ରାୟଗଡା ଜିଲ୍ଲା କୋଲନରା ବ୍ଲକ୍ ର ମୁକୁନ୍ଦପୁର ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦ୍ବାରା ଜଳ ଯୋଗାଣରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ I ସୁଚନା ମୁତାବକ ମୁକୁନ୍ଦପୁର ଗ୍ରାମ ବାସୀଙ୍କୁ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ଘରଘରକୁ ଯୋଗାଇବା ପାଇଁ ଆରଡବ୍ଲ୍ୟୁଏସଏସ୍ ବିଭାଗ ତରଫରୁ ୩୦ଲକ୍ଷ ଟଙ୍କା ର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଯୋଗାଇଦିଆଗଲା ହେଲେ I ଗ୍ରାମରେ ୨୭୦ ଘରକୁ ହିଁ ପାଇପ୍ ଯୋଗେ ଘର ଘରକୁ ପାନୀୟ ଜଳ ବ୍ୟବସ୍ଥା ଯୋଗାଇଦିଆଯାଇଛି ।ମୁକୁନ୍ଦପୁର ରେ ବସୁଧା ଯୋଜନାରେ ଏକ ଲକ୍ଷ୍ୟ ଲିଟର ପାଣି ଟାଙ୍କି ସ୍ଥାପନ କରାଯାଇଛି।
ଆଜିକୁ ପ୍ରାୟ ୨ ମାସ ହେବ ମୁଖ୍ୟ ବଜାର ସାହି, କଟକି କୋଲନୀ,ଆଦିବାସୀ ସାହି ୧୦୦ ଘରକୁ ପାଣି ଆସୁନଥିବାରୁ ସେମାନେ ବହୁ ଅସୁବିଧା ଭୋଗ କରୁଛନ୍ତି I ଉକ୍ତ ପାଣି ଟାଙ୍କିରୁ ଦୁଇ ଭାଗରେ ବିଭକ୍ତ କରାଯାଇ ପାଣି ଛଡାଯାଉଛି । ଗୋଟିଏ ଭାଗରେ ମୁଖ୍ୟ ବଜାର ସାହି ,ହରିଜନ ସାହି ଙ୍କୁ ଜଳ ଯୋଗାଇ ଦିଆଯିବାର କରାଯାଉଛି, ଆଉ ଗୋଟିଏ ଭାଗରେ ଗ୍ରାମରେ ଆଦିବାସୀ ସାହି,ବ୍ରାହ୍ମଣ ସାହି ,ତଳ ସାହି , ଜଗନ୍ନାଥପୁର କୁ ଜଳ ଯୋଗାଇ ଦିଆଯାଉଛି। ଆଜିକୁ ଦ୍ରିଘ ଦୁଇ ମାସ ହେବ ପାଣି ଟାଙ୍କି ର ଗ୍ରାଡ ୱାଲ୍ ଟି ଖରାପ ହେଇଯାଇଛି । ଯେଉଁ ଦ୍ଵାରା ଗ୍ରାମର ଗୋଟିଏ ଭାଗ ହିଁ ଜଳ ଯୋଗାଇ ଦିଆଯାଉଛି ଅନ୍ୟ ପଟେ ଟି ନାହିଁ।୧୦୦ ପରିବାର ସମ୍ପୂର୍ଣ୍ଣ ସରକାରଙ୍କ ଜଳ ଯୋଗାଣ ରୁ ବଞ୍ଚିତ ଅଛନ୍ତି । ଗ୍ରାମ ବାସୀଙ୍କ ଅଭିଯୋଗ ଯେ ସରକାର ପ୍ରତେକ ଗ୍ରାମକୁ ବା ଘର ଘର କୁ ବସୁଧା ପାନୀୟ ଯୋଜନା ଦ୍ଵାରା ପାନୀୟ ଜଳ ଯୋଗାଇ ଦେଇଛନ୍ତି ,ଆଉ ପ୍ରତେକ ଗ୍ରାମରେ ସକାଳ ଓ ସନ୍ଧ୍ୟାରେ ଦୁଇ ଓଳି ପାନୀୟ ଜଳ ଛଡ଼ା ଯାଉଛି। କିନ୍ତୁ ଓଡ଼ିଶାରୁ ବାହାରେ କି ମୁକୁନ୍ଦପୁର ଗୋଟିଏ ଓଳି ହିଁ ଗ୍ରାମରେ ପାନୀୟ ଜଳ ଯୋଗାଇ ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀ ଙ୍କ ଦାବି ଦୁଇ ଓଳି ପାନୀୟ ଜଳ ଯୋଗାଇ ଦିଆଯାଉ ।
ପଞ୍ଚାୟତ ପ୍ରଶାସନ ,ପଞ୍ଚାୟତର ସରପଞ୍ଚ ,ଓ ପଞ୍ଚାୟତ ର ଗ୍ରାମସେବକ ଓ ଜଳ ଯୋଗାଣ ର ଯନ୍ତ୍ରୀ ଙ୍କୁ କହି କହି ଥକି ଗଲେଣି ସାହି ବାସିନ୍ଦା ।ସରକାରଙ୍କ ତରଫରୁ ବସୁଧା ଜଳ ଯୋଗାଣ ର ଟୋଲ ଫ୍ରି ନଂ ୧୯୧୬ କୁ ମଧ୍ୟ ଯୋଗାଯୋଗ କରି ଥିଲେ ଗ୍ରାମର କିଛି ଯୁବକ କିନ୍ତୁ କୌଣସି ପ୍ରକାର ସୁଫଳ ମିଳିଲା ନାହିଁ ।
ସରପଞ୍ଚ କୁ ସ୍ଥାନୀୟ ଲୋକ ଏହି ବିଷୟରେ ଅଭିଯୋଗ କରିବାରୁ ସରପଞ୍ଚ ଦେଖିବା କହି ଆଜିକୁ ଦୁଇ ମାସ ବିତିଗଲାଣି କିନ୍ତୁ କୌଣସି ସୁଫଳ ମିଳି ପାରିଲା ନାହିଁ। ସରକାରଙ୍କର ମାଳ ମାଳ ଯୋଜନା କିନ୍ତୁ ତାର ଥଇଥାନ କରିବାରେ ସରକାର ବିଫଳ । କୌଣସି ସରକାରୀ ଅଫିସର ର କର୍ଣ୍ଣପାତ କରୁନାହାନ୍ତି । ରାୟଗଡ଼ା ଜିଲ୍ଲା ରେ ଜଣେ ନାମୀ ଦାମୀ ମନ୍ତ୍ରୀ ଅଛନ୍ତି । ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ କେତେ ଶୀଘ୍ର ଆସି ବନ୍ଦଥିବା ଜଳଯୋଗାଣ ସମସ୍ୟାର ସମାଧାନ କରିବେ ! ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ I
ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