ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବିଡିଓ ଵିନୋଦ ଚନ୍ଦ୍ର ପଣ୍ଡା ଙ୍କ ବଦଳି ଦାବି ଥମିବାର ନାଁଧରୁନି । ଦିନକୁ ଦିନ ଆନ୍ଦୋଳନ ବ୍ୟାପକ ହେବାରେ ଲାଗୁଛି।ଅତିରିକ୍ତ ଜିଲ୍ଲା ପାଳ ସୁଧାକର ନାୟକ ପ୍ରତିଶ୍ରୁତିଦେବାର ସତର ଦିନ ବିତି ଥିଲେ ମଧ୍ୟ ବିଡିଓ ଶ୍ରୀ ପଣ୍ଡାଙ୍କ ବଦଳି ହୋଇ ନଥିବାରୁ ବାଲିଆପାଳ ବ୍ଲକ ସମ୍ମୁଖରେ ସୋମବାର ଠାରୁ ସରପଞ୍ଚ ସଙ୍ଘ ଓ ସମିତି ସଦସ୍ୟ ସଂଘ ପକ୍ଷରୁ ପୁଣି ଦିତୀୟ ଥର ଆମରଣ ଅନଶନ ଆରମ୍ଭ ହୋଇଛି। ଏଥର ପ୍ରତିଶୃତି ନୁହେଁ ବଦଳି ଆଦେଶ ପରେ ଆମରଣ ଅନଶନ ପ୍ରତ୍ୟାହୃତ ହେବ।ବିଡିଓ ଙ୍କୁ ବଦଳି ଯଦି କରାନଯାଏ ତେବେ ଚଳିତ ମାସ ୧୦ ତାରିଖ ଦିନ ବାଲିଆପାଳ ବ୍ଲକର ୨୮ ପଞ୍ଚାୟତ ରୁ ହଜାର ହଜାର ଜନ ସାଧାରଣ ବିଡିଓଙ୍କ ବାଦଳି ଦାବିରେ ବ୍ଲକକୁ ଘେରାଉ କରିବେ ବୋଲି ସରପଂଚ ସଙ୍ଘର ସଭାପତି ଜଗନ୍ନାଥ ବିଶ୍ଵାଳ ଓ ସମିତି ସଦସ୍ୟ ସଂଘା ସଭାପତି ସୁଶାନ୍ତ ସେଠୀ ,
ବିଷ୍ଣୁପୁର ସରପଞ୍ଚ ମହେଶ୍ୱର ଜେନା,ବିଷ୍ଣୁପୁର ସଦସ୍ୟ ଚନ୍ଦ୍ର ମୋହନ ଦାସ, ନିଖିରା
ସରପଞ୍ଚ ଅଞ୍ଜନ କୁମାର ଗିରି,ମଧୁପୁରା ସରପଞ୍ଚ ଗୀତା ରାଣୀ ମାହାନା, ଜଗତିପୁର ସରପଞ୍ଚ ସୁବାସ ବେହେରା ସଦସ୍ୟ ଶାନ୍ତନୁ ମହାପାତ୍ର,ବାଲିଆପାଳ ପଞ୍ଚାୟତ ସରପଞ୍ଚ ବନ ଲତା ଦାସ, ଜାମକୁଣ୍ଡା ସରପଞ୍ଚ କାଞ୍ଚନ ବା ଳା ମାହାନା, ସଦସ୍ୟ ଗାୟତ୍ରୀ ଦଳାଇ, କୁମ୍ଭରୀ ସରପଞ୍ଚ ପାଙ୍କଜିନୀ ମହାପାତ୍ର, ଘଣ୍ଟୁଆ ସରପଞ୍ଚ ସୁନିଲ କୁମାର ପ୍ରଧାନଙ୍କ ସହିତ ଉପସ୍ଥିତ ସମସ୍ତ ସରପଂଚ ଓ ସଦସ୍ୟ ଧାରଣା ସ୍ଥଳ ରେ ଚେତାବହିଁ ଦେଇଛନ୍ତି। ପ୍ରକାଶ ଥାଉକି ବାଲିଆପାଳ ବିଡିଓ ଶ୍ରୀ ପଣ୍ଡା ପଞ୍ଚାୟତ ସମିତିର ବିନା ନିଷ୍ପତି ବ୍ଲକ ପରିସର ବିଭିନ୍ନ କାର୍ଯ୍ୟ କରିବା ସହିତ ପଞ୍ଚାୟତ ସମିତିରେ ବିଭିନ୍ନ ବିଷୟ ବାସ୍ତୁର