ସକାଳର ମୁଖ୍ୟ ଖବର..ତାରିଖ: ୦୩-୦୧-୨୦୨୪(ବୁଧବାର)

୧-ଆଜି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଜିଲ୍ଲା ଗସ୍ତ, ଉଦଘାଟିତ ହେବ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ।

୨-ପୁରୀ:ଆଜି ବନକଲାଗି, ଅପରାହ୍ନ ଚାରିଟାରୁ ରାତି ୮ ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ।

୩-ଫେବୃଆରୀ ୩ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ।

୪-ପୁରୀ:ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ମହାପ୍ରଭୁ ଜଗନ୍ନାଥଙ୍କୁ ହେଲା ନିମନ୍ତ୍ରଣ।

୫-ନିଶ୍ଚିନ୍ତକୋଇଲି ଦୁର୍ଘଟଣା: ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା।

୬-ବୈଷୟିକ ଶିକ୍ଷାନୁଷ୍ଠାନରେ ନୂଆ ଆଡମିଶନ ନିୟମ, ଛାତ୍ରଛାତ୍ରୀଙ୍କୁ ଦେବାକୁ ହେବ ଆଣ୍ଟି ଡ୍ରଗ୍ ଡିକ୍ଲାରେସନ।

୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ, ସାହିତ୍ୟିକ ହର ପ୍ରାସାଦ ଦାସଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର ପ୍ରଦାନ।

୮-ବାଲି ମାଫିଆଙ୍କ କବଜାରେ ନଦୀ ପଠା: କେନ୍ଦ୍ରାପଡ଼ା ନୀଳକଣ୍ଠପୁର ବ୍ରାହ୍ମଣ ନଦୀ କୂଳରୁ ଚାଲାଣ ହେଉଛି ଟ୍ରିପ୍ ଟ୍ରିପ୍ ବାଲି।

୯-ପରିକ୍ରମା ପ୍ରକଳ୍ପ ପରେ ମା’ ସମଲେଶ୍ୱରୀ ପ୍ରକଳ୍ପର ଉଦଘାଟନ । ପଶ୍ଚିମ ଓଡିଶାର ଲୋକଙ୍କ ସାମିଲ ପାଇଁ ଉଦ୍ୟମ । ବିରୋଧୀ କହିଲେ ଭଗବାନ ଭରସାରେ ବିଜେଡି।

୧୦-ଖଣ୍ଡପଡ଼ା:ବଡମୂଳ ବଡରାଉଳଙ୍କ ପୀଠରେ ପୂଜାର୍ଚ୍ଚନା ପରେ ରଥକାଠ କଟା ଅନୁକୂଳ।

୧୧-ଭୁବନେଶ୍ୱର:୧୦୬ ବିଦ୍ୟାଳୟକୁ ବଣ୍ଟାଗଲା ଜମିପଟ୍ଟା।

୧୨-ସ୍ବଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରୀଗଡ଼ ଓ ଖିଣ୍ଡା।

୧୩-ସୋନପୁର:ହାଇୱା ଚାପାରେ ଦୁଇ ସ୍କୁଟି ଆରୋହୀ ମୃତ, ଗାଡ଼ି ଛାଡ଼ି ଫେରାର ହୋଇଗଲା ଡ୍ରାଇଭର।

୧୪-ପୁଣି ଉପରମୁହାଁ କୋରୋନା; ଗତ ୨୪ ଘଣ୍ଟାରେ ଦେଶରେ ଆଉ ୫୭୩ ପଜିଟିଭ।

୧୫-ମହିଳା କର୍ମଚାରୀଙ୍କ ପାଇଁ ନୂଆ ସୁବିଧା କଲେ କେନ୍ଦ୍ର ସରକାର; ସ୍ବାମୀ ପରିବର୍ତ୍ତେ ପିଲା ପାଇପାରିବେ ପେନ୍‌ସନ୍‌।

୧୬-ନୂଆ ଦିଲ୍ଲୀ: ଡିସେମ୍ବର ମାସ ଶେଷ ସୁଦ୍ଧା ରେକର୍ଡ ୮୧.୮ ନିୟୁତ ITR ଦାଖଲ।

୧୭-ଅଯୋଧ୍ୟା:ରାମ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠାପ୍ରସଙ୍ଗ;ଯୋଗୀରାଜଙ୍କ ମୃତ୍ତି ଚୂଡାନ୍ତ।

୧୮-ଜାମ୍ମୁ କାଶ୍ମୀର ସୁରକ୍ଷାକୁ ନେଇ ଉଚ୍ଚସ୍ତରୀୟ ବୈଠକ, ସମନ୍ୱୟ ସ୍ଥାପନ ପାଇଁ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଜୋର।

୧୯-ମହିଳା କ୍ରିକେଟ ସିରିଜ ହାତେଇଲା ଅଷ୍ଟ୍ରେଲିଆ, ୧୯୦ ରନରେ ଭାରତ ପରାସ୍ତ।

୨୦-ଜାପାନରେ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି । ଏବେ ବି ଫସିରହିଛନ୍ତି ଏକାଧିକ ଲୋକ।

🙏ଶୁଭ ସକାଳ,ସୁପ୍ରଭାତ🙏

Leave A Reply

Your email address will not be published.