ପାଣ୍ଡିଆନ ଗସ୍ତକୁ ବିରୋଧ କରି ବିଜେପିର ଭୂମି ଶୋଧନ   

   ଅସୁରାଳି,: ଆମ ଓଡ଼ିଶା ନବୀନ ଓଡିଶାର ଅଧ୍ୟକ୍ଷ ତଥା ୫- ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଅସୁରାଳି ଗସ୍ତ ପରେ ରାଜନୈତିକ ବିରୋଧ ପ୍ରଦର୍ଶନ କରାଯାଇଛି। ବିଜେପି ପକ୍ଷରୁ ଆଜି ଧାମନଗର ବ୍ଲକର ଅସୁରାଳି ଠାରେ ଯଜ୍ଞ ଆୟୋଜନ କରାଯାଇ ପାଣ୍ଡିଆନଙ୍କ ସଭାସ୍ଥଳ ସ୍ଥାନୀୟ ସହିଦ୍ ସ୍ମୃତି ଷ୍ଟାଡିୟମ ପରିସରରେ ଭୂମି ଶୋଧନ କାର୍ଯ୍ୟକ୍ରମ କରାଯାଇଛି। ବିଜେପି ପକ୍ଷରୁ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଜଗନ୍ନାଥ ସଂସ୍କୃତି ପରମ୍ପରା ଏବଂ ହିନ୍ଦୁ ଧର୍ମ ହତ୍ୟାକାରୀ ଦର୍ଶାଯାଇ ତାଙ୍କ ଅସୁରାଳି ଗ୍ରସ୍ତର ପ୍ରତିବାଦ କରାଯାଇଥିଲା।ଶହ ଶହ ମହିଳା ଓ ପୁରୁଷ କାର୍ଯ୍ୟକର୍ତ୍ତା ସ୍ଥାନୀୟ ଦେବୀ ଆଶ୍ରମ ଛକ ନିକଟରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ଷ୍ଟାଡିୟମ୍ ପର୍ଯ୍ୟନ୍ତ ଆସିଥିଲା। ଏହି ସମୟରେ ମହିଳା ମୋର୍ଚ୍ଚା ପକ୍ଷରୁ ଗଙ୍ଗାଜଳ ଛିଞ୍ଚନ କରାଯାଇଥିଲା ବେଳେ ଯଜ୍ଞ ହୋମ କରାଯାଇ ଭୂମି ଶୋଧନ ହୋଇଥିଲା। ଜିଲ୍ଲା ବିଜେପି ଉପସଭାପତି ଚତୁର୍ଭୁଜ ନାୟକ,ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ କଳ୍ପନା ଜେନା,ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟା ଉମାମଣି ସାହୁ,ଅସୁରାଳି ସରପଞ୍ଚ ମିନତୀ ସାହୁ,କୋଠାର ସରପଞ୍ଚ ମହେଶ୍ୱତା ମହାଳିକ,ମହରମପୁର ସରପଞ୍ଚ ଅଲିଳପ୍ରଭା ରାଉଳ,ଫତେପୁର ସରପଞ୍ଚ ରଞ୍ଜନ ପଣ୍ଡା,ଗଡ଼ିଆଳି ସରପଞ୍ଚ ସରୋଜ ସ୍ୱାଇଁ,ସମିତି ସଭ୍ଯା ପାର୍ବତୀ ପ୍ରଧାନ,ଜିଲ୍ଲା ମିଡିଆ ସେଲ ସଂଯୋଜକ ବୈକୁଣ୍ଠ ନାଥ ସାହୁ,ମଣ୍ଡଳ ସଭାପତି ଅଜୟ ବଳ,ଅରବିନ୍ଦ ପତି,ମନୋଜ ଦାସ,ରାଜେନ୍ଦ୍ର ସାହୁ,ଶ୍ରୀକାନ୍ତ ନାୟକ,ରାଜୀବ ଦାସ,ଗୟାଧର ନାୟକ,ସୂରଜ ସାହୁ,ମାନସୀ ପଣ୍ଡା,ରଜତ ଲେଙ୍କା,ଆଇନଜୀବୀ ଗଣେଶ ଦାଶ,ହୃଷୀକେଶ ରାଉତ,ବିନୋଦ ରାଉତ,ଅନନ୍ତ ବେହେରା,ଦେବେନ୍ଦ୍ର ପୁହାଣ,ସାଇ ଶରଣ ବେହେରା,ପ୍ରମୋଦ ଦାସ,ପ୍ରଶାନ୍ତ ନାୟକ ପ୍ରମୂଖ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ                     ବାବାମଣି ଡ଼ିଗ୍ରୀ ମହାବିଦ୍ୟାଳୟର  ନୂଆ – ଓ  ଯୁବ ଓଡିଶା ଉଦଯାପିତ ।

Leave A Reply

Your email address will not be published.