ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ସହର ଠୁ ଆରମ୍ଭ କରି ଗାଁକୁ ସୋନ୍ଦର୍ଯ୍ୟ ଓ ଦୃଢ କରିବା ପାଇଁ ଅନେକ ଯୋଜନା କରୁଛନ୍ତି। ତାହା କେତେ ସ୍ଥାନ ମାନଙ୍କରେ ଶୁ ଚାରୁରୁପେ ପରିଚାଳିତ ହେଉଛି ତ କେତେ ସ୍ଥାନରେ କାଗପତ୍ରରେ ଚାଲିଛି। ଏମିତି ଏକ ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲା ଅଧିନସ୍ଥ ଥିବା ସିନାପାଲି ବ୍ଲକ ମହୁଲପଡ଼ା ଠାରୁ ଆରମ୍ଭ ହୋଇ ଗ୍ରାମପଞ୍ଚାୟତ ବରଗାଁକୁ ସଂଯୋଗ କରୁଥିବା ରାସ୍ତା ଏହି ଆରମ୍ଭ ଦିନ ଠାରୁ ହିଁ ଦୁର୍ନୀତିର ଗନ୍ଥା ଘର ସାଜିଥିବା ଗ୍ରାମ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଅଭିଯୋଗ ଅନୁଯାୟୀ କିଛି ଦିନ ହେବ ରାସ୍ତାରେ ପିଚୁ ପକେଇବା ଆରମ୍ଭ ହୋଇଛି ହେଲେ ଆରମ୍ଭରୁ ହିଁ ରାସ୍ତାର ଦୁଇ କଡର ପିଚୁ ଫାଳ ଫାଳ ହୋଇ ଉଠିବାରେ ଲାଗିଛି। କୋଉଠି ଜମାରୁ ପଡିନି ତ କୋଉଠି ହାତ ପାଲିସି କଳା ଭଳି ପିଚୁ ପଡିଛି। ରାସ୍ତା କାମ ସରିବାରେ ବସିଲାଣି ହେଲେ ଏପର୍ଯ୍ୟନ୍ତ ସୁଚନା ଫଳକ ବୋର୍ଡ ମଧ୍ୟ ଲେଖା ଯାଇ ନାହିଁ ସେ ଭଳି ଦୁର୍ନୀତି ଓ ମନଇଚ୍ଛା କାର୍ଯ୍ୟକୁ ନେଇ ବର୍ତମାନ ଅଞ୍ଚଳର ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏବଂ ତାଙ୍କୁ ଦାବୀ ରହୁଛି ଅତି ଶୀଘ୍ର ବିଭାଗୀୟ ଅଧିକାରୀ ରାସ୍ତା କାର୍ଯ୍ୟକୁ ତଦନ୍ତ କରି ଉକ୍ତ କାର୍ଯ୍ୟରେ ନିୟୋଜିତ ରହିଥିବା ଠିକାଦାର ପ୍ରତି ଦୃଢ଼ କାରଯ୍ୟାନୁଷ୍ଠାନ ଗ୍ରହଣ କରିବା ଶହ ରାସ୍ତା କାର୍ଯ୍ୟକୁ ନୂତନ ଭାବେ କରିବା ପାଇଁ ଦାବୀ ରଖିଛନ୍ତି।