ସମ୍ଭାଳି ହେଉନି କଷ୍ଟ, ଦୁଃଖ ଆଉ ଯନ୍ତ୍ରଣା     

ଦଶପଲ୍ଲା:- ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଡିହଗାଁ ପଂଚାୟତ ମାଳିସାହି ଗ୍ରାମ ର ପ୍ରମୋଦ ରଣା ଉକ୍ତିରେ ଜୀବନ ପ୍ରତି ଆଉ ଲୋଭ ନାହିଁ ସମ୍ଭାଳି ହେଉନି କଷ୍ଟ,ଦୁଃଖ ଆଉ ଯନ୍ତ୍ରଣା। ଗରିବ ପରିବାରରେ ପ୍ରମୋଦ ଙ୍କ ଜନ୍ମ। ଜାତିରେ ମାଳି ପୂଜା ବିଦ୍ଧି କଲେ ଦି ପଇସା ରୋଜଗାର ଓ ସେଥିରେ ପରିବାର ଚଳାଇବାର ପ୍ରୟାସ। ପ୍ରଥମ ସ୍ତ୍ରୀ କେବେ ଠାରୁ ଆରପରିରେ। ସ୍ୱାମୀ ପାଖରେ ଛାଡ଼ିଯାଇଛନ୍ତି ନିଜର ଭିନ୍ନକ୍ଷମ ପୁତ୍ରକୁ ଯିଏ କି ବର୍ତ୍ତମାନ ୨୦ବର୍ଷରେ ପଦାର୍ପଣ କରିଛି ଓ ବିଛଣାରେ ପଡି ଯନ୍ତ୍ରଣା ପାଉଛି। ବାପର ହାତରେ ତାର ଜୀବନ ଝୁଲୁଛି। ପ୍ରମୋଦ ରଣା ନିଜେ ନିଜର ସେହି ପୁଅର ଖାଇବା, ପିଇବା, ମଳ ସଫା କରିବା, ଶୌଚ କରିବା ଆଦି ପ୍ରତ୍ୟେକ କର୍ମ ଦୈନନ୍ଦିନ କରନ୍ତି। ଭଗବାନ ଙ୍କ କି ବିଡମ୍ବନା କାହାକୁ ସବୁ ସୁଖ ପ୍ରଦାନ କରୁଛନ୍ତି ତ କାହାକୁ ଅତିଶୟ ଦୁଃଖରେ କାଳାତିପାତ କରାନ୍ତି। ପ୍ରମୋଦ ଦିନ ରାତି ପୁଅର ଜଞ୍ଜାଳ କରିବା ଭିତରେ ରୋଜଗାର କରିବା ପାଇଁ ସମୟ ମିଳେନାହିଁ। ଦ୍ବିତୀୟ ସ୍ତ୍ରୀ ର ତିନୋଟି ପିଲା। ଜମିବାଡ଼ି ସେମିତି କିଛି ନାହିଁ। ଭିନ୍ନକ୍ଷମ ପୁଅର ଭତ୍ତା ୭୦୦ ଟଙ୍କା ଆଉ ୫ କେଜି ଚାଉଳ ହିଁ ସାହାଭରସା । ଘରଟି ର ଅବସ୍ଥା ନ କହିବା ଭଲ। ଯିଏ ଦେଖିଚି ସେଇ ହିଁ ଜାଣିପାରିବ। ମାସକୁ ୫୦୦୦୦/୬୦୦୦୦ଟଙ୍କା ଦରମା ଯେଉଁଠି ପରିବାର ଚଳିବାକୁ ନିଅଣ୍ଟ ବୋଲି ଶୁଣାଯାଏ ସେହି କ୍ଷେତ୍ରରେ ଟଙ୍କା ୭୦୦ ବା କେତେ? ତେଣୁ ସେ ନିଜର କୋହଭରା କଣ୍ଠରେ କହନ୍ତି କିଛି ସହଯୋଗ ସରକାର ଅଥବା କେହି ବଦାନ୍ୟ ବ୍ୟକ୍ତି କରିଲେ ଜୀବନ ବଞ୍ଚିବା ସହଜ ହେବ ନଚେତ୍ ସତେକି ଜୀବନ ତାଙ୍କର ଅସହ୍ୟ ହୋଇପଡ଼ିଳାଣି । ଜୀବନ ବଞ୍ଚିବା, ପରିବାର ଚଳାଇବା କଷ୍ଟକର ହୋଇ ପଡ଼ିଲାଣି। ସମସ୍ତ ସରକାରୀ ଅଧିକାରୀଙ୍କୁ ଗୁହାରୀ କରି ନିଶ୍ଵ ହୋଇପଡ଼ିଛନ୍ତି । ଦେଖାଯାଉ ସରକାର କେବେ ତାଙ୍କ ଦୁଃଖ ଶୁଣୁଛନ୍ତି।

Leave A Reply

Your email address will not be published.