ହାଟଡିହି ପ୍ରଥମ ଥର ପାଇଁ ଜାତୀୟ କଂଗ୍ରେସ କମିଟି ର ସଭାପତି ଶ୍ରୀଯୁକ୍ତ ମଲିକାର୍ଜୁନ ଖଡ଼ଗେ ଓଡିଶା ଆସୁଛନ୍ତି ଏବଂ ଭୁବନେଶ୍ୱର ଠାରେ କଂଗ୍ରେସ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ରାଜ୍ୟସ୍ତରୀୟ ଏକ ବିଶାଳ ସଭା କୁ ଉଦବୋଧନ ଦେବା ସହ ଓଡିଶା ପ୍ରଦେଶ କଂଗ୍ରେସ ଦଳ ର ନେତା, କାର୍ଯ୍ୟକର୍ତ୍ତା ଙ୍କୁ ଗୁରୁମନ୍ତ୍ର ଦେବେ ଏହି କାର୍ଯ୍ୟକ୍ରମ ର ସମ୍ପୂର୍ଣ୍ଣ ଦାୟୁତ୍ୱ ବା ସଭାପତିତ୍ୱ ପାଇଁ ଅଲ ଇଣ୍ଡିଆ କଂଗ୍ରେସ କମିଟି ଜୟଦେବ ଜେନା ଙ୍କୁ ନିଯୁକ୍ତି ଦେଇଛି। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ରେ ଅଲ ଇଣ୍ଡିଆ କଂଗ୍ରେସ ର ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଡ଼. ଅଜୟ କୁମାର ଏବଂ ଅଲ ଇଣ୍ଡିଆ କଂଗ୍ରେସ କମିଟି ତରଫରୁ କଂଗ୍ରେସ ପ୍ରେସିଡେଣ୍ଟ ତଥା ଇଣ୍ଡିଆ ମେଣ୍ଟ ର ଅଧକ୍ଷ ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖଡ଼ଗେ ଙ୍କର କାର୍ଯ୍ୟକ୍ରମ କୁ ସଂଯୋଜନା କରିବା ପାଇଁ ଜୟଦେବ ଜେନା ଙ୍କୁ ଅଲ ଇଣ୍ଡିଆ କଂଗ୍ରେସ କମିଟି ତରଫରୁ ସମନ୍ୱୟ କମିଟି ର ଅଧକ୍ଷ ଭାବରେ ନିଯୁକ୍ତି ଘୋଷଣା କଲେ। ଏହି କାର୍ଯ୍ୟକ୍ରମ ରେ ସାଂସଦ, ବିଧାୟକ, ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଙ୍କ ସହ ପ୍ରଦେଶ କଂଗ୍ରେସ କମିଟି ର କର୍ମକର୍ତ୍ତା ଓ ସମସ୍ତ ବିଭାଗ ର ସାମୁଖ୍ୟ,ମୁଖ୍ୟ, ଜିଲ୍ଲା ଓ ବ୍ଲକ କଂଗ୍ରେସ କମିଟି ସଭାପତି ମାନଙ୍କର ମୁଁ ସହଯୋଗ ଲୋଡ଼ିଥିଲି l ଏହି କାର୍ଯ୍ୟକ୍ରମ ଜାନୁଆରୀ ୨୯ ତାରିଖ ଦିନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ ଏବଂ ଜାତୀୟ କଂଗ୍ରେସ ର ଅଧକ୍ଷ ଶ୍ରୀ ଯୁକ୍ତ ମଲ୍ଲିକର୍ଜୁନ ଖଡ଼ଗେ ଉଦବୋଧନ ଦେବେ ଏହି ଅବସରରେ ଓଡିଶା ବାସୀଙ୍କୁ ଜୟଦେବ ଜେନା ଆହ୍ୱାନ କରିଛନ୍ତି ରାଜ୍ୟ ଏବଂ କେନ୍ଦ୍ର ସରକାର ଙ୍କ ଅନ୍ୟାୟ,ଦୁର୍ନୀତି, ମୁଦ୍ରାସ୍ପିତ ବେରୋଜଗାର ବିରୋଧ ରେ ଜନ ସାଧାରଣ ଏକତ୍ର ହୋଇ ବିଜେଡ଼ି, ବିଜେପି ସରକାର ବିରୋଧ ରେ ଏବଂ ଓଡିଶା ଏବଂ କେନ୍ଦ୍ର ରେ କଂଗ୍ରେସ ସରକାର ଗଠନ ପାଇଁ ବହୁ ସଂଖ୍ୟାରେ ଯୋଗଦେବା ସହ ଶ୍ରୀଯୁକ୍ତ ଖଡ଼ଗେ ଙ୍କ ଉଦବୋଧନ କୁ ଗାଁ ଗାଁ ରେ ପହଂଚାଇବା କୁ ହେବ ।