ପୃଥିବୀ ପୃଷ୍ଠରେ ନେତୃତ୍ୱ ନେଉଥିବା ବ୍ୟକ୍ତି ବିଶେଷ ନେତା ରୂପରେ ପରିଚିତ ହୋଇ ଥାଆନ୍ତି, ଯେଉଁମାନେ କି ସଧାରଣ ଜନତାଙ୍କ ପ୍ରତିନିଧିତ୍ଵ କରନ୍ତି । ସୁଭାଷ ଚନ୍ଦ୍ର ବୋଷଙ୍କୁ ଛାଡ଼ି ଦେଲେ ଆଜି ପର୍ଯ୍ୟନ୍ତ ନେତୃତ୍ୱ ନେଇଥିବା ନେତା ମାନେ ନେତାଜୀ ଉପାଧି ପାଇ ନାହାଁନ୍ତି । ମହାନ୍ ସ୍ଵାଧୀନତା ସଂଗ୍ରାମୀ ଯୁଗ ପୁରୁଷ ଆଜି ଆମ ଗହଣରେ ନାହାଁନ୍ତି ସତ କିନ୍ତୁ ତାଙ୍କର ଜନ୍ମ ଦିନ ରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ସମାଜର ପ୍ରତ୍ୟେକ ବର୍ଗର ଆବାଳ ବୃଦ୍ଧ ବନୀତା ଙ୍କୁ ଅନୁରୋଧ କରାଯାଇ ପାରେ।
ଓଡ଼ିଶା ପ୍ରଦେଶର ସର୍ବ ପୁରାତନ ସହର କଟକ ର ଓଡିଆ ବଜାର ସ୍ଥିତ ଜାନକୀ ନାଥ ଭବନରେ ୧୮୯୭ ମସିହା ଜାନୁଆରୀ ମାସ ୨୩ ତାରିଖ ଦିନ ରାଏ ବାହାଦୂର ଜାନକୀ ନାଥ ବୋଷ ଏଵଂ ପ୍ରଭାବତୀ ବୋଷ ଙ୍କ ଔରସ ରୁ ଏକ ଉଜ୍ଜଳ ନକ୍ଷତ୍ର ଧରା ପୃଷ୍ଠ ରେ ଜନ୍ମ ନେଇଥିଲେ। ଯେପରି ତୁଳସୀ ଦୁଇ ପତ୍ରରୁ ବାସେ, ଠିକ୍ ସେହିପରି ବାଳୁତ କାଳରୁ ସୁଭାଷ ନିଜର ପରିଚୟ ନିଜେ ସୃଷ୍ଟି କରିଥିଲେ।
୧୯୦୨ ମସିହାରେ ବାପିଷ୍ଟ ଚର୍ଚ୍ଚ ସ୍କୁଲରେ ତାଙ୍କର ଶିକ୍ଷା ଆରମ୍ଭ ହୁଏ, ପରବର୍ତ୍ତି ସମୟରେ ଥୋମାସ ଏଡ୍ ୱାର୍ଡ ରେଭେନ୍ସା ଙ୍କ ଦ୍ବାରା ୧୮୫୧ ମସିହାରେ ନିର୍ମିତ ଓଡ଼ିଶାର ସର୍ବ ପୂରାତନ ରେଭେନ୍ସା କଲେଜିଏଟ୍ ସ୍କୁଲ୍ ରେ ତାଙ୍କ ନାମ ୧୯୦୯ ମସିହାରେ ଲେଖା ହୋଇ ଥିଲା । ସେଠାରେ ସେ ୧୯୧୨ ପର୍ଯ୍ୟନ୍ତ ପଢ଼ି କୃତିତ୍ୱ ର ସହ ଉତ୍ତୀର୍ଣ୍ଣ ହୋଇ ପରବର୍ତ୍ତି ସମୟର କଲିକତାର ପ୍ରେସିଡେନ୍ସି କଲେଜ୍ କୁ ପଢ଼ିବା ପାଇଁ ଯାଇଥିଲେ। ତେବେ ବାଳୁତ କାଳରୁ ସେ ଖୁବ୍ ସ୍ପଷ୍ଟ ବାଦୀ, ନିର୍ଭୀକ ତଥା ଅନ୍ୟାୟ କୁ ଆଦୌ ବରଦସ୍ତ୍ କରି ପାରୁନଥିଲେ। ବପିଷ୍ଟ ଚର୍ଚ୍ଚ ସ୍କୁଲ୍ ରେ ପଢିବା ସମୟରେ ଛାତ୍ର ବୃତ୍ତିରେ ବିଦେଶୀ ଏଵଂ ଭାରତୀୟ ଛାତ୍ରଙ୍କ ମଧ୍ୟରେ ପାତର ଅନ୍ତର କୁ ବିରୋଧ କରି ଶେଷରେ ସ୍କୁଲ୍ ପରିବର୍ତ୍ତନ କରିଥଲେ। ରେଭେନ୍ସା କଲିଜିଏଟ୍ ସ୍କୁଲ୍ ରେ ମଧ୍ୟ ସେ ଛାତ୍ର ମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ଭାବନା ଉଦ୍ରେକ କରିବାରେ ସହାୟ ହୋଇ ଥିଲେ। ପୁସ୍ତକରୁ ପଢ଼ି ଥିବା ଗୋଟିଏ ଘଟଣା ମନେ ପଡ଼ିଯାଏ, ୧୯୦୮ ଅଗଷ୍ଟ ୧୧ ତାରିଖରେ ସହିଦ୍ ଖୁଦୀ ରାମ ଙ୍କୁ ଫାଶୀ ଦିଆ ଯାଇଥିଲା। ଏହାର ପ୍ରଭାବ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ଗଭୀର ରେଖପାତ କରିଥିଲା। ୧୯୧୧ ମସିହା ଖୁଦୀ ରାମ ଙ୍କ ସହିଦ ଦିବସରେ ସୁଭାଷ ରେଭେନ୍ସା କଲେଜିଏଟ୍ ସ୍କୁଲ୍ ହଷ୍ଟେଲ ଠାରେ ଚୂଲି ଜଳାଇବାକୁ ମନା କରି ଦେଇଥିଲେ, ସ୍ୱତ ପ୍ରବୁତ ସବୁ ଛାତ୍ରାବାସ ର ଅନ୍ତେବାସୀ ଉପାସ ରହି ସହିଦ୍ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଥିଲେ। ଛାତ୍ର ମାନଙ୍କୁ ଦେଶାତ୍ମବୋଧକ ଭାଷଣ ଦେଇ କହିଥିଲେ ଦେଶ ମାତୃକା କୁ ଭଲ ପାଇବା ଶିଖିବା ସହିତ ନିଜ କୁ ଜଣେ ଜଣେ ସଚ୍ଚୋଟ ଦେଶ ଭକ୍ତ ହେବାକୁ ପଡିବ ଅନ୍ୟଥା ଆମେ ଯେଉଁ ପରାଧୀନ ଅଛୁ ସେହିପରି ପରାଧୀନ ହୋଇ ରହିଥିବା।
ଏହି ସମ୍ବାଦ ବ୍ରିଟିଶ୍ ସରକାର୍ ଜାଣି ପାରି ତତ୍କାଳୀନ ହେଡ୍ ମାଷ୍ଟର ବେଣୀ ମାଧବ ଦାସ ଙ୍କୁ ଭର୍ତ୍ସନା କରିବା ସହିତ ନଦୀଆ ଜିଲ୍ଲା କୁ ତୁରନ୍ତ ବଦଳି ଆଦେଶ ଜାରି କରିଥଲେ। ବିଦ୍ରୋହୀ ସୁଭାଷ ବୋଷ ବ୍ରିଟିଶ୍ ଶାସକଙ୍କ ନାଲି ଆଖିକୁ ଆଦୌ ଖାତିର ନକରି ନିଜ କୁ ଦେଶାତ୍ମବୋଧକ କର୍ଯ୍ୟରେ ସାମିଲ୍ କରି ଏକ ନୂତନ ଅଖଣ୍ଡ ଭାରତର ସ୍ବପ୍ନ ଦେଖୁଥିଲେ। ଛାତ୍ର ଜୀବନରେ ଆଇନ୍ ଅମାନ୍ୟ କରି ସୁଭାଷ ଅନେକ ଥର ପୋଲିସ୍ ଠାରୁ ବେତ ପ୍ରହାର ମଧ୍ୟ ଖାଇଥିଲେ।ସୁଭାଷ ଚନ୍ଦ୍ର ବୋଷ କଲିକତା ରେ କୃତିତ୍ୱ ସହିତ ଶିକ୍ଷ୍ୟା ସମାପ୍ତ କରି ଲଣ୍ଡନ ସ୍ଥିତ କ୍ୟମ୍ବ୍ରିଜ୍ ବିଶ୍ଵ ବିଦ୍ୟାଳୟ ରେ ଶିକ୍ଷ୍ୟା ପାଇଥିଲେ। ୧୯୨୧ ମସିହା ଜୁଲାଇ ମାସରେ କେମ୍ବ୍ରିଜ୍ ଛାଡ଼ି ଜାହଜ ଯୋଗେ ଭାରତ ଫେରିବା ସମୟରେ ଉକ୍ତ ଜାହାଜରେ ବିଶ୍ଵ କବି ରବୀନ୍ଦ୍ର ନାଥ ଠାକୁରଙ୍କ ସହିତ ତାଙ୍କର ସାକ୍ଷାତ ତଥା ଗାନ୍ଧିଜୀ ଙ୍କ ଉପରେ ଅନେକ ଆଲୋଚନା ହୋଇଥଲା। ମଣି କାଞ୍ଚନ ର ମିଳନ ତଥା ଗାନ୍ଧିଜୀ ଙ୍କ ଉପରେ ଭରଷା କରି ଭାରତୀୟ ଜାତୀୟ କଂଗ୍ରେସର ଏକ ଟାଣୁଆ ନେତା ଭବେ ୧୯୩୮ ଏଵଂ ୧୯୩୯ ମସିହାର ଦୁଇଥର କଂଗ୍ରେସ୍ ର ସଭାପତି ଆସନ ଅଳଙ୍କୃତ କରିଥିଲେ।
ଗାନ୍ଧୀଙ୍କ ସହିତ ସୁଭାଷ ଚନ୍ଦ୍ର ବୋଷଙ୍କ ମତ ଭେଦ ଦେଖା ଦେବାରୁ ସେ ଫରୱାର୍ଡ ବ୍ଲକ ନାମକ ଏକ ନୂତନ ରାଜନୈତିକ ଦଳ ଆରମ୍ଭ କରି ସଶସ୍ତ୍ର ଆନ୍ଦୋଳନ କରି ଦେଶରୁ ବିଦେଶୀ ହଟାଇବାର ସଂକଳ୍ପ ନେଇଥିଲେ। ସୁଭାଷ ଚନ୍ଦ୍ର ବୋଷ ଇଟାଲୀ ର ଗାରିବାଲ୍ଡି ଙ୍କ ଦ୍ବାରା ଅନୁପ୍ରାଣିତ ହୋଇଥିଲେ। ବ୍ରିଟିଶ୍ ଶାସକଙ୍କ ଦ୍ବାରା କଲିକତାରେ ସୁଭାଷ ବୋଷ ଗୃହ ବନ୍ଧୀ ଥିବା ସମୟରେ ବ୍ରିଟିଶ୍ ସରକାର୍ ଙ୍କୁ ଠକି ନିଜ ରୂପ ବଦଳାଇ ୧୯୪୧ ଜାନୁଆରୀ ୧୭ ତାରିଖ ଦିନ ଭାରତ ଭୂଖଣ୍ଡ ସୀମା ବାହାରକୁ ଯିବାକୁ ସକ୍ଷମ ହୋଇ ଥିଲେ। ଅଫଗାନି ସ୍ତାନ, ଋଷିଆ ଦେଇ ଜର୍ମାନୀ ଦେଶରେ ହିଟଲର ଙ୍କ ସହିତ ଦେଖାକରି ଭାରତର ସ୍ଵାଧୀନତା ପାଈଁ ସହଯ୍ୟ ମାଗିଥିଲେ, ହିଟଲର୍ ତାଙ୍କୁ ତାଙ୍କ ସାହସ ଦେଖି ଗୋଟିଏ ବୁଡା ଜାହଜ ତଥା ଜର୍ମାନୀ ରେ ଥିବା ଭାରତୀୟ ଯୁଦ୍ଧ ବନ୍ଦୀ ମାନଙ୍କୁ ଖଲାସ କରି ସୁଭାଷ ବୋଷ ଙ୍କୁ ସମର୍ପି ଦେଇଥିଲେ। ଯୁଦ୍ଧ ବନ୍ଦୀ ମାନଙ୍କୁ ଦେଶାତ୍ମବୋଧକ ଭାଷଣ ଦ୍ଵାରା ଆକର୍ଷିତ କରି ନୂତନ ସୈନ୍ୟ ବାହିନୀ ଗଠନ କରି ପାରି ଥିଲେ। ପରବର୍ତ୍ତି ସମୟରେ ବର୍ଲିନ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ଗଠନ କରିଥଲେ, ସେଠାରୁ ସେ ହିନ୍ଦ୍ ରେଡ଼ିଓ ମଧ୍ୟମରେ ଭାରତବାସୀ ଙ୍କୁ ବ୍ରିଟିଶ୍ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ ଭାଷଣ ଦେଇ କହୁଥିଲେ ” ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧିନତା ଦେବି” ।
ରାସ ବିହାରୀ ବୋଷ ନାମକ ଜଣେ ନିର୍ବାସିତ ଭାରତୀୟଙ୍କ ସହଯୋଗରେ ଜାପାନ, ବର୍ମା, ମାଳୟ , ସିଙ୍ଗାପୁର ଇତ୍ୟାଦି ଅଞ୍ଚଳରେ ବାସ କରୁଥିବା ଭାରତୀୟ ମାନଙ୍କୁ ଏକତ୍ରିତ କରି ସ୍ଵାଧୀନତା ଲିଗ୍ ଗଠନ କରି ଥିଲେ। ସିଙ୍ଗାପୁର ଠାରେ ଆଜାଦ୍ ହିନ୍ଦ୍ ଫୌଜ ର ଦାୟୀତ୍ୱ ନେ଼ଇ ୧୯୪୩ ଅକ୍ଟୋବର ୨୧ ତାରିଖ ସ୍ଵାଧୀନ ସରକାର୍ ଗଠନ କରି “ଦିଲ୍ଲୀ ଚାଲୋ” ଆହ୍ଵାନ ଦେଇ ଥିଲେ। ୧୯୪୪ ମାର୍ଚ୍ଚ ୧୮ ତାଙ୍କ ପାଇଁ ଏକ ସଫଳତା ଆଣି ଦେଇଥିଲା, ସେ ବର୍ମା ଅତିକ୍ରମ କରି ଭାରତର ମଣିପୁର ରାଜ୍ୟ ମଧ୍ୟରେ ପ୍ରଵେଶ କରି ପାରିଥିଲେ। ପ୍ରଚଣ୍ଡ ଶକ୍ତିଶାଳୀ ବ୍ରିଟିଶ୍ ଶକ୍ତି ତାଙ୍କୁ ଜଳ ସ୍ଥଳ ଆକାଶ ପଥରେ ପ୍ରତିରୋଧ କରିଥଲେ ମଧ୍ୟ ସେ ଖାତିର କରି ନ ଥିଲେ, ସ୍ୱାଧୀନ ଚେତା, ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ମନୋବଳ କିନ୍ତୁ ଭାଙ୍ଗି ନ ଥିଲା । ସେ ତାଙ୍କର ବଳିଷ୍ଠ ନେତୃତ୍ୱ ତଥା ଜାପାନ ସରକାରଙ୍କ ସହଯୋଗ ଏଵଂ ସଧାରଣ ଜନତାଙ୍କ ପ୍ରିୟ ପାତ୍ର ହୋଇ ଇତିହାସ ରଚି ଯାଇଛନ୍ତି।୧୯୪୫ ଅଗଷ୍ଟ ୧୮ ତାରିଖ ଦିନ ତାଇ ପେଇ ଆକାଶ ରେ ଏକ ଦୁଃଖଦ ବିମାନ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ପ୍ରଚାରିତ ହୋଇଥିଲା, ଯଦିଓ ଏହା ବର୍ତ୍ତମାନ୍ ସୁଦ୍ଧା ଏକ କୁହେଳିକା ଭିତର ରହି ଯାଇଛି। ଆଜି ପର୍ଯ୍ୟନ୍ତ ଅନେକ ତଦନ୍ତକାରୀ ସଂସ୍ଥା ତଦନ୍ତ କରି ମଧ୍ୟ କୌଣସି ନିର୍ଦିଷ୍ଟ ଉପସଂହାରେ ପହଞ୍ଚି ପାରି ନାହାନ୍ତି। ଏହା ଆମପାଇଁ ଏକ ବିଡମ୍ବନା ଛଡ଼ା ଆଉ କିଛି ନୁହେଁ। ଗାନ୍ଧିଜୀ ଏଵଂ ସୁଭାଷ ଦୁହେଁ ଭାରତର ସ୍ବାଧିନତା ପାଇଁ ଆପ୍ରାଣ ଉଦ୍ୟମ କରି ଥିଲେ ଯଦିଓ ଦୁଇ ଜଣଙ୍କ ପଥ ଅଲଗା ଅଲଗା ଥିଲା କିନ୍ତୁ ଲକ୍ଷ୍ୟ ଏକ ଥିଲା। ଗାନ୍ଧୀଜୀ ଅହିଂସା ର ପଥ ରେ ଅଗ୍ରସର ହେଉଥିବା ସମୟର ସୁଭାଷ ଯୁଦ୍ଧ କରି ସ୍ଵାଧୀନତା ପ୍ରପ୍ତିକୁ ଗୁରୁତ୍ଵ ଦେଇଥିଲେ ।
