ହାଟଡିହି ବ୍ଲକ ର ବିଭିନ୍ନ ଛକ ବଜାର ଗୁଡ଼ିକ ରେ ଶୁଭେଛା ବାର୍ତ୍ତା ବ୍ୟାନର ପାଇଁ ଜାଗା ନଥିବା ବେଳେ ଏବେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହେଲାଣି ବ୍ୟାନର ଚିରା ରାଜନୀତି।ଯାହାକୁ ନେଇ ଦଳୀୟ ନେତା ମାନଙ୍କ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଉଥିବା ବେଳେ ଦଳୀୟ କର୍ମୀ ଙ୍କ ଉଷ୍ମତା ତୀବ୍ର ରୂପ ନେଉଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ଆଶାୟୀ ପ୍ରାର୍ଥୀ ମାନଙ୍କ ମଧ୍ୟରେ ବ୍ୟାନର ଲଗାଇବା ଯୁଦ୍ଧ ଆରମ୍ଭ ହୋଇଛି। ଏହି ଘଟଣା ପଛରେ ଆଶାୟୀ ପ୍ରାର୍ଥୀ ପାର୍ଥୀନି ମାନେ ବିଜୁ ଜନତା ଦଳରୁ ସଂଖ୍ୟାଧିକ ରହି ନିଜର ଚରିତ୍ର ଓ ଅତୀତ କୁ ଭୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧକ୍ଷ୍ୟ ଭି କେ ପାଣ୍ଡିୟନ୍, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ବିନା ଅନୁମତିରେ ନିଜ ଫଟୋ ସହ ଲଗାଇ ଦଳୀୟ ନେତା ବୋଲି ନିଜେ ପ୍ରଥମେ ପ୍ରମାଣିତ ହୋଇ ଲୋକ ଙ୍କୁ ଦେଖାଉଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ବର୍ତମାନ ସମୟ ରେ ଦଳୀୟ ଟିକେଟ ଆଶାରେ ଆଶାୟୀ ପ୍ରାର୍ଥୀ ମାନେ ନିଜ ମଧ୍ୟରେ ବ୍ୟାନର କୁ ଚିରିବା ପାଇଁ ନିଜ ନିଜ ପିଲାଙ୍କୁ ବ୍ୟବହାର କରୁଥିବା ଆଲୋଚନା ହେଉଥିବା ଶୁଣି ବାକୁ ମିଳୁଛି। ଏହାର ପ୍ରଭାବରେ ଆଞ୍ଚଳିକ ରାଜନୀତି ପାଣିପାଗ ଗରମ ହେଉଛି।