ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସମୟ ଧାର୍ଯ୍ୟ ହୋଇଛି । ୧୭ ତାରିଖ ଅପରାହ୍ନ ୧ଟା ୧୫ରୁ ସାଢ଼େ ଗୋଟାଏ ଭିତରେ ପ୍ରକଳ୍ପ ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଉଦ୍ଘାଟନ କରିବେ। ୩ଟା ପରେ ଶ୍ରଦ୍ଧାଳୁମାନେ ପରିକ୍ରମା ମାର୍ଗ ଭ୍ରମଣ କରିପାରିବେ । ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଶୁକ୍ରବାରଠାରୁ ଗଜପତି ମହାରାଜଙ୍କ ଦ୍ୱାରା ଆଚାର୍ଯ୍ୟ ବରଣ, ଗୁଆ ଟେକା, ଅଙ୍କୁର ରୋପଣ କାର୍ଯ୍ୟ ହେବ। ୧୩ ତାରିଖ ଓ ୧୪ ତାରିଖରେ ଅଙ୍କୁର ପୂଜନ, ଯଜ୍ଞ ଅଧିବାଶ, ଧ୍ୱଜା ସ୍ଥାପନ ହେବ। ୧୫ ତାରିଖଠାରୁ ଯଜ୍ଞ ଆରମ୍ଭ ହେବ। ୧୬ ତରିଖରେ ମଧ୍ୟ ଦିନସାରା ଯଜ୍ଞ ଚାଲିବ। ୧୭ ତାରିଖ ଅପରାହ୍ନ ୧ଟା ୧୫ ମିନିଟ୍ରୁ ସାଢ଼େ ୧ଟା ଭିତରେ ଅତିଥିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଫଳକ ଲୋକାର୍ପଣ କରିବେ। ଗଜପତି ମହାରାଜା ସେହି ସମୟରେ ପୁଷ୍ପାଞ୍ଜଳି ଓ ଯଜ୍ଞ ପୂର୍ଣ୍ଣାହୂତି ଦେବେ।