ମଣ୍ଡିରୁ ଉଠୁନି ଧାନ, ଉତ୍ତ୍ୟକ୍ତ ଚାଷୀ ଙ୍କ ରାସ୍ତା ଅବରୋଧ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ରେ ଖରିଫ ଧାନମଣ୍ଡି ବିଳମ୍ବରେ ଆରମ୍ଭ ହୋଇଥିବାରୁ ଅନେକ ଚାଷୀ ଅଭାବୀ ବିକ୍ରୀ କରିବାକୁ ବାଧ୍ଯ ହେଇଥିବା ବେଳେ ବୋରିଗୁମ୍ମା ବ୍ଲକ ତାରାଭଟ୍ଟା ସ୍ଥିତ କାମତା ଧାନମଣ୍ଡିରେ ଧାନକିଣାରେ ଅବ୍ୟବସ୍ଥା ଦେଖାଦେଇଛି ଏକ ସପ୍ତାହ ହେଲା ମଣ୍ଡିରୁ ଧାନ ଉଠି ପାରୁନାହିଁ।ଫଳ ରେ ଉତ୍ତ୍ୟକ୍ତ ଚାଷୀଙ୍କ ରାସ୍ତା ଅବରୋଧ କରିଛନ୍ତି।

 ଉତ୍ତ୍ୟକ୍ତ ଚାଷୀଙ୍କ ରାସ୍ତାରୋକ, ତହସିଲ ଘେରାଉ ଇତ୍ୟାଦି ଆନ୍ଦୋଳନ ଏହି ମଣ୍ଡିରେ ପ୍ରତି ବର୍ଷର ଏକ ସାଧାରଣ ଘଟଣା । ଚାଷୀଙ୍କ ସମସ୍ୟା ର ନିଆଁ ରେ ରାଜନୀତି ର ରୁଟି ସେକିବାରେ କିଛି କୁଜିନେତା ବ୍ୟସ୍ତ ବୋଲି ଚାଷୀ ମହଲ ରେ ଆଲୋଚନା ହେଉଛି। ତେବେ ଚାଷୀଙ୍କ ସମସ୍ୟା ପୂର୍ବରୁ ଯେମିତି ଥିଲା । ବର୍ତ୍ତମାନ ବି ସେମିତି ରହିଛି । ତେଣୁ ଚାଷୀ ବାଧ୍ଯ ହୋଇ ଭାରତୀୟ ଜନତା ପାର୍ଟିର ନେତା ଗୌତମ ସାମନ୍ତରାୟ ଙ୍କ ନେତୃତ୍ଵରେ ରାଜରାସ୍ତାକୁ ଓହ୍ଲାଇଥିବା ଦେଖା ଦେଇଛି । କୈଣସି ନିର୍ବାଚିତ ଲୋକ ପ୍ରତିନିଧି କିମ୍ଵା କୌଣସି ମିଲର କଷ୍ଟମ ଧାନ ଉଠାଇବା ଲାଗି ଉପସ୍ଥିତ ନଥିବା ଯୋଗୁଁ ଧାନ କ୍ରୟରେ ବିଳମ୍ବ ହେଉଛି ।

ନିୟନ୍ତ୍ରିତ ବଜାର କମିଟି ଧାନର ବିସ୍ଲେସଣ କରିବାର କୌଣସି ଉପକ୍ରମ କରୁନାହିଁ । ତେଣୁ ଏଫକ୍ଯୁ ମାନର ଧାନ ଥିବା ଚାଷୀ ମଧ୍ୟ କ୍ଵିଣ୍ଟାଲ ପିଛା ୨ କିଲୋଗ୍ରାମ ଅଧିକ ଧାନ ଦେବାପାଇଁ ସର୍ତ୍ତରେ ବାଧ୍ୟ ହୋଇ ରାଜି ହୋଇଛନ୍ତି । ଏହି ରାଜିନାମା ଯୋଗାଣ ନିରୀକ୍ଷକଙ୍କ ସାମନାରେ ହୋଇଥିବା କଥା ଚାଷୀ ଅଭିଯୋଗ କରିଥିବା ବେଳେ ଯୋଗାଣ ନିରୀକ୍ଷକ ବିଶ୍ଵଜିତ ଦାସ ଗଣମାଧ୍ୟମ ଆଗରେ ଏହାକୁ ଖଣ୍ଡନ କରିଛନ୍ତି । ମିଲର ମାନେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ମାନ ଅନୁଯାୟୀ ଚାଷୀଙ୍କ ଧାନର ମାନ ମିଶୁନଥିବା ହେତୁ ଭଲଧାନ ହିଁ ନେବୁ ନଚେତ ଧାନ ନେବୁନାହିଁ କହିବା ସହିତ ବ୍ଲକର ଅନେକ ମଣ୍ଡିରେ ମିଲର୍ସ ମାନେ ଧାନ କିଣାରେ ମନମାନୀ କରୁଥିବା ଚାଷୀମାନଙ୍କ ଅଭିଯୋଗ ହୋଇଛି ।

