ପେଣ୍ଠ ସମୁଦ୍ର ବେଳାଭୂମି ବୁଲିଲେ ୩୦,୦୦୦ ପର୍ଯ୍ୟଟକ

ରାଜନଗର:- ପେଣ୍ଠ ବେଳାଭୂମି ରେ ନୂଆ ବର୍ଷ ପାଳନ ପାଇଁ ଆଜି ପ୍ରତୁଷ ରୁ ପ୍ରାୟ ୩୦୦୦୦ହଜାରରୁ ଉର୍ଦ୍ଧ ପର୍ଯ୍ୟଟକ ଙ୍କ ଭିଡ଼ ସନ୍ଧ୍ୟା ପ୍ରଜଯନ୍ତ ଲାଗି ରହିଥିଲା, ପ୍ରଜଟକ ମାନେ ସମୁଦ୍ରରେ ଗାଧେଇବା ସହିତ ଝାଉଁ ବଣ ରେ ବଣ ଭୋଜି ର ମଜା ଉଠାଇଥିଲେ ଶିତୁଆ ସକାଳ ସାଙ୍ଗକୁ ସୂର୍ୟ ଉଦୟ ଓ ସୂର୍ଯ୍ୟ ଅସ୍ତ ର ମନରମ ଦୃଶ ହଜାର ହଜାର ପ୍ରଜ୍ୟଟକ ମାନଙ୍କୁ ଚନ୍ଦ୍ରଭାଗା ର ଭ୍ରମ ସୃଷ୍ଟି କରିଥିଲା, ବଡ଼ କଥା ହେଲା ଆଜି ନୂଆ ବର୍ଷ ଥିବାରୁ ଭିତରକନିକା ଏବଂ ପେଣ୍ଠ କୁ ସଂଯୋଗ କରୁଥିବା ରାଜନଗର ହଂସୁଆ ସେତୁ ଉପରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା, ଏହାର ମୁଖ୍ୟ କାରଣ ହେଲା ରାସ୍ତା ଉପରେ ଲାଗିଥିବା ବିଭିନ୍ନ ଲୋକଙ୍କର ନୂଆ ବର୍ଷର ଶୁଭେଛା ବାର୍ତ୍ତା ଜଣାଇ ଲଗା ଯାଇଥିବା ହୁଡ଼ିଂ ଦ୍ଵାରା ସାଧାରଣ ଲୋକମାନେ ଯାତୟାତ୍ ବିବିହ୍ନ ଅସୁବିଧା ହେଇଥିଲା, ପୃତ୍ ନଗର ଉନ୍ନୟନ ବିଭାଗ କୋନଶି ପ୍ରଦ ଖେପ ଗ୍ରହଣ ନ କରି ନୀରବ ସାଜିବା ସାଧାରଣ ରେ ବିସ ମୟ ପ୍ରକାଶ କରିଛି, ଜଣେ ଡୁଇ ଜଣ ପୋଲିସ କର୍ମଚାରୀ ଙ୍କୁ ନେଇ ଟ୍ରାଫିକ ସମସ୍ୟା କୁ ଦୂର କରିବା ପାଇଁ ପୋଲିସ ପକ୍ଷରୁ ବେବସ୍ତା କରିଥିଲେ ମଧ୍ୟ ଭିଡ଼ ନିଅତଣ କରି ପାରିନଥିଲେ, ହଁସୁଆ ସେତୁ ର ଉଭୟ ଦିଗ ରେ ସାନ ବଡ଼ ଗୋପାଳ ପୁର ବଜାର ଠାରୁ ଆରମ୍ଭ କରି ରାଜନଗର ଷ୍ଟେଟ ବ୍ୟାଙ୍କ୍ ଛକ ପ୍ରଜନ୍ତ ପ୍ରାୟ ୬୦୦୦ରୁ ଉର୍ଦ୍ଧ୍ବ ପ୍ରଜ୍ ଟକ ବାଇକ୍ ଓ କାର ଧରି ନାହିଁ ନ ଥିବା ଅସୁବିଧା ର ସମ୍ଭୁଖିନ ହୋଇଥିଲେ ପ୍ରାୟ ୩ଘଣ୍ଟା ଧରି ହଂଶୁଆ ସେତୁ ଉପରେ ଗମନା ଗମନ ଏକ ପ୍ରକାର ଠପ୍ ହେଇଯାଇଥିଲା, ରାଜନଗର ବିଡ଼ିଓ ଶ୍ରୀ ନିଶାନ ମିଶ୍ର ଓ ରାଜନଗର ବ୍ଲକ ର ଯୋଗାଣ ବିଭାଗ ଅଧିକାରିନି ଅଳକା ମଲିକ ନିଜ ସରକାରୀ ଗାଡ଼ି କୁ ଡ଼୍ରାଇଭର କୁ ଧରେଇ ଦେଇ ସେତୁ ଉପରେ ଚାଲି ଚାଲି ନିଜ ଅଫିସ ଯାଇଥିଲେ ଯାହାର ଚିତ୍ର ଦେଖି ବାକୁ ମିଳିଥିଲା,ସେଇପରି ପେଣ୍ଠ ବେଳାଭୂମି ବୁଲି ଆସିଥିବା ଘଡିଆମଳ ପଞ୍ଚାୟତ ଅନ୍ତର୍ଗତ ଦାରୁଓରା ଗ୍ରାମର ପ୍ରବୀର ସ୍ୱାଇଁ (୫୨) ପେଣ୍ଠ ରୁ ଫେରିବା ସମୟ ରେ ବାଇକ୍ ଏକ ଅଟୋ ସହିତ ମୁଁହ ମୁହିଁ ଧକା ହେଇଥିଲା ଏହି ଦୃଘ୍ଟନା ଘଟି ଗୁରୁ ତର ହେଇଥିଲ ତାଙ୍କୁ ଗୁରୁତର ଅବସ୍ଥାରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣ ଯାଇଥିଲା, ମାତ୍ର ସେଠାରେ ଡକ୍ଟର ତାଙ୍କୁ ମୃତୁ ଘୋଷଣା କରିଥିଲେ, ଅନ୍ୟ ଜଣେ ଯୁବକ ଗୁରୁତର ହୋଇ ଚିକି ସ୍ଥିଷ୍ଠ ହେଉଛନ୍ତି , କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ନିୟୁଜ!!

Leave A Reply

Your email address will not be published.