ବାଳୁତ ସୁଭାଷ ଚନ୍ଦ୍ର ବୋଷଙ୍କ ନିଜ ଜନ୍ମସ୍ଥାନ କଟକ ପ୍ରୀତି ଶେଷ ଜୀବନ ପର୍ଯ୍ୟନ୍ତ ଥିଲା। ସେ କଟକକୁ ଭୂଲି ପାରି ନ ଥିଲେ, କଟକ ମଧ୍ଯ ବାଳୁତ ସୁଭାଷ ବୋଷଙ୍କ ନିଃସ୍ୱାର୍ଥପର ସେବା ଭୂଲି ପାରିନାହିଁ। ହଇଜା ସମୟରେ ବାଳୁତ ସୁଭାଷ ସାଙ୍ଗ ମାନଙ୍କ ସହଯୋଗରେ ଶହ ଶହ ଅଚିହ୍ନା ଶବ ଦାହ କରିଥଲେ। ସେ ନିଜର କର୍ତ୍ତବ୍ୟ ନିଷ୍ଠା, ଲୋକଙ୍କୁ ଭଲ ପାଇବା, ବଳିଷ୍ଠ ନେତୃତ୍ବ ଦ୍ଵାରା ସାରା ଜଗତକୁ ନୂତନ ମର୍ଗ ଦର୍ଶନ ଦେଇ ପାରିଛନ୍ତି। ଆମ ସରକାର୍ ତାଙ୍କ ଜନ୍ମ ସ୍ଥାନକୁ ଏକ ସଂଗ୍ରହାଳୟର ରୂପ ଦେଇ ତାଙ୍କର ଅନେଗୁଡ଼ିଏ ବିରଳ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ଅନେକ ଦସ୍ତାବିଜ୍ ସାଇତି ରଖିଛନ୍ତି। ଏବେବି ଅନେକ କିଛି କରିବାର ଅଛି, କଟକ ରେଳ ଷ୍ଟେସନ୍ ର ନାମ ଯଦି ନେତାଜୀଙ୍କ ନାମରେ ନାମିତ ହୋଇ ପାରନ୍ତା, ନେତାଜୀଙ୍କ ନାମରେ ଯଦି ଗୋଟିଏ ବିଶ୍ଵବିଦ୍ୟାଳୟ କୁ ନାମିତ କରାଯାଇ ପାରନ୍ତା, ନେତାଜୀଙ୍କ ନାମରେ ଯଦି କିଛି ରାସ୍ତାର ନାମ କରଣ ହୋଇ ପାରନ୍ତା, ରେଭେନ୍ସା କଲେଜିଏଟ୍ ସ୍କୁଲ୍ ର ନାମ କ’ଣ ବଦଳା ଯାଇ ନେତାଜୀଙ୍କ ନାମରେ ନାମିତ କରାଯାଇ ପାରିବ ନାହିଁ? ଇଂରେଜ ଗଲେଣି ତେବେ ଏହି ରେଭେନ୍ସା କଲେଜିଏଟ୍ ସ୍କୁଲ୍ ର ନାମ ବଦଳାଇବାକୁ ସରକାର୍ କୁଣ୍ଠିତ କାହିଁକି? ସ୍କୁଲର ପୂରାତନ ଛାତ୍ର ମାନେ ଏଥିପ୍ରତି କିଛିଟା ଚେଷ୍ଟିତ ହେବା ସହିତ ସରକାରଙ୍କ ଉପରେ ମୃଦୁ ଚାପ ପକାଇଲେ ହୁଏତ ଏହା ସମ୍ଭବ ହୋଇ ପାରିବ ବୋଲି ମୋ ପରି ଜଣେ ପୂର୍ବତନ ରେଭେନ୍ସା କଲେଜିଏଟ୍ ସ୍କୁଲ୍ ର ଛାତ୍ର ଅନୁଭବ କରୁଛି। ତଥ୍ୟ ଗତ ଭୂଲ ଥିଲେ କ୍ଷମା ପ୍ରାର୍ଥନା କରୁଛି।
ସମ୍ମାନ ସହ
ବିଷ୍ଣୁ ପ୍ରସାଦ ଦାସ
ସ୍ନେହ କୁଟୀର
ଝାଞ୍ଜିରୀ ମଙ୍ଗଳା
କଟକ ୭୫୩୦୦୯
ମୋ ୯୯୩୭୧୭୪୦୯୭