୩ଟି ଶବ୍ଦରେ ସାମିଙ୍କୁ ଶୁଭେଚ୍ଛା

ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କ ସମେତ ବିଭିନ୍ନ ବର୍ଗର ୨୬ ଜଣ ଖେଳାଳୀଙ୍କୁ ମିଳିଛି ଅର୍ଜୁନ ପୁରସ୍କାର । ଏହି ସମ୍ମାନ ମିଳିବା ପରେ ସାମିଙ୍କୁ ଚାରିଆଡୁ ଛୁଟିଛି ପ୍ରଂଶସାର ସୁଅ। ଏପରିକି ସାଥୀ ଖେଳାଳୀ ବିରାଟ କୋହଲି ୩ଟି ଶବ୍ଦରେ ସାମିଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ତାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । କୋହଲି ଏକ ପୋଷ୍ଟରେ କମେଣ୍ଟ କରି ଲେଖିଛନ୍ତି, ମୁବାରକ ହୋ ଲାଲା । ଆଉ କୋହଲିଙ୍କର ଏହି ଶୁଭେଚ୍ଛା ଶୈଳୀକୁ ସଭିଏଁ ପସନ୍ଦ କରିଛନ୍ତି । ଏହାପୂର୍ବରୁ ସାମିଙ୍କୁ ନେଇ ଯେତେବେଳେ ବିବାଦ ଦେଖିବାକୁ ମିଳିଥିଲା ସେତେବେଳେ ତାଙ୍କ ସମର୍ଥନରେ ବାହାରିଥିଲେ କୋହଲି । ଏହି ପୁରସ୍କାର ପାଇବା ପରେ ସାମି ମଧ୍ୟ ଏହାକୁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି ।

Leave A Reply

Your email address will not be published.