ବାଲିଆପାଳ ବିଜେଡିର ଗୋଷ୍ଠୀ କନ୍ଦଳ ପଦାରେ ପଡିଲା

ବାଲିଆପାଳ,୨୬/୧୨ ( ନ.ନ୍ଯୁ.ସ.) ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଆପାଳ ବ୍ଲକର ବାଲିଆପାଳରେ ମଙ୍ଗଳବାର ବିଜେଡ଼ିର ୨ ଗୋଷ୍ଠୀ ପକ୍ଷରୁ ପୃଥକ ପୃଥକ ଭାବରେ  ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ କରିଥିଲେ।

ଗୋଟିଏଗୋଷ୍ଠୀ ଗଣଦୌଡ଼ କରି ରୋଗୀଙ୍କୁ ଫଳ ବଣ୍ଟନ କରି ଦିବସକୁ ପାଳନ କରିଥିବା ବେଳେ ଅନ୍ୟ ଗୋଷ୍ଠୀ ସାଇକେଲ ଶୋଭାଯାତ୍ରା ସହ ଫଳ ବଣ୍ଟନ କରି ପ୍ରତିଷ୍ଠା ଦିବସକୁ ପାଳନ କରିଥିଲେ।ଯାହା ଫଳରେ ବିଜେଡିର ଗୋଷ୍ଠୀ କନ୍ଦଳ ବାଟରେ ଗଡି ହାଟରେ ପଡିବା କଥା ବାଲିଆପାଳରେ ରାଜନୈତିକ ଚର୍ଚ୍ଚା ଜୋରଧରିଛି।ଘଟଣା ଏପରି ଥିଲା ଯେ ବିଜେଡି ର ୨୭ ତମ ପ୍ରତିଷ୍ଠା ଦିବସ ଅବସରରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ନେତୃତ୍ୱରେ ଏବଂ ଯୁବ ନେତା ରବୀନ୍ଦ୍ର ଆଣ୍ଡିଆଙ୍କ ତତ୍ତ୍ୱାବଧାନରେ ରେମୁ ଛକରୁ ଏକ ବିରାଟ ସାଇକେଲ ଶୋଭାଯାତ୍ରା ବାହାରି ବାଲିଆପାଳ ବସଷ୍ଟାଣ୍ଡରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ଅନ୍ୟ ପକ୍ଷରେ  ରାଜ୍ୟ ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରି ସଭାପତି ସୁବାସିନି ଜେନାଙ୍କ ନେତୃତ୍ୱରେ ବାଲିଆପାଳ ହନୁମାନ ମନ୍ଦିର ନିକଟସ୍ଥ ଦଳିୟ କାର୍ଯ୍ୟାଳୟ ଠାରୁ ଏକ ଗଣ ଦୌଡ ଆରମ୍ଭ ହୋଇ ବାଲିଆପାଳ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଯାଇଥିଲା।

ଏହି ଅବସରରେ ଉଭୟ ଗୋଷ୍ଠୀ ପକ୍ଷରୁ ବାଲିଆପାଳ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ। ତେବେ ଶ୍ରୀମତୀ ଜେନାଙ୍କ ନେତୃତ୍ବରେ ଅନୁଷ୍ଠିତ ଗଣ ଦୌଡ଼ ଓ ଫଳ ବଣ୍ଟନ ପରେ ନବୀନ ସରକାରଙ୍କୁ ଜିତାଇବା ତଥା ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ଦଳ ପାଇଁ କାର୍ଯ୍ୟ କରିବାକୁ ବିଜେଡ଼ି ହାଇକମାଣ୍ଡଙ୍କ ନିର୍ଦେଶ କ୍ରମେ ବାଲିଆପାଳ ବ୍ଲକ ସଭାପତି ଗୋବିନ୍ଦ ପ୍ରାସାଦ ଦାସ ସମସ୍ତଙ୍କୁ ସପଥ ପାଠ କରାଇଥିଲେ।ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠୀ,ବେଣୁଧର ଜେନା,

ଅସ୍ତୀ ସରପଞ୍ଚ ପ୍ରତିନିଧି  ହରେକୃଷ୍ଣ ଜେନା, ବେତଗଡିଆ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ଗିରି, ପ୍ରତାପପୁର ସରପଞ୍ଚ କସ୍ତୁରୀବାଳା ପାତ୍ର,ବୋଳଙ୍ଗ ପଞ୍ଚାୟତ ସମିତି ସଦସ୍ୟାଙ୍କ ପ୍ରତିନିଧି ତପନ କୁମାର ରାଉତ, ବଣିଆଡିହା ସଦସ୍ୟ କଟି ମରାଣ୍ଡି,ପ୍ରତାପୁର ସଦସ୍ୟାଙ୍କ ପ୍ରତିନିଧି ହାଡିବନ୍ଧୁ ରାଉତ, ବଳରାମପୁର ସରପଞ୍ଚ ଅରୁଣ ପାଣିଗ୍ରାହୀ,

ବଳରାମପୁର ସଦସ୍ୟ ମୀନକେତନ ଦାସ ମହାପାତ୍ର,ନିଖିରା ସଦସ୍ୟାଙ୍କ ପ୍ରତିନିଧି ମନ୍ମଥ ମାଣିକ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ କୁମାର ସାମଲ,ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା, ଛାତ୍ର ସଭାପତି ଶୁଶାନ୍ତ କୁମାର ବେହେରାଙ୍କ ସହିତ ଶତାଧିକ ଦଳୀୟ କର୍ମୀ ନେତାଙ୍କ ସହିତ ସମସ୍ତ ଗ୍ରାମ ପଞ୍ଚାୟତର ସଭାପତି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। 

 ସେହିପରି ବିଧାୟକ ଶ୍ରୀସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ସାଇକେଲ ଶୋଭାଯାତ୍ରାରେ ବସ୍ତାର ବରିଷ୍ଠ ବିଜେଡି ନେତା ମହାଦେବ ଦାସ,ଜିଲ୍ଲାପରିଷଦ ସଦସ୍ଯା ବିଷ୍ଣୁପ୍ରିୟା ବୁଗୁଡ଼ି,ବିଷ୍ଣୁପୁର ସରପଞ୍ଚ ମହେଶ୍ୱର ଜେନା,ବାଲିଆପାଳ ପଞ୍ଚାୟତର ସରପଞ୍ଚ ବନଲତା ଦାସ, ମଧୂପୁରା ସରପଞ୍ଚ ଗିତାରଣୀ ମାହାନା,ନିଖୀରା ସରପଞ୍ଚ ଅଞ୍ଜନ କୁମାର ଗିରି, କୁମ୍ଭାରି ସରପଞ୍ଚ ପଙ୍କଜିନି ମହାପାତ୍ର,ଘଣ୍ଟୁଆ ସରପଞ୍ଚ ସୁଶିଲ ପ୍ରଧାନ,ବୋଳଙ୍ଗ ସରପଞ୍ଚ ଜ୍ୟୋତ୍ସ୍ନା ମଲ୍ଲିକ, ଦେଭୋଗ ସଦସ୍ୟା କଲ୍ୟାଣୀ ନାୟକଙ୍କ ସହିତ ଆଗ ଧାଡିର ନେତା ସଞ୍ଜୟ ବୁଗୁଡି, ମୃତ୍ୟୁଞ୍ଜ ନାୟକ, ଧନଞ୍ଜୟ ଗିରି, ଜୟନାରାୟଣ ମହାପାତ୍ର, ହେମନ୍ତ ଦାସ, ଭଗବାନ ଗିରି, ଅନନ୍ତ ବିଶ୍ବାଳ, ସଞ୍ଜୟ ପ୍ରଧାନ, ଅଜୟ ଦାସ, କାର୍ତ୍ତିକ ପଣ୍ଡା, ଲମ୍ବୋଦର ମାହାନା, ସେକ ଦାଦୁ, ଚାରୁ ନନ୍ଦୀ, ଚିନ୍ମୟ ପାଳ, ଭୈରବ ଦାସ, ଉଜଳ ଗିରୀ, ଲକ୍ଷ୍ମୀମଣି ଦଳାଇଙ୍କ ସହିତ ବହୁ ସମର୍ଥିତ ଦଳୀୟ କର୍ମୀ, ନେତା ରାଲିରେ ଯାଇ 

 ବାଲିଆପାଳ ବସଷ୍ଟାଣ୍ଡରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶୋଭାଯାତ୍ରା ଶେଷ କରିଥିଲେ।ଦୁଇ ଗୋଷ୍ଠୀ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୁହାଁ ମୁହିଁ ହୋଇ କର୍ମୀମାନେ ନିଜ ନିଜ ନେତାଙ୍କ ନାମରେ ଜନ୍ଦାବାଦ ପକାଇ ଶକ୍ତି ଦେଖାଇବା ଘଟଣା ବେଶ ରୋଚକ ମୋଡ଼ ନେଇଥିଲା।

Leave A Reply

Your email address will not be published.