ସକାଳର ଖବର….. ୦୫-ଜାନୁଆରୀ-୨୦୨୪, ଗୁରୁବାର


➡️୧-ଏଥର ବିଶ୍ୱ ଦେଖିବ ଓଡ଼ିଶା କଳା-ସଂସ୍କୃତିର ଝଲକ । ଗଣତନ୍ତ୍ର ଦିବସରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଝଲସିବ ଓଡ଼ିଶାର ପ୍ରଜ୍ଞାପନ ମେଢ l

➡️୨-ଏଣିକି ଡାକ୍ତର ଓ ଇଂଜିନିୟରିଂ ପଢ଼ିବେ ଅଧିକ ସଂଖ୍ୟାରେ ଓଡ଼ିଆ ପିଲା । ଆସନ୍ତା ୮ ତାରିଖରୁ ନିଟ୍ ଓ ଜେଇଇ ପାଇଁ ଦିଆଯିବ ମାଗଣା କୋଚିଂ l ପାଖାପାଖି ୨ ଲକ୍ଷ ପିଲା ହେବେ ଉପକୃତ l

➡️୩-ଲାକ୍ଷାଦ୍ୱୀପ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସମୁଦ୍ରରେ କଲେ ସ୍କୁବା ଡ୍ରାଇଭିଂ l ପ୍ରିଷ୍ଟିନ ବିଚରେ ଉଠାଇଥିବା ଫଟୋ ତାଙ୍କ ସୋଶିଆଲ ମିଡିଆରେ କଲେ ସେୟାର l

➡️୪-ମରାଳମାଳିନୀ ନିଲାମ୍ବୁ ଚିଲିକାରୁ ଆସିଲା ଚଳିତ ବର୍ଷର ପକ୍ଷୀଗଣନା ରିପୋର୍ଟ l ଚଳିତ ବର୍ଷ ଚିଲିକାକୁ ପ୍ରାୟ ୧୧ଲକ୍ଷ ୩୭ ହଜାର ୭୫୯ ବିଦେଶୀ ପକ୍ଷୀ ଆସିଛନ୍ତି।

➡️୫-ଅଯୋଧ୍ୟାରେ ଏଣିକି ଉତ୍ସବ ଦିନ କେବଳ ନିମନ୍ତ୍ରିତ ଅତିଥିମାନଙ୍କୁ ହିଁ ବିଭିନ୍ନ ହୋଟେଲରେ ରହିବାକୁ ମିଳିବ ଅନୁମତି l ହୋଟେଲ ବୁକିଂ ବେଳେ ବାଧ୍ୟତାମୂଳକ ହେବ ନିମନ୍ତ୍ରଣପତ୍ର l ସାଙ୍ଗରେ ବୈଧ ନିମନ୍ତ୍ରଣପତ୍ର ଥିଲେ ଅତିଥୁଙ୍କୁ ରୁମ ଦେବେ ହେଟେଲ ମାଲିକ ।

➡️୬-ପ୍ରଧାନମନ୍ତ୍ରୀଙ୍କୁ ଭେଟି ବନ୍ୟା ରିଲିଫ ଦେବାକୁ ଅନୁରୋଧ କଲେ ତାମିଲନାଡୁର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ l

➡️୭-ଆଜିଠାରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ତିନି ଦିନିଆ ଓଡିଶା ଗସ୍ତ l ଏହି ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଠାରେ ରେଳବାଇ କାର୍ଯ୍ୟକ୍ରମରେ ଏବଂ କଣ୍ଟିଲୋରେ ଡାକ ବିଭାଗ କାର୍ଯ୍ୟକ୍ରମରେ ଯୋଗଦେବେ।

➡️୮-ଏଣିକି ରକ୍ତ ପାଇଁ ଆଉ ଅଧିକ ଅର୍ଥ ଦାବି କରିପାରିବେ ନାହିଁ କୌଣସି ହସ୍ପିଟାଲ l ଏ ନେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ରକ୍ତ କ୍ରୟ ପାଇଁ ପ୍ରକ୍ରିୟାକରଣ ଶୁଳ୍କ ବ୍ୟତୀତ ଅନ୍ୟ ସମସ୍ତ ଦେୟ ଉପରେ ଲଗାଇଲେ ପ୍ରତିବନ୍ଧକ l

➡️୯-ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ ଶିଶିର ସରସ-୨୦୨୪ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ୱାରା ଆୟୋଜନ ହେବାକୁ ଥିବା ଜାତୀୟ ସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ଏହି ମେଳା ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଅନୁଷ୍ଠିତ ହେବ । ଏହା ଜାନୁଆରୀ ୬ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

➡️୧୦-ବର୍ଦ୍ଧିତ ପେନ୍‌ସନ୍‌ ଆବେଦନ ପାଇଁ EPFO ବଢ଼ାଇଲା ସମୟସୀମା । କର୍ମଚାରୀଙ୍କ ଆବେଦନକୁ ଦୃଷ୍ଟିରେ ରଖି EPFO ଆବେଦନର ସମୟ ସୀମା ଆହୁରି ୫ ମାସ ହେଲା ବୃଦ୍ଧି l