ନିୟନ୍ତ୍ରିତ ବଜାର କମିଟି ଚାଷୀଙ୍କୁ କୌଣସି ସହଯୋଗ କରୁ ନଥିବା କଥା ଚାଷୀମାନେ ଅଭିଯୋଗ କରୁଛନ୍ତି । ଖରିଫ ଧାନରେ କୌଣସି ଆର୍ଦତା ନଥିବା ବେଳେ ଧାନ ଠିକ ଥଲେ କିଣିବୁ ନଚେତ ଧାନ କିଣିବୁ ନାହିଁ ବୋଲି ମିଲର୍ସ ମାନେ କହିଥିବା କଥା ଧାରଣାରେ ବସିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । କିଛି ଚାଷୀଙ୍କର ସାମାନ୍ୟ ବେରଙ୍ଗ ହୋଇଥିବା ଧାନ, ଯେଉଁ ଧାନର ଚୋପା ବାହାର କଲେ ପୁରାପୁରି ଧଳାଏବଂ ନିଖୁଣ ଚାଉଳ ବାହାରୁଛି, ସେହି ଧାନ ନେବାକୁ ୮ କିଲୋ କଟନୀ ଛଟନୀର ସର୍ତ୍ତ ରଖା ଯାଉଛି । ଏନେଇ କାମତା, କୁମୁଲି ବୋଡିଗାଁ, ନାରୀଗାଁ, ପୋଡାପଦର ଅଞ୍ଚଳର ବହୁ ଚାଷୀ ବରିଷ୍ଠ ବିଜେପି ନେତା ଗୌତମ ସାମନ୍ତରାୟଙ୍କୁ ନିଜ ଅଞ୍ଚଳର ମଣ୍ଡି ସମସ୍ୟା ନେଇ ଜଣାଇବା ସହ ଆଜି ଭାସ୍କର ଭଟ୍ଟ ଓ ଅନ୍ୟାନ୍ୟ ବିଜେପି କର୍ମକର୍ତ୍ତା ମାନଙ୍କ ସହ ରାସ୍ତାରୋକରେ ଯୋଗ ଦେଇଥିଲେ ।

ବୋରିଗୁମ୍ମା ବ୍ଲକର କୁମୁଲି, କାମତା, ବୋଡିଗାଁ, ନାରୀଗାଁ, ଗୁମୁଡ଼ା ଆଦି ଅଞ୍ଚଳର ଚାଷୀ ଏକଜୁଟ ହୋଇ ମିଲର୍ସଙ୍କର ଏଭଳି ନିଷ୍ପତ୍ତିକୁ ବିରୋଧ ପ୍ରଦର୍ଶନ କରିଛନ୍ତି । ତରାଭଟ୍ଟା ଛକ ନିକଟରେ ସମସ୍ତ ଚାଷୀ ମେଳିକରି ଗୌତମ ସାମନ୍ତରାୟଙ୍କ ନେତୃତ୍ୱରେ ମିଲର୍ସଙ୍କ ନିଷ୍ପତ୍ତିକୁ ବିରୋଧ କରି ଚାଷୀଙ୍କ ସମସ୍ତ ଧାନ କିଣିବା ପାଇଁ ଦାବି ତଥା ରାସ୍ତା ଅବରୋଧ ଓ ଧାରଣା ଦେଇଛନ୍ତି । ଶେଷରେ ଏହାର ସମାଧାନ ନିମନ୍ତେ ଅତିରିକ୍ତ ଯୋଗାଣ ଅଧିକାରୀ ସୁଶୀଲ କୁମାର ଜେନା ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରିଥିଲେ ଏବଂ ସମସ୍ତ ଧାନ ମଣ୍ଡିରୁ ଉଠାଇବା ପାଇଁ ପ୍ରତିଶୃତି ଦେଇଥିଲେ ।ତାହାପରେ ଚାଷି ରାସ୍ତା ଅବରୋଧ ରୁ ହଟିଥିଲେ.

ନିୟନ୍ତ୍ରିତ ବଜାର କମିଟିର କୌଣସି କର୍ମଚାରୀ ଉପସ୍ଥିତ ନଥିବାବେଳେ ଖବର ପାଇ ବିସିଂହପୁର ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ଆଇନ୍ ଶୃଙ୍ଖଳା ବଜାୟ ରଖିଥିଲେ

Leave A Reply

Your email address will not be published.