ଦଶପଲ୍ଲା:- ନୟାଗଡ ଜ଼ିଲ୍ଲା ଦଶପଲ୍ଲା ବ୍ଲକ ଵାଣିଗୋଚ୍ଛା ଥାନା ଶାଳଭଙ୍ଗା ଜଙ୍ଗଲ ଠାରେ ଆଜି ଭୋର ୪ଟା ବେଳେ ଛତିଶଗଡ ରାଜ୍ୟ କୁରୁପ ଜିଲ୍ଲା ର ୪ ଜଣ ଯୁବକ ପୁରୀ ଜଗନ୍ନାଥ ଦର୍ଶକ କରିବାକୁ ଯାଉଥିଲେ। ମାତ୍ର ୫୭ ନମ୍ବର ଜାତୀୟ ରାଜପଥ ର ଶାଳଭଙ୍ଗା ଜଙ୍ଗଲ ରେ ଥିବା ଏକ ଶାଳଗଛ ରେ କାର ନଂ CG 11 K 1222 ଟି ପିଟିହୋଇଥିଲା l ଫଳରେ କାରରେ ଲାଗିଥିଲା ନିଆଁ l ଦଶପଲ୍ଲା ଅଗ୍ନିଶମ ବିଭାଗ ନିଆଁ କୁ ଆୟତ୍ତ କରିଥିଲା l କାର ରେ ଥିବା ୪ ଜଣ ଯୁବକଙ୍କ ମଧ୍ୟରୁ ୨ ଜଣ ଗୁରୁତର ଆହତ ହୋଇ ପ୍ରଥମେ ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଛନ୍ତି l ଆହତ ଙ୍କ ପରିଚୟ ସ୍ପଷ୍ଟ ଜଣାପଡ଼ିନାହିଁ l ଘନ କୁହୁଡି ଯୋଗୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି।