ବୌଦ୍ଧ- କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବିଜେଡି ଭିତରେ ଅନ୍ତକନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶେଷ କରି ବିଧାୟକ ମହିଧର ରଣା ହଟାଓ ରାଜନୀତି ଜୋର ଧରିବାରେ ଲାଗିଛି।ଯାହାର ଜଳନ୍ତ ଉଦାହରଣ ତଥା ଦୃଷ୍ଟାନ୍ତ ଆଜି ସିମିଲିପଦର୍ ପଞ୍ଚାୟତ ଲୋକାପଡା ରେ ଦେଖିବାକୁ ମିଳିଛି। କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର ଅଧିକାଂଶ ପଞ୍ଚାୟତ ର କାର୍ଯ୍ୟରତ ଏବଂ ପୂର୍ବତନ ସରପଞ୍ଚ, ସମିତିସଭ୍ୟ, ଅନେକ ପୁରୁଖା ତଥା ମୂଳ ବିଜେଡି ନେତାଙ୍କ ମିଳିତ ନେତା ଉଚ୍ଚଶିକ୍ଷିତ ବିଶିଷ୍ଟ ତଥା ବରିଷ୍ଠ ବିଜେଡି ନେତା ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ (ବବି) ଙ୍କ ତରଫରୁ ଲୋକାପଡା ଠାରେ ଆଜି ଆୟୋଜିତ ପଞ୍ଚମ “ପରିବର୍ତ୍ତନ ସମାବେଶ” ରେ ବିଶାଳ ଜନ ସମୁଦ୍ର ରେ ବିଧାୟକ ମହିଧର ଙ୍କ ଗଡ କୁହାଯାଉଥିବା ସିମିଳିପଦର୍ ପଞ୍ଚାୟତ ବିଶେଷ କରି ଲୋକାପଡା ରେ ହଇଚଇ ସୃଷ୍ଟି ହୋଇଯାଇଛି ତଥା ମୁଖ୍ୟ ଆଲୋଚନା ର ବିଷୟବସ୍ତୁ ପାଲଟିଛି। ଆମେ ସମସ୍ତେ ବିଜେଡି ରେ ଅଛୁ ଓ ରହିବୁ, ବିଜେଡି ଓ ଆମ ନେତା ନବୀନ ପଟ୍ଟନାୟକ ଭଲ ଏଥିରେ ଦ୍ଵିମତ ନାହିଁ , କିନ୍ତୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର ବିକାଶ ଓ ଉନ୍ନତି ପାଇଁ ଘମଣ୍ଡି ବିଧାୟକ ମହିଧର ଙ୍କ ପରିବର୍ତ୍ତନ ନିହାତି ଆବଶ୍ୟକ ବୋଲି ମଞ୍ଚାସିନ ପ୍ରାୟ ୩୦ ଜଣ କାର୍ଯ୍ୟରତ ଓ ପୂର୍ବତନ ସରପଂଚ , ସମିତି ସଭ୍ୟ ଓ ପୁରୁଖା ବିଜେଡି ନେତା ବକ୍ତବ୍ୟ ରେ ମତବ୍ୟକ୍ତ କରିଥିଲେ। ୨୩ ବର୍ଷ ବିଜେଡି ଶାସନ ରେ କଣ୍ଟାମାଳ ବିଧାୟକ ଶ୍ରୀ ରଣା ଅନ୍ୟ ଦଳ ରୁ ନେତା ଆଣି ସେମାନଙ୍କୁ ମୁଣ୍ଡରେ ବସାଇବା, ସେମାନଙ୍କ କଥାରେ ପରିଚାଳିତ ହେବା , ପୁରୁଖା ଓ ମୂଳ ବିଜେଡି ନେତାଙ୍କୁ ଅଣଦେଖା କରିବା , ମୁରୁମ ବିଛା ନାମରେ ଲକ୍ଷାଧିକ ଟଙ୍କା ବାଟମାରଣା କରିବା, ଠିକାଦାର ପୋଷଣ ନୀତି ରେ ବାଟ ଚାଲୁଥିବା , ଗୋଟିଏ କାମ କୁ ୪ ଥର ବିଲ କରୁଥିବା , ଟଙ୍କା ହଡ଼ପ, ଦୁର୍ନୀତି ଇତ୍ୟାଦି ରେ ଲିପ୍ତ ରହୁଥିବା ସମାବେଶ ର ମୁଖ୍ୟ ଅତିଥି ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଓ ଅନ୍ୟ ମଞ୍ଚାସିନ ନେତାମାନେ ବିଶୋଦଗାର କରିଥିଲେ। ବିଧାୟକ ଙ୍କ କମ ଶିକ୍ଷାଗତ ଯୋଗ୍ୟତା ଯୋଗୁଁ ଅଞ୍ଚଳ ର ସମସ୍ୟା କୁ ସେ ଠିକ୍ ଭାବେ ଉପସ୍ଥାପନା କରି ପାରୁ ନ ଥିବା, ଏହି ନିର୍ବାଚନ ମଣ୍ଡଳୀ ଶିକ୍ଷା, ସ୍ବାସ୍ଥ୍ୟ, ଗମନଗମନ , ଲୋକମାନେ ମୌଳିକ ସୁବିଧା ରୁ ବଞ୍ଚିତ ହେଉଥିବା ଇତ୍ୟାଦି ଅନେକ କ୍ଷେତ୍ରରେ ଦୁର୍ବଳ ନେତୃତ୍ୱ ହିଁ ଦାୟୀ, କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଓଡ଼ିଶା ର ଅନ୍ୟ ନିର୍ବାଚନ ମଣ୍ଡଳୀ ର ବିକାଶ କ୍ଷେତ୍ରରେ ୧୦ ବର୍ଷ ତଳକୁ ଖସି ଯାଇଥିବା, ଏଠି ବିକାଶ ନାମରେ ବିନାଶ ଚାଲିଛି ବୋଲି ଶ୍ରୀଯୁକ୍ତ ରଥ କହିଥିଲେ। ଘାତ ପ୍ରତିଘାତ ସତ୍ତ୍ୱେ ନିରବଚ୍ଛିନ୍ନ ଭାବେ ଆମେ ବିଜେଡି କାର୍ଯ୍ୟ କରି ଚାଲିଛୁ ଓ ସମସ୍ତେ ବିଜେଡି କୁ ସମର୍ଥନ ମଧ୍ୟ କରିବା କିନ୍ତୁ ଦୁର୍ନୀତି ରେ ଲିପ୍ତ ମହିଧର କୁ ହଟାଇବାକୁ ଓ ନେତା ପରିବର୍ତ୍ତନ ର ସ୍ଵର୍ ନବୀନ ଙ୍କ ନିକଟକୁ ପହଞ୍ଚାଇବାକୁ ମଞ୍ଚାସିନ ନେତାମାନେ ଉପସ୍ଥିତ ପ୍ରାୟ ୭ ହଜାର ଜନସାଧାରଣଙ୍କୁ ନିବେଦନ କରିଥିଲେ। ମଞ୍ଚାସିନ ବିଜେଡି ନେତା ମାନଙ୍କ ମଧ୍ୟରେ ଖଲିଆପାଲି ସମିତି ସଭ୍ୟ କେଦାର ସାହୁ, ମନୁପାଲି ସରପଞ୍ଚ ଭାରତୀ ମଲ୍ଲିକ , ବହିରା ସରପଞ୍ଚ ଯଯାତି କେଶରୀ ମହାଲିକ, ଖଲିଆପାଲି ସରପଞ୍ଚ ପ୍ରତିନିଧି ଜେମାକାନ୍ତ ନାଏକ, ବୌଦ୍ଧ ବ୍ଲକ ଉପାଧ୍ୟକ୍ଷା, ପାନେଶ୍ୱରୀ ଦେହୁରୀ, ନାରାୟପ୍ରସାଦ ସରପଞ୍ଚ ପ୍ରତିନିଧି ସତ୍ୟନାରାୟଣ ମାଝୀ, ପୂର୍ବ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପୟୋଧର ମହାକୁଳ, ଶଙ୍କର୍ଷଣ ବଘାର, ସୁରେନ୍ଦ୍ର ପାତ୍ର, ଦିଲ୍ଲୀପ ପ୍ରଧାନ, ଲିଙ୍ଗରାଜ ରଣା, ପ୍ରମୋଦ ରଣା, ଶିବା ଭୋଇ, ଯୋଗିନ୍ଦ୍ର ରଣା, ନକୁଳ ନାଗ, ରୁରସଭ ରଣା, ଗୋପାଳ ରଣା, ଫଟୋରଣି ସାହୁ, ଘାସିରାମ ମହାଳିକ, ଦିଲ୍ଲୀପ କୁମାର ସାହୁ, ହେମନ୍ତ ଭୋଇ, ବଲ୍ଲଭ ଝଙ୍କାର, ଶ୍ରୀକାନ୍ତ ନାୟକ, ହରେକୃଷ୍ଣ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ବଳରାମ ମେହେର, ରଞ୍ଜିତ ମହାକୁଡ, ଗଜିନ୍ଦ୍ର ସାହୁ, ପ୍ରେମାନନ୍ଦ ସାହୁ, ବିଦ୍ୟାଧର ପ୍ରଧାନ , ସୁରେନ୍ଦ୍ର ସାହୁ, ସତ୍ୟନାରାୟଣ ମାଝୀ, ବାସୁଦେବ ସାହୁ, ରାମହରି ପ୍ରଧାନ, ରାଜ କୁମାର ତ୍ରିପାଠୀ, ସେବକ ପ୍ରଧାନ, ଲୁହାବିର ସାହୁ, ନରେନ୍ଦ୍ର ଭୋଇ, ଶାନ୍ତନୁ ନାଏକ, ଅନିଲ ନାଏକ, ପ୍ରକାଶ ପ୍ରଧାନ, ରୁକୁଲାଲ ରଣା, ଯଯାତି ମଲ୍ଲିକ, ପାୟୋଧର ମହାକୁଡ ପ୍ରମୁଖ ରହିଥିଲେ। ପ୍ରକାଶ ଥାଉକି, ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ସ୍ଥାନୀୟ ଖମ୍ବେଶ୍ୱରୀ ମନ୍ଦିର ରେ ପୂଜାର୍ଚ୍ଚନା କରିବା ପରେ କୀର୍ତ୍ତନ, ଦୂଲ୍ ଦୁଲି
ବାଦ୍ୟ ସହ ଏକ ବିରାଟ ଶୋଭାଯାତ୍ରାରେ ସଭା ମଞ୍ଚ କୁ ଆସିଥିଲେ।