ହାଟଡିହି ମଙ୍ଗଳବାର ଦିନ ବ୍ଲକ ପରିସର ରେ ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ, ଯାହାକି ବୃଦ୍ଧ କାଳରେ ଲୋକଙ୍କୁ କଳାକାର ଭତ୍ତା ପାଇବା ପାଇଁ ଲୋଭ ସମ୍ଭାଳି ନପାରି ବାର୍ଦ୍ଧକ୍ୟ ଭତା ରୁ ବାଦ୍ କରି କିଛି ବୟସ୍କ ବ୍ୟକ୍ତି କଳାକାର ଭତା ମାଧ୍ୟମରେ ଅଧିକ ପାଇବା ଆଶାରେ ବ୍ଲକ ର ଭତା ବିଭାଗରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଏଥରେ ବିଭାଗ ରେ ଥିବା ଅଧିକାରୀ ସ୍ଵାତୀ ଶ୍ରୀ ସିଂ ଙ୍କୁ ଲୋକେ ନାକେଦମ୍ କରିଥିବା ବେଳେ ଅନେକ କଳାକାର ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ଦେଖିବାକୁ ମିଳିଛି। ଯାହା ଦ୍ଵାରା ଏତେ ସଂଖ୍ୟକ କଳାକାର ଦେଇଥିବା କାଗଜ ପତ୍ର ସଠିକ୍ ଭାବେ ଚେକିଂ କରାଯାଇ ଭତା ପ୍ରଦାନ କରାଯିବ ବୋଲି ବ୍ଲକ ପକ୍ଷରୁ ସୂଚନା ମିଳିଛି। ହେଲେ ଏତେ ସଂଖ୍ୟକ କଳାକାର ମାନେ ଭତା ପାଇଁ କେବଳ ବ୍ଲକ ଆସୁଥିବା ବେଳେ ନିଜର କଳା ପ୍ରଦର୍ଶନ କରିବା ପାଇଁ ସରକାର କେତେ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଥିବା ବେଳେ କେବେ ହାଟଡିହି ବ୍ଲକ ରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ କରି ନିଜର ଦକ୍ଷତା ପ୍ରତିପାଦନ କରି ପରୁ ନଥିବା ଆଲୋଚନା ହେଉଛି।। ପ୍ରକୃତ କଳାକାର ମାନଙ୍କୁ ଯଦି ସଠିକ୍ ତଥ୍ୟ ଅନୁସାରେ ଭତା ବ୍ୟବସ୍ଥା କରାଯିବ ତାହେଲେ ଅନେକ ଯୁବ କଳାକାର ମାନେ ସରକାର ଙ୍କ ଏହି ଯୋଜନା ରେ ଲାଭ ପାଇପାରିବେ।