ମଦ ଦୋକାନ ବନ୍ଦ ଦାବିରେ ମହିଳାମନେ ଧାରଣାରେ ବସି ଦ୍ଵୀପ ଜାଳିଲେ

ବାଲିଆପାଳ ; ମର୍ଯ୍ୟାଦା ପୁରୁଷଙ୍କ ଶ୍ରୀ ରାମ ଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ଦିବସରେ ବାଲିଆପାଳ ରେ ସମସ୍ତ ମଦ ଦୋକାନ  ବନ୍ଦ ରଖିବା ଦାବିରେ ଜନନୀ ପାରିବାର ବାଲେଶ୍ବର ଶାଖା ର ସଭାପତି ଜ୍ୟୋତ୍ସ୍ନା ମହାନ୍ତି ଙ୍କ ନେତୃତ୍ୱରେ ସୋମବାର ପୂର୍ବାହ୍ନରେ ବାଲିଆପାଳ ବିଦେଶୀ ମଦ ଦୋକାନ ଆଗରେ ମହିଳାମାନେ ଧାରଣାରେ ବସି ଦ୍ଵୀପ ପ୍ରଜ୍ଜ୍ୱଳନ କରିଥିଲେ।

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସାରା ଭାରତ ନିଷ୍ଠାର ସହକାରେ ବେସ ଧୁମ ଧାମରେ ପାଳନ କରୁଛି। ଏଥିପଇଁ ମାନ୍ୟବର ପ୍ରଧାନମନ୍ତ୍ରୀ  ଗୋଟିଏ ଦିନ ଶୁଦ୍ଧ ପୋତ ଭାବରେ ରହିବାକୁ ନିବେଦନ କରିଥିବା ବେଳେ ବାଲିଆପାଳରେ ମଦ ଦୋକାନ ଖୋଲାରହି ବିକ୍ରି ଖର୍ଦିରେ ବେଶ ଗହଳି ଲାଗିଥିଲା। ଏହି ବିକ୍ରି ଖର୍ଦିକୁ ବିରୋଧ କରି ଦୋକାନ ବନ୍ଦ କରିବା ଦାବି ରେ ଜନନୀ ପରିବାର ଟ୍ରଷ୍ଟ ପକ୍ଷରୁ ମହିଳାମାନେ ମଦ କାଉଣ୍ଟର ଅଗରେ ଧାରଣାରେ ବସି  ରାମଲାଲାଙ୍କ ପାଇଁ  ଦୀପ ଜାଳୁଥିବାର ଦେଖିବାକୁ ମିଳିଥିଲା।  ଜନନୀ ପରିବାର ଟ୍ରଷ୍ଟ ପକ୍ଷରୁ ଜିଲ୍ଲା ସଭାପତି ଜ୍ୟୋସ୍ନା ମହାନ୍ତି ଓ ସଂପାଦକ ଲକ୍ଷ୍ମୀ ବେହେରା ଙ୍କ ନେତୃତ୍ବରେ ଏହି ଧାରଣା ଚାଲିଥିବା ବେଳେ ବାଲିଆପାଳ ବ୍ଲକ ସଭାପତି ସୁଭଦ୍ରା ରାଉତ୍,ରଞ୍ଜୁଲତା ଦଳାଇ,ସୁମତି କଁଅର , ଲକ୍ଷ୍ମୀ ଦଳାଇ,ମଞ୍ଜୁଲତା ଦଳାଇ,କୁନି କଁଅର, ବେଣୁଧର ବେହେରା ପ୍ରମୁଖ ଧାରଣାରେ ସାମିଲ ଥିଲେ।

Leave A Reply

Your email address will not be published.