ବଳଭଦ୍ର ମାଝୀ ଆସନ୍ତାକାଲି କଂଗ୍ରେସରେ ମିଶିବେ

ବଳଭଦ୍ର ମାଝୀ ଆସନ୍ତାକାଲି କଂଗ୍ରେସରେ ମିଶିବେ। ଭବାନୀପାଟଣାରେ କଂଗ୍ରେସର ମିଶ୍ରଣ ପର୍ବରେ ସେ ସାମିଲ ହୋଇ ଦଳରେ ମିଶିବେ। କଂଗ୍ରେସର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

ଜାନୁଆରୀ ୮ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ବଳଭଦ୍ର ମାଝୀ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ବଳଭଦ୍ର ମାଝୀ ଲେଖିଥିଲେ, ୧୯୯୭ରେ ଦଳ ଗଠନ ହେବା ପରଠାରୁ ଆପଣଙ୍କ ସହିତ କାମ କରିବାର ସୁଯୋଗ ଦେଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ।

ବଳଭଦ୍ର ମାଝୀ ଇସ୍ତଫା ପତ୍ରରେ ତାଙ୍କର ଏହି ପଦକ୍ଷେପର କାରଣ ସଂପର୍କରେ କିଛି ଉଲ୍ଲେଖ କରି ନଥିଲେ। ତେବେ ଇସ୍ତଫା ଦେବା ପରେ ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇଚ୍ଛା କରିଥିଲି। କିନ୍ତୁ ଭେଟିବାକୁ ଦିଆଗଲାନି। ଜଣେ କର୍ମଚାରୀଙ୍କ ମାଧ୍ୟମରେ ଭେଟିବାକୁ କୁହାଗଲା। ଉଦ୍ୟମ କରି ବି ଭେଟିପାରିଲି ନାହିଁ। ତେଣୁ ଇସ୍ତଫା ଦେଲି।

ବଳଭଦ୍ର କହିଥିଲେ, ବିଜୁ ଜନତା ଦଳରେ କୋଟେରୀ ଗ୍ରୁପ୍‌ ସକ୍ରିୟ ଅଛନ୍ତି। ପ୍ୟାରୀଙ୍କ ପାଖରେ ଯେଉଁ କୋଟେରୀ ଥିଲେ, ଏବେ ପାଣ୍ଡିଆନଙ୍କ ପାଖରେ ଅଛି। ସେହି କୋଟେରୀ ଥିବା ପର୍ଯ୍ୟନ୍ତ ମୋତେ କେବେ ବି ସୁଯୋଗ ମିଳିବନି।

Leave A Reply

Your email address will not be published.