ଦିଲ୍ଲୀ ର ବିଭିନ୍ନ ମନ୍ଦିରରେ ହୋମ, ସୁନ୍ଦର କାଣ୍ଡ ପାଠ

ନୂଆଦିଲ୍ଲୀ /ଲଷ୍ମୀନାରାୟଣ ବେବର୍ତ୍ତା (ଆ. ପ୍ର )ଦୀର୍ଘ ପାଞ୍ଚ ସହ ବର୍ଷର ପ୍ରତୀକ୍ଷା ପରେ ଆଜି  (ସୋମବାର ଦିନ )ଜନ୍ମଭୂମି ରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କ ଭବ୍ୟ ମନ୍ଦିର ପ୍ରଥୀଷ୍ଠl ଉତ୍ସବ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଭାବନା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏବଂ ଏଥିନେଇ କେବଳ ଅଯୋଧ୍ୟା ନଗରୀ କିମ୍ବା ଉତ୍ତରପ୍ରଦେଶ ନୁହେଁ ସମଗ୍ର ଭାରତ ବର୍ଷ ର ବିଭିନ୍ନ ପୁରପଲ୍ଲୀ ଠାରୁ ସହର ଉତ୍ସବ ମୁଖର ହୋଇ ଉଠି ଥିବା ଦେଖାଦେଇଛି. ପୁରପଲ୍ଲୀ ଠlରୁ ସହରର ବିଭିନ୍ନ ମନ୍ଦିର ରେ ଏଥିନେଇ ପୂଜା ପାଠ, ପ୍ରସାଦ ବିତରଣ, ଦୀପ ପ୍ରଜ୍ୟୋଳନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ର ବିଭିନ୍ନ ମନ୍ଦିର ରେ ସ୍ୱତନ୍ତ୍ର ପୂଜାପାଠ, ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖାଦେଇଛି. ଦିଲ୍ଲୀ ର ପ୍ରବାସୀ ଓଡ଼ିଆ ମାନଙ୍କ ମୁଖ୍ୟ ମିଳନ ସ୍ଥଳ କୁହାଯାଉଥିବା ସ୍ଥାନୀୟ ହାଉଜଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ରେ  ପ୍ରତ୍ୟୁଷ ରୁ ହୋମ, ଯଜ୍ଞ ଭଜନ, କୀର୍ତ୍ତନ,ହେବା ସହ ମଧ୍ୟlନ୍ନ ଧୂପ ବିତରଣ କରାଯାଇଥିଲା.  ମାନ୍ୟବର କେନ୍ଦ୍ର ରେଳ, ଯୋଗାଯୋଗ, ସଂଚାର ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଠବ ଦୀର୍ଘ ସମୟ  ମନ୍ଦିର ରେ ବସି ଅଯୋଧ୍ୟା ର ଭବ୍ୟ ମନ୍ଦିର ପ୍ରଥୀଷ୍ଠl ଉତ୍ସବ ର ସିଧା ପ୍ରସାରଣ  ଦେଖିଥିଲେ ଏବଂ ମନ୍ଦିର ରେ ପ୍ରସାଦ ସେବନ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ  ଏହି ଉତ୍ସବ ରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ତଥା ସଙ୍ଘ ର ପ୍ରଚାରକ ସୂର୍ଯକାନ୍ତ କେଲକର,ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ କେ. ଗୋବିନ୍ଦ ନାୟକ, କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ବିଭlଗ ରାଷ୍ଟ୍ରମନ୍ତ୍ରୀ ଙ୍କ (ଓ ଏସ. ଡି). ଡ଼ ଏସ. କେ. ଜେନା ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉତ୍ସବ ରେ ଯୋଗ ଦେଇଥିବା ଦେଖା ଦେଇଥିଲା.ଏହି ଅବସରରେ ସୁର ମଲ୍ଲାର ଭଜନ ମଣ୍ଡଳୀ ରେ ପ୍ରିୟାଂଶୀ ଜେନା ହିନ୍ଦୀ ଓ ଓଡ଼ିଆ ଭଜନ ପରିବେଷଣ କରିଥିଲେ. ସ୍ଵର୍ଣପ୍ରିୟା ପତି ମଞ୍ଚ ପରିଚାଳନା କରିଥିବା ବେଳେ ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କୁ ମନ୍ଦିର ସଭାପତି ବିଘ୍ନେସ୍ୱର ରାଉତ, ମନ୍ଦିର ସମ୍ପାଦକ ରବୀନ୍ଦ୍ର ପ୍ରଧାନ, ଉପ ସଭାପତି ଗଜେନ୍ଦ୍ର ପ୍ରସାଦ ସାମନ୍ତ, ଖିରୋଦ ପାତ୍ର,  କୋଷାଧକ୍ଷ ପଙ୍କଜ ମହାନ୍ତି,  କାର୍ଯ୍ୟକାରୀ କମିଟି ର ସଦସ୍ୟ ଅଶୋକ ପ୍ରଧାନ,  ଆଇନଜୀବୀ ଜିତେନ୍ଦ୍ର ମହାପାତ୍ର, ପ୍ରଦୀପ ସ୍ୱାଇଁ ଙ୍କ ସହ ପ୍ରଦୀପ ପରିଡା ମନ୍ଦିର ପରିଚାଳକ ରଶ୍ମିରଞ୍ଜନ ବେହେରା ପ୍ରମୁଖ ପରିଚାଳନା କରିଥିବା ବେଳେ ଆନୁମାନିକ ଦୁଇ ହଜାର ଶ୍ରଦ୍ଧାଳୁ ଉତ୍ସବ ରେ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ. ସେହିଭଳି ସ୍ଥାନୀୟ  ଅର୍ଜୁନ ନଗର ମାତା ମନ୍ଦିର ତରଫରୁ ସପ୍ତାହ ବ୍ୟାପି ସୁନ୍ଦରକାଣ୍ଡ ପାଠ କରାଯିବା ସହ ଆଜି ଏକ ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଙ୍କ ପାଇଁ ବିଶାଳ ଭଣ୍ଡାରା ର ଆୟୋଜନ କରାଯାଇଥିଲା. ମନ୍ଦିର ର କୋଷାଧକ୍ଷ ତଥା  ଅର୍ଜୁନ ନଗର ରେସିଡେଣ୍ଟ ୱେଲ ଫିୟାର ଆସୋସିସନ ର ସଭାପତି ଇନ୍ଦ୍ରଦେବ ଶର୍ମା ଓ ସାଧାରଣ ସମ୍ପାଦକ ତଥା ଜାମୁ କଟରା ସ୍ଥିତ ମଙ୍ଗଳ ଭବନ ର ଅଧକ୍ଷ ବିନୋଦ କୁମାର ମିଥଲ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ. ଦିଲ୍ଲୀ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଥିବା ସନାତନ ଧର୍ମ ସଭା ତଥା ଶିବ ରାମ ମନ୍ଦିର ରେ ବଡ଼ ଭବ୍ୟ ସହକାରେ  ରାମ ମନ୍ଦିର ପ୍ରଥୀଷ୍ଠl ଉତ୍ସବ ଅନୁଷ୍ଠିତ ହୋଇଥିଲା. ସଭାପତି ମୋହନ ଲାଲ ଚୋପ୍ରା ଓ ସଚିବ ଆର. କେ ଶର୍ମା ସହ ମନ୍ଦିର ପୂଜାରୀ ଗଣେଶ୍ୱର ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ.

Leave A Reply

Your email address will not be published.