ନିଷ୍ପତ୍ତି ହୋଇଥିଲେ ମଧ୍ୟ ନିଷ୍ପତ୍ତି ଗୁଡିକୁ ଶ୍ରୀ ପଣ୍ଡା ଅମାନ୍ୟ କରି ମନମୁଖୀ କାର୍ଯ୍ୟ କରିଥାନ୍ତି। ଅଭିଯୋଗ କଲେ ତମକୁ କିଏ ଅଭିଯୋଗ କରିବାକୁ ଅଧିକାର ଦେଲା ବୋଲି କହି ଅପମାନିତ କରନ୍ତି । ଗ୍ରାମ ପଞ୍ଚାୟତ ପରିସରରେ କୌଣସି କାର୍ଯ୍ୟ ସରପଞ୍ଚ ଏବଂ ସଦସ୍ୟଙ୍କୁ ନ ଜଣାଇ ବାହାର ଠିକାଦାରଙ୍କ ଦ୍ଵାରା କାମ କରୁଥିବା ବାବଦରେ ସରପଞ୍ଚ ସଦସ୍ୟ ପଚାରିଲେ ଆପଣର ସବୁ କଥା ଜାଣିବା ଆବଶ୍ୟକ ନାହିଁ ବୋଲି ରୋକ ଠୋକ ମୁହଁରେ କହନ୍ତି ।ଏଥିପାଇଁ ନିଖିରା ସମିତି ସଦସ୍ୟଙ୍କୁ ବିଡିଓ ନିଜ ଅଫିସରୁ ଗେଟ୍ ଆଉଟ୍ କହି ବାହାର କରିଦେବା, ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ସବୁ ସମୟ ରେ ଦୁର୍ବ୍ୟବହାର କରୁଥିବା ବେଳେ ନୁଆଗାଁ ପଞ୍ଚାୟତର ମହିଳା ସରପଞ୍ଚ ଦୀପାରାଣୀ ଦାସଙ୍କୁ ବିଡିଓ ଙ୍କ ଅଫିସ ସମ୍ମୁଖରେ କନିଷ୍ଠଯନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଦୁର୍ବ୍ଯବହାର ବିଷୟରେ ବିଡ଼ିଓ ଶ୍ରୀ ପଣ୍ଡା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସହିତ ସରପଞ୍ଚ ଓ ସଦସ୍ୟ କୌଣସି କାର୍ଯ୍ୟପାଇଁ ବିଡ଼ିଓଙ୍କ ଅଫିସକୁ ଗଲେ ଉପଯୁକ୍ତ ସମ୍ମାନ ପ୍ରଦାନ ନକରି ବିଭିନ୍ନ ଆଳ ଦେଖାଇ ଅପମାନିତ କରୁଥିବରୁ ଡିସେମ୍ବର ମାସ ୨୦ ତାରିଖ ରେ ସରପଞ୍ଚ ସଙ୍ଘ ଓ ସମିତି ସଦସ୍ୟ ସଙ୍ଘ ପକ୍ଷ ରୁ ବିଡ଼ିଓଙ୍କ ବଦଳି ଦାବିରେ ଅନଶନ ହୋଇଥିଲା । ଅତିରିକ୍ତ ଜିଲ୍ଲା ପାଳ ସୁଧାକର ନାୟକଙ୍କ ପ୍ରତିଶୃତି ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା। ମାତ୍ର ପ୍ରତିଶୃତି ଦେବାର ୧୭ ଦିନ ବିତିଥିଲେ ମଧ୍ୟ ବିଡିଓ ଙ୍କ ବଦଳି ନହେବାରୁ ସଙ୍ଘ ପକ୍ଷରୁ ବ୍ଲକ ସମ୍ମୁଖରେ ଆଜି ଠାରୁ ପୁଣି ଦ୍ୱିତୀୟ ଥର ପାଇଁ ଆମରଣ ଅନଶନ ଆରମ୍ଭ ହୋଇଛି।