ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ଜନ୍ମ ଜୟନ୍ତୀ ପାଳିତ।

ଜୟପୁର; ଆଜି ସାରା ଭାରତରେ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦହିନ୍ଦ୍ ଫୈାଜ୍ ର ପ୍ରତିଷ୍ଠାତା ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ଜନ୍ମ ଜୟନ୍ତୀ ପାଳନ କରାଯାଉଛି । ତେବେ ଆଜି ଏହି ପବିତ୍ର ଦିବସରେ ସ୍ୱାଧୀନତା ସଂଗ୍ରାମୀ ଇନ୍ଦିରା ଲକ୍ଷ୍ମୀ ପଣ୍ଡା ମେମୋରିଆଲ ଟ୍ରଷ୍ଟ ତରଫରୁ ମଧ୍ୟ ଜୟପୁର ସ୍ଥିତ ସ୍ଥାନୀୟ ଇନ୍ଦିରା ଲକ୍ଷ୍ମୀ ପଣ୍ଡା କାର୍ଯ୍ୟାଳୟ ଠାରେ ସୁବାଷ ବୋଷଙ୍କ ୧୨୭ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି।୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକ ବଡ ବଜାରରେ ସ୍ୱାଧୀନତା ସଂଗ୍ରାମୀ ସୁବାଷ ବୋଷଙ୍କ ଜନ୍ମ ଗ୍ରହଣ କରିଥିଲେ। ଇନ୍ଦିରା ଲକ୍ଷ୍ମୀ ପଣ୍ଡା ମାତ୍ର ୧୪ ବର୍ଷ ବୟସରୁ ସେ ବାଳକ ବାଳିକା ସେନାରେ ଯୋଗ ଦେଇଥିଲେ। ଏହା ପରେ ସେ ଇଣ୍ଡିଆନ ନ୍ୟାସନାଲ୍ ଆର୍ମୀରେ ଯୋଗ ଦେଇଥିଲେ। ଏବଂ ଆଜାଦହିନ୍ଦ୍ ଫୈାଜ୍ ର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ୍ ହିନ୍ଦ୍ ଫୈାଜ୍ ରେ ସେ ଯୋଗ ଦେଇଥିଲେ।ରାଣୀ ଝାନସୀ ରେଜିମ୍ୟାଣ୍ଡ୍ ର କ୍ୟାପଟେନ ଲକ୍ଷ୍ମୀ ସେହେଗାଲ୍ ଏବଂ ଲକ୍ଷ୍ମୀ ପଣ୍ଡାଙ୍କ ନାମକୁ ନେଇ ଦ୍ଵନ୍ଦ ହେବାରୁ ସୁବାଷ ଚନ୍ଦ୍ର ବୋଷ ଲକ୍ଷ୍ମୀ ପଣ୍ଡାଙ୍କୁ ଇନ୍ଦିରା ବୋଲି ନାମ ଦେଇଥିଲେ। ଯାହାଫଳରେ ଲକ୍ଷ୍ମୀ ପଣ୍ଡା ବଦଳରେ ଇନ୍ଦିରା ଲକ୍ଷ୍ମୀ ପଣ୍ଡା ବୋଲି ସୁବାଷ ବୋଷ କ୍ୟାମ୍ପରେ ତାଙ୍କୁ ଡାକୁଥିଲେ। ସେତେବେଳେ ଇଣ୍ଡିଆ ଓ ବର୍ମା ନାମକ ବର୍ଡରରେ ଇଂରେଜ ମାନଙ୍କ ବିରୁଦ୍ଧରେ ଇନ୍ଦିରା ଲକ୍ଷ୍ମୀ ପଣ୍ଡା ଲଢେଇ କରିଥିଲେ।ସେ ଥ୍ରୀ ନଟ୍ ଥ୍ରୀ ରାଇଫେଲ୍ ମଧ୍ୟ ଚଲାଇବାରେ ସଫଳ ହୋଇଥିଲେ।ଏପରି ଭାବେ ଦେଶର ସ୍ୱାଧୀନତା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଇନ୍ଦିରା ଲକ୍ଷ୍ମୀ ପଣ୍ଡା ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେ଼ଇ କରିଥିଲେ।୮୨ ବର୍ଷ ବୟସରେ ଲକ୍ଷ୍ମୀ ଇନ୍ଦିରା ପଣ୍ଡା ଅକ୍ଟୋବର ୬ ତାରିଖ ୨୦୦୮ ମସିହାରେ ତାଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ନାମରେ ୨୦୦୯ ମସିହାରେ ତାଙ୍କ ନାମରେ ତଥା ଇନ୍ଦିରା ଲକ୍ଷ୍ମୀ ପଣ୍ଡା ମେମୋରିଆଲ ଟ୍ରଷ୍ଟ ସ୍ଥାପନ ହୋଇଥିଲା। ଆଜି ସୁବାଷ ବୋଷଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ଇନ୍ଦିରା ଲକ୍ଷ୍ମୀ ପଣ୍ଡା ମେମୋରିଆଲ ଟ୍ରଷ୍ଟ କାର୍ଯ୍ୟାଳୟ ଠାରେ ସୁବାଷ ବୋଷଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ସୁବାଷ ବୋଷଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଦେଇ ତାଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଡାଇରେକ୍ଟର ତଥା ଚେୟାରମେନ ଶ୍ରୀ ଶୁଭାଶିଷ ନାୟକ,ଭାଇସ୍ ଚେୟାରମେନ ଶ୍ରୀ ପ୍ରବୀଣ ରାଜ ପାତ୍ର, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଡେଭିଡ ଦୀନବନ୍ଧୁ, କୋଷାଧ୍ୟକ୍ଷ ଶ୍ରୀମତୀ ଚିଙ୍କି କୁମାରୀ ସୁନା, ଅନିତା କଟିଆ, ମନିତା ନାୟକ, ଜୟନ୍ତୀ ବିଷୟୀ, ଯୋଗେନ୍ଦ୍ର ସିଂ, ପିଙ୍କି ହରିଜନ,ନମିତା ଖରା ସୁଶେଳା ଖେମୁଣ୍ଡୁ, ପ୍ରମୁଖ ଉପସ୍ଥିତ ରହିଥିଲେ। ଦୀର୍ଘ ୧୫ ବର୍ଷ ଧରି ଏହି ଇନ୍ଦିରା ଲକ୍ଷ୍ମୀ ପଣ୍ଡା ମେମୋରିଆଲ ଟ୍ରଷ୍ଟ ଗରିବ ନିଷ୍ପେସିତ ଅସହାୟ ବୃଦ୍ଧ ବୃଦ୍ଧା ମାନସିକ ଗ୍ରସ୍ତ, ସ୍ୱାସ୍ଥ୍ୟ, ଶିକ୍ଷା, ସଚେତନତା, ଦକ୍ଷତା ବିକାଶ, ସ୍ୱୟଂ ସହାୟକ ଗୋଷ୍ଠୀ, ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.