କୋରାପୁଟ ଜିଲ୍ଲା ଜୟପୁର ଠାରେ ଆଜି ପ୍ରଭୁ ଶ୍ରୀ ରାମ ଙ୍କ ମୂର୍ତ୍ତୀ ଓ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ଓ ବିଜୟ ଶୋଭାଯାତ୍ରାରେ ଦୁଲିକିଲା ସାରା ଜୟପୁର ସହର। ଜୟପୁର ସ୍ଥାନୀୟ ପାରାବେଢା ସ୍ଥିତ ଝାଙ୍କଡ ଦେଈ ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ରଘୁନାଥ ମନ୍ଦିର ପର୍ଯ୍ୟନ୍ତ ଏହି ବିଶାଳ ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। “ଏକ୍ ହି ନାରା ଏକ୍ ହି ନାମ୍ ଜୟଶ୍ରୀ ରାମ ଜୟ ଶ୍ରୀରାମ “ନାରାରେ କମ୍ପି ଉଠିଥିଲା ସାରା ଜୟପୁର ସହର। ଏବଂ ଜୟଶ୍ରୀ ରାମ ସଙ୍ଗୀତରେ ହଜାର ହଜାର ଲୋକ ଏକା ଥରକେ ନାଚି ଉଠିଥିଲେ ଯାହା ଫଳରେ ଏହି ବିଶାଳ ବିଜୟ ଯାତ୍ରା ଆହୁରି ରଙ୍ଗୀନ ହୋଇଯାଇଥିଲା। ଦୀର୍ଘ ୫୦୦ ଶହ ବର୍ଷ ପରେ ଶ୍ରୀ ରାମଙ୍କ ଜନ୍ମ ସ୍ଥାନ ଅଯୋଧ୍ୟାରେ ଆଜି ରାମ ମନ୍ଦିର ପ୍ରତିଷ୍ଠା ହୋଇଥିବାରୁ ଲୋକଙ୍କ ମନରେ ଏକ ଉତ୍ସାହ ଏବଂ ଭକ୍ତିର ସହ ଆରାଧନା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଯୁବକ ଠାରୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ଗେରୁଆ ବସ୍ତ୍ର ପରିଧାନ କରି ଶ୍ରୀରାମଙ୍କ ଭକ୍ତି ପୂର୍ଣ୍ଣ ସଙ୍ଗୀତରେ ଝୁମି ଉଠିଥିଲେ ଶ୍ରୀ ରାମ ଭକ୍ତ। ଆଜିର ଏହି କାର୍ଯ୍ୟକ୍ରମରେ ଆଶୁତୋଷ ମେମୋରିଆଲ ଟ୍ରଷ୍ଟ ଦ୍ଵାରା ୫ ଗୋଟି କୀର୍ତ୍ତନ ମଣ୍ଡଳୀ ନିମନ୍ତ୍ରଣ କରାଯାଇ କୀର୍ତ୍ତନ କରାଯାଇଥିଲା। ଜୟପୁର ସ୍ଥିତ ବିଭିନ୍ନ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ପ୍ରସାଦ ସେବନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ସର୍ବଦଳୀୟ ନେତା,ନେତ୍ରୀ ଏବଂ ହଜାର ହଜାର ଶ୍ରୀରାମ ଭକ୍ତ ମାନେ ଉପସ୍ଥିତ ରହିଥିଲେ।