ଖବର ଆଜିର…..ତାରିଖ ୦୬/୦୧/୨୪, ଶନିବାର

୧-ଭୁବନେଶ୍ୱର:ଏକାଦଶ ଶିକ୍ଷାର୍ଥୀଙ୍କୁ କଲେଜ ବଦଳି ସୁଯୋଗ: ଆରମ୍ଭ ହେଲା ଅନଲାଇନ୍ ଆବେଦନ।

୨-ଆଜିଠାରୁ BSKY -ନବୀନ କାର୍ଡ ଆବେଦନ ଆରମ୍ଭ:୧୬ ପର୍ଯ୍ୟନ୍ତ ଖୋଲାରହିବ ପୋର୍ଟାଲ।

୩-ଉତ୍ପାଦନ ଋତୁରେ ପରିବା ଚିନ୍ତା:ପୋଟଳ ୧୬୦କୁ ଭେଣ୍ଡି ହେଲାଣି କିଲୋ ପିଛା ୮୦ ଟଙ୍କା।

୪-ଟ୍ରକ ଚାଳକଙ୍କ ସହ ସାମିଲ ହେବେ ବସ ଚାଳକ ସଂଘ – ଚାଳକ ମହାସଂଘର ଅନିର୍ଦିଷ୍ଟକାଳ ଧର୍ମଘଟ।

୫-ଆଜିଠାରୁ ଦଶପଲ୍ଲାକୁ ଗଡିବ ରେଳ, ଉଦଘାଟନ କରିବେ ରେଳମନ୍ତ୍ରୀ।

୬-ଘୂର୍ଣ୍ଣିବାତ୍ଯା ମିଗଜୋମ୍ ହେତୁ ଫସଲ କ୍ଷୟକ୍ଷତି ପାଇଁ ଦିଆଗଲା ୩ କୋଟିର ସହାୟତା।

୭-ପୁରୀ:ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ହେବ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା, CCTV ବଳୟରେ ରହିବ ସହର।

୮-ଭୁବନେଶ୍ୱର: କିସ୍ ପିଲାମାନଙ୍କ ପାଇଁ ନାଗପୁରରୁ ଆସି ପହଞ୍ଚିଲା ଦ୍ବିତୀୟ ଟ୍ରକ୍ କମଳା।

୯-ରାଜ୍ୟରେ ୩.୩୨ କୋଟି ଭୋଟର: ବଢ଼ିଛି ମହିଳା ଭୋଟରଙ୍କ ସଂଖ୍ୟା, ହଜାରେ ଭୋଟରରେ ୯୭୨ ମହିଳା।

୧୦-ରାଜ୍ୟରେ ୭.୫୪ ଲକ୍ଷ ଯୁବ ଭୋଟର, କମିଲେ ବରିଷ୍ଠ ନାଗରିକ ଭୋଟର।

୧୧-ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ଦ୍ବନ୍ଦ, ଆରମ୍ଭରୁ ହେବ ତଦନ୍ତ-ଡିସିପି।

୧୨-ଉପାନ୍ତ ମାଲକାନଗିରି ଜିଲ୍ଲାକୁ ଉଡିବ ବିମାନ,ଦୁଇ ଦିନ ପରେ ହେବ ଟ୍ରାଏଲ ରନ୍।

୧୩-ବ୍ରହ୍ମପୁର:ପୁଲିସକୁ ବଡ଼ ସଫଳତା, ହରିଣ ଶିଙ୍ଗ ସହ ୨ ବନ୍ଧୁକ ୧୨୫ ଗୁଳି ଜବତ; ୪ ଗିରଫ।

୧୪-ଦେଶରେ ବେକାବୁ କରୋନା ? ଗତ ୨୪ ଘଣ୍ଟାରେ ନେଲାଣି ୧୨ଜଣଙ୍କ ଜୀବନ।

୧୫-କେନ୍ଦ୍ରର ବଡ଼ ନିଷ୍ପତ୍ତି ! ଏଣିକି ବଜାରରେ ମିଳିବନି ଚାଇନା ଇଲେକ୍ଟ୍ରି ଜିନିଷ।

୧୬-ଟି-୨୦ ବିଶ୍ୱକପ ପାଇଁ ଆସିଲା ମ୍ୟାଚ ସୂଚୀ: ଜୁନ ୯ରେ ଭାରତ-ପାକିସ୍ତାନ ମ୍ୟାଚ।

୧୭-ଜାତିସଂଘ ରିପୋର୍ଟ: ଏଥର ବି ଆଗରେ ରହିବ ଭାରତର ଦ୍ରୁତତ୍ତମ ଅଭିବୃଦ୍ଧିଶୀଳ ଅର୍ଥନୀତି।

୧୮-କମାଲ କରି ଦେଖାଇଲେ ଭାରତୀୟ ନୌସେନା କମାଣ୍ଡୋ: ମାଲବାହୀ ଜାହାଜରୁ ସୁରକ୍ଷିତ ଉଦ୍ଧାର ହେଲେ ୧୫ ଭାରତୀୟ।

୧୯-ମେଣ୍ଟଫାଟ କମ କରିବାକୁ ନରମିଲା କଂଗ୍ରେସ । କେବଳ ୨୫୫ ଆସନ ସହ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ନିଷ୍ପତି।

୨୦-ଚୀନ ଖବରକାଗଜରେ ଭାରତର ପ୍ରଂଶସା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ପ୍ରଂଶସାରେ ପୋତିଲା ଗ୍ଲୋବାଲ ଟାଇମ୍ସ।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.