ପଦ୍ମପୁର :- ରାଜ୍ୟରେ ଖେଳ ଓ ଖେଳାଳି ମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତଥା ଓଡିଶା ସରକାରଙ୍କ ପ୍ରୟାସ ନିଶ୍ଚିତ ଭାବରେ ପ୍ରଶଂସନୀୟ । ଆଜି ସାରା ବିଶ୍ୱ ଓଡିଶା ର ଖେଳ ପ୍ରତି ରହିଥିବା ଆନ୍ତରିକତା କୁ ଅନୁଭବ କରି ପାରୁଛି । ରାଜ୍ୟର କୋଣ ଅନୁକୋଣରେ ରହିଥିବା ସମସ୍ତ ଖେଳାଳିଙ୍କୁ ଏକଜୁଟ କରି ଏକତ୍ରିତ କରାଇ ପ୍ରତ୍ୟେକ ବ୍ଲକ ସ୍ତରରେ ଯୁବ ଓଡିଶା ନବୀନ ଓଡିଶା ମାଧ୍ୟମରେ , ପ୍ରତିଯୋଗିତା ମାନ କରାଇ , ଯୁବ ସମାଜ କୁ ଖେଳ ପ୍ରତି ଆକୃଷ୍ଟ କରାଇବା ଲକ୍ଷ ନେଇ ଏହି କାର୍ଯ୍ଯକ୍ରମ ଲୋକଙ୍କ ମନ କୁ ଛୁଇଁ ପାରିଛି । ଏହା ସହିତ ଯୁବ ସମାଜ କୁ ଖେଳ ବାବଦରେ ଅନେକ କିଛି ଶିକ୍ଷା ପ୍ରଦାନ କରିବା ସହିତ , ଖେଳ ଓ ଖେଳାଳି ମାନଙ୍କ ପାଇଁ ଗାଁ ଗହଳି ର ଲୋକଙ୍କ ରୁଚି ବଢ଼େଇ ଦେଇଛି ବୋଲି ଆଜି ପାଇକମାଲ ହାଇସ୍କୁଲ ପଡିଆ ଠାରେ, ଦୀର୍ଘ ୧୨ ଦିନ ଧରି ଚାଲିଥିବା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ଯକ୍ରମ ର ଶେଷ ଦିବସରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ପାଇକମାଲ ହାଇସ୍କୁଲ ପଡିଆ ଓ ପାଇକମାଲ ଏମ.ଇ ସ୍କୁଲ ପଡ଼ିଆରେ ଦୀର୍ଘ ୧୨ ଦିନ ହେଲା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ କବାଡି , ଖୋଖୋ , ଫୁଟବଲ , ଭଳିବଲ , ଓ କ୍ରିକେଟ ମ୍ୟାଚ ର ଅୟୋଜନ କରାଯାଇଥିଲା । ଅତି ଖୁସିର କଥା ଯେ କବାଡ଼ି ଓ ଖୋଖୋ ଖେଳରେ ମହିଳା ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ସମୁଦାୟ ୮୫ ଗୋଟି କ୍ରିକେଟ ଟିମ ଭାଗ ନେଇଥିବା ବେଳେ ଅନ୍ୟ ସମସ୍ତ ପ୍ରତିଯୋଗିତାରେ ମଧ୍ୟ ପ୍ରାୟ ସମସ୍ତ ଗ୍ରାମ ର ପ୍ରତିଯୋଗୀ ଦଳ ଅଂଶଗ୍ରହଣ କରିଥିଲେ । ଦୀର୍ଘ ୧୨ ଦିନ ର ଖେଳ ଭିତରେ ପ୍ରାୟ ଦୁଇ ହଜାର ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।
ଆଜି ଶେଷ ଦିବସ ରେ ମାନ୍ୟବର ବିଧାୟିକା ଙ୍କ ଦ୍ଵାରା ଖେଳ ପତାକା କୁ ସସମ୍ମାନେ ଅବତାରିତ କରଯାଇ ପାଇକମାଲ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ସମର୍ପଣ କରିଥିଲେ । ବିଧାୟିକା ବର୍ଷା ସିଂ ବରିହା , ପାଇକମାଲ ବ୍ଲକ ଅଧ୍ୟକ୍ଷା ଭାବନା ସିଂ , ବିଡିଓ ପ୍ରଫୁଲ କୁମାର ଅଦୁ ପ୍ରମୁଖ ବିଜେତା ଦଳ ମାନଙ୍କୁ ଟ୍ରଫି ଓ ନଗଦ ପୁରସ୍କାର ପ୍ରଦାନ କରିଥିଲେ । ଏହି ଭବ୍ୟ ତଥା ସୁନ୍ଦର ଆକର୍ଷଣୀୟ ଅୟୋଜନ ପାଇଁ ବ୍ଲକ ପ୍ରଶାସନ , ସମସ୍ତ ଖେଳ ଶିକ୍ଷକ , ସ୍ବେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ପାଇକମାଲ ବିଡିଓ ଶ୍ରୀ ପ୍ରଫୁଲ ଅଦୁ ।