ଖବର ସାରାଂଶ ତାରିଖ:୨୪-୦୧-୨୦୨୪/ ବୁଧବାର
୧-ଗୋପାଳପୁରରେ ହେବ ବିଶ୍ବର ପ୍ରଥମ ଗ୍ରୀନ ଆମୋନିଆ ପ୍ଲାଣ୍ଟ, ମିଳିବ ୩ହଜାର ୭୦୦ ନୂଆ ନିଯୁକ୍ତି।
୨-ଭୁବନେଶ୍ୱର: ଗମନାଗମନ ପାଇଁ ଓଡ଼ିଶାରେ ପୁଣି ନିର୍ମାଣ ହେବ ୮ ଏୟାର ଷ୍ଟ୍ରିପ।
୩-ନେତାଜୀ ଜୟନ୍ତୀରେ ବିଜେଡିର ପରିବାର ସମ୍ପର୍କ ଯାତ୍ରା ଆରମ୍ଭ, ମାର୍ଚ୍ଚ ୫ ବିଜୁ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ଅଭିଯାନ।
୪-ଯୋଡ଼ା:କମାରଯୋଡା ନିକଟରେ ମାଟି ଅତଡ଼ା ଧସି ୨ ଶ୍ରମିକ ମୃତ।
୫-ହଟିଲା ନିଲମ୍ବନ: କଂଗ୍ରେସକୁ ଫେରିଲେ ମହମ୍ମଦ ମୋକିମ୍, ଚିରଞ୍ଜୀବ ବିଶ୍ୱାଳ ଓ କୃଷ୍ଣଚନ୍ଦ୍ର ସଗରିଆ।
୬-୨୯ରୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଡାକରା। ଦାବି ପୂରଣ ନହେଲେ ପୁଣି ଗର୍ଜିବ ସଂଘ।
୭-ଜରୁରୀକାଳୀନ ସ୍ଥିତିରେ ଡ୍ରୋନ୍ କ୍ୟାମେରା ଯୋଗାଇବ ସ୍ୱାସ୍ଥ୍ୟସେବା, ଭୁବନେଶ୍ବର AIIMS ପକ୍ଷରୁ ଟ୍ରାଏଲ୍ ରନ୍ ସଫଳ।
୮-ବୌଦ୍ଧରେ ପୁଲିସ-ମାଓବାଦୀ ଗୁଳି ବିନିମୟ,ମାଓ କ୍ୟାମ୍ପ ଧ୍ବଂସ, ଲ୍ୟାଣ୍ଡମାଇନ ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ।
୯-ଆଜି ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।
୧୦-ଗୋଟିଏ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ୨ଥର ପୁରୀ ଗସ୍ତ: ପରିକ୍ରମା ପ୍ରକଳ୍ପ ବୁଲିଲେ, ସେବାୟତଙ୍କ ସହ ଆଲୋଚନା କଲେ।
୧୧-ରାଉରକେଲାରେ ଶୁଆ ରାକେଟ୍ ଠାବ,୭୨ ଶୁଆ ଜବତ,୨ ଗିରଫ।
୧୨-ପଛୁଆ ବର୍ଗ ଲୋକଙ୍କ ଉନ୍ନତି ପାଇଁ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର ଜୀବନକୁ ଉତ୍ସର୍ଗ କରିଥିଲେ , ଏବେ ମିଳିବ ଭାରତରତ୍ନ ସମ୍ମାନ।
୧୩-ଆସାମ ଗୌହାଟୀରେ ପଶିପାରିଲାନି ଭାରତ ଯୋଡ଼ ନ୍ୟାୟ ଯାତ୍ରା। ଅଧାରୁ ରୋକିଲା ସ୍ଥାନୀୟ ପ୍ରଶାସନ। କଂଗ୍ରେସକର୍ମୀ ଓ ପୁଲିସ ମୁହାଁମୁହିଁ।
୧୪-ନୂଆ ଦିଲ୍ଲୀ:ଟ୍ରେନ୍ ଟ୍ରାକ୍ରେ କାମ କରୁଥିବା ବେଳେ ମାଡ଼ିଗଲା ଟ୍ରେନ୍; ୩ ରେଳ କର୍ମଚାରୀଙ୍କ ମୃତ୍ୟୁ।
୧୫-ପ୍ରଥମ ଦିନରେ ଭାଙ୍ଗିଲା ରେକର୍ଡ, ରାମଲାଲାଙ୍କୁ ଦର୍ଶନ କଲେ ୫ ଲକ୍ଷରୁ ଅଧିକ ଭକ୍ତ।
୧୬-ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ।
୧୭-ଇଂଲଣ୍ଡ ବିରୋଧରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବେ ନାହିଁ ବିରାଟ।
୧୮-ଆଣ୍ଡାମାନ ନିକୋବରରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୩।
୧୯-ସେୟାର ବଜାର ଧରାଶାୟୀ ! ୧୦୫୩ ଅଙ୍କ ଖସିଲା ସେନସେକ୍ସ, ୨୧୨୫୦ ପଏଣ୍ଟ ତଳେ ନିଫ୍ଟି।
୨୦-ସୈନିକମାନଙ୍କୁ ଫେରାଇ ନେବାବେଳେ ମିଜୋରାମ ବିମାନବନ୍ଦରରେ ମିଆଁମାର ବିମାନ ଦୁର୍ଘଟଣାଗ୍ରସ୍ତ, ୮ ଆହତ।
ଶୁଭ ସକାଳ, ଜୟ ଜଗନ୍ନାଥ।🙏