାର ନଜର ମଧ୍ୟ ରହିଛି | ସରକାରୀ ଗାଡି ସରକାର ସବୁ ସମ୍ଭାଳିବେ କହି ମୋ ବସ୍ ଗାଡି ଚାଳକ ଯେଉଁଭଳି ଗାଡି ଚଲାଇ ଦୁର୍ଘଟଣା ସବୁ ଘଟାଉଛନ୍ତି ସରକାର ମଧ୍ୟ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ | ଯାହାଫଳରେ ଦୁର୍ଘଟଣାର ଭୟ ରହିବନି କି ଉକ୍ତ ଗାଡି ଚାଳକ ଅମାନିଆ ଭାବରେ ଗାଡି ଚାଳନା କରିବେନି |