ବାଲିଆପାଳ : ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକରେ ଚାରିଦିନ ତଳେ କଂଗ୍ରେସ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିବା କଂଗ୍ରେସ ନେତା ତଥା ଶ୍ରୀ ରାମପୁର ପଞ୍ଚାୟତର ସରପଞ୍ଚ ଏବଂ ବାଲିଆପାଳ ବ୍ଲକ ସରପଞ୍ଚ ସଂଘର ସଭାପତି ଦେବ କୁମାର ଦେ ଘର ବାହୁଡା ହୋଇଛନ୍ତି। ଏ ନେଇ ରବିବାର ବାଲିଆପାଳ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ଅନୁଷ୍ଠିତ ଖବର ଦାତା ସମ୍ମିଳନୀରେ ଶ୍ରୀ ଦେ ତାର ସ୍ପଷ୍ଟୋକ୍ତି ପ୍ରକାଶ କରିଛନ୍ତି।ସୂଚନା ଅନୁସାରେ ଦେବ ବାବୁ ଗତ ୨୭ ତାରିଖ କଂଗ୍ରେସ ଦଳ ଛାଡ଼ି ଶଙ୍ଖ ଭବନରେ ନିଜର କିଛି ସହଯୋଗୀଙ୍କୁ ନେଇ ବିଜୁଜନତା ଦଳ ରେ ସାମିଲ ହୋଇଥିଲେ ।
ମାତ୍ର ପାଞ୍ଚଦିନ ନପୁରୁଣୁ ରବିବାର ପୂର୍ବାହ୍ନ ରେ ବିଜେଡି ରେ ସାମିଲ ହୋଇଥିବା ନିଜର ସହଯୋଗୀଙ୍କୁ ନେଇ କଂଗ୍ରେସ ଦଳ କର୍ମୀ ଓ ନେତଙ୍କ ସହିତ ନିଜ ପଞ୍ଚାୟତର ରୁ ଏକ ମଟର ସାଇକେଲ ଶୋଭାଯାତ୍ରା ରେ ବାହାରି ବାଲିଆପାଳ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ପହଞ୍ଚି ଥିଲେ। ସେଠାର ସେ ନିଜ ବକ୍ତବ୍ୟ ରେ ପ୍ରଶାସନିକ ଅଧିକାରୀଙ୍କ ଦବଙ୍ଗଗିରି ରେ ଅତିଷ୍ଠ ହୋଇ ବିଜେଡି ରେ ସାମିଲ ହୋଇଥିବା କଥା କହିଥିଲେ। ମାତ୍ର କଂଗ୍ରେସ ଦଳର କର୍ମୀ ମାନଙ୍କ ର ଭଲପାଇବା ତାଙ୍କୁ ପୁଣି କଂଗ୍ରେସ କୁ ଫେରାଇ ଆଣିପରିଛି ।
ଶ୍ରୀ ଦେ ମରିବା ପର୍ଯ୍ୟନ୍ତ କଂଗ୍ରେସ ରେ ରହିବେ ବୋଲି ଉପସ୍ଥିତ କଂଗ୍ରେସ ଦଳର କର୍ମୀ ଓ ନେତା ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଶ୍ରୀ ଦେ ପାଞ୍ଚ ଦିନ ମଧ୍ୟରେ ବିଜେଡି ଦଳରେ ମିଶିବା ଓ ପୁଣି ଆଜି ବିଜେଡିକୁ ଛାଡି କଂଗ୍ରେସ ରେ ମିଶିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଥରେ ମନ ଭାଙ୍ଗିଲେ ଆଉଥରେ ଯୋଡେ ନାହିଁ ବୋଲି ବୁଦ୍ଧି ଯିବି ମାନେ କହୁଥିବା ବେଳେ ଦେବ ବାବୁ ଅଗକୁ ବାଲିଆପାଳ ବାସୀ କଣ ଦେଖାଇବେ ବୋଲି ବୁଦ୍ଧି ଜିବି ମହଲରେ ଚର୍ଚ୍ଚ ଜୋର ଧରିଛି।