ଖବର ଆଜିର…ତାରିଖ ୨୯/୦୧/୨୪, ସୋମବାର

୧-ପୁଣି ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି । ଫେବ୍ରୁଆରୀ ୮ ତାରିଖ ପର୍ଯ୍ୟନ୍ତ କରିହେବ ଆବେଦନ।

୨-ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ, ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବୁଲୁଛନ୍ତି।

୩-ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ: ଯୋଡ଼ି ହେବେ ୧୩ ଲକ୍ଷ ପ୍ରବାସୀ ଓଡିଆ।

୪-କେନ୍ଦୁଝର:ମା’ ତାରିଣୀ ମନ୍ଦିରର ହେବ ରୂପାନ୍ତରଣ,୫୦ କୋଟି ଟଙ୍କା ମଞ୍ଜୁର।

୫-୩୧ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଯୋଗ୍ୟ ତାଲିକାରେ ୪ ଜିଲ୍ଲା: ବାଲେଶ୍ଵର, କେନ୍ଦୁଝର, ଝାରସୁଗୁଡ଼ା ଓ ଜଗତସିଂହପୁର।

୬-ଭୁବନେଶ୍ୱର:ଆଜି ଆସିବେ ଖଡଗେ, ଓଡ଼ିଶା ବଞ୍ଚାଓ ସମାବେଶକୁ ସମ୍ବୋଧନ କରିବେ।

୭-ପୁରୀ: ଆଜିଠୁ ପରିକ୍ରମା ମାର୍ଗ ଦେଖିବେ ଅନ୍ୟ ଜିଲ୍ଲା ବାସୀ।

୮-ଭୁବନେଶ୍ୱର:ଆଜିଠୁ ବଢ଼ିବ ଗରମ,ବଢିଯିବ ଦିନ ଓ ରାତି ତାପମାତ୍ରା।

୯-ଭୁବନେଶ୍