➡️୧୧-ନିଜର ଯାତ୍ରାର ନାମ ବଦଳାଇଲେ ରାହୁଲ l ଏଣିକି ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାର ନାମ ହେବ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’। ଏଥିରେ ସମୁଦାୟ ୬୭୦୦ କିଲୋମିଟର ଲମ୍ବା ଯାତ୍ରା ୧୫ଟି ରାଜ୍ୟ ଦେଇ ଯିବ।

➡️୧୨-ଉତ୍ତରପ୍ରଦେଶରେ ଏଣିକି ଯଦି କୌଣସି ମାତାପିତା ୧୮ ବର୍ଷରୁ କମ ବୟସ୍କ ପୁଅ କିମ୍ବା ଝିଅକୁ ଗାଡି ଚଳାଇବା ପାଇଁ ଦିଅନ୍ତି, ତେବେ ସେମାନଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ କରାଯିବା ସହିତ ୨୫,୦୦୦ଟଙ୍କା ଜରିମାନାରେ ଦଣ୍ଡିତ କରାଯିବ ।

➡️୧୩-୨୦୨୪ ଲୋକସଭା ରଣନୀତି ନେଇ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ଇଣ୍ଡିଆ ମେଂଟ ସହ ଆସନ ଭାଗବଂଟା ନେଇ ପିସିସି ସଭାପତି ଓ ସାଧାରଣ ସମ୍ପଦକଙ୍କ ସହ ହେଲା ଆଲୋଚନା l

➡️୧୪-ଲୋକସଭା ନିର୍ବାଚନରେ ଆସନ ଭାଗବଂଟାକୁ ନେଇ ବଢୁଛି କଂଗ୍ରେସ-ଟିଏମସି ବିବାଦ । ମମତା ବାନାର୍ଜୀଙ୍କୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ କଲେ ଟାର୍ଗେଟ l

➡️୧୫-ଆସନ୍ତା ୭ରେ ବାଂଲାଦେଶରେ ହେବ ସାଧାରଣ ନିର୍ବାଚନ। ଏଥିରେ ୧୧ କୋଟି ୯ ଲକ୍ଷ ଭୋଟର ତିନି ଶହ ସିଟ୍ ପାଇଁ ଏକ ହଜାର ନଅ ଶହ ସତୁରି ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ।

➡️୧୬-ଭାରତ ଏବଂ ନେପାଳ ମଧ୍ୟରେ ଗତକାଲି ଦୀର୍ଘମିଆଦୀ ବିଦ୍ୟୁତ୍‌ ବାଣିଜ୍ୟ ଚୁକ୍ତିନାମା ସମେତ ଅନେକ ଚୁକ୍ତି ହେଲା ସ୍ବାକ୍ଷର l ଚୁକ୍ତିନାମା ଅନୁଯାୟୀ ନେପାଳ ଆଗାମୀ ୧୦ ବର୍ଷ ଯାଏ ଭାରତକୁ ୧୦ ହଜାର ମେଗାଓ୍ବାଟ୍‌ ବିଦ୍ୟୁତ୍‌ ରପ୍ତାନି କରିବ।

➡️୧୭-ମିଆଁମାରର ସାମରିକ ସରକାର ଦେଶର ସ୍ୱାଧୀନତା ଦିବସ ଅବସରରେ ୯ ହଜାର ୬୫୨ ଜଣ କଏଦୀଙ୍କୁ ମୁକ୍ତ କରିବେ। ଏଥିମଧ୍ୟରେ ୧୧୪ ଜଣ ବିଦେଶୀ କଏଦୀ ମଧ୍ୟ ଅଛନ୍ତି।

➡️୧୮-ଟେଷ୍ଟ କ୍ରିକେଟ୍ ଇତିହାସର ସବୁଠୁ ଛୋଟ ମ୍ୟାଚ୍, ଭାରତ ନାଁରେ ହେଲା ଐତିହାସିକ ବିଜୟ l ଦେଢ଼ ଦିନରେ ସରିଲା ଭାରତ-ଦକ୍ଷିଣ ଆଫ୍ରକା ଦ୍ୱିତୀୟ ଟେଷ୍ଟ । ମହମ୍ମଦ ସିରାଜ, ଯଶପ୍ରିତ ବୁମରାଙ୍କ ଘାତକ ବୋଲିଂ ଯୋଗୁଁ ଘରୋଇ ଦଳକୁ ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆ l

➡️୧୯-ଓଡିଶା କ୍ରିକେଟରେ ପୁଣି ବୟସ ଜାଲିଆତି: ଓଡିଶା ରଣଜୀ ଟିମରୁ ବିଦା ହେଲେ ସୁମିତ ଶର୍ମା, ଦୁଇ ବର୍ଷ ବାସନ୍ଦ କଲା BCCI l

Leave A Reply

Your email address will not be published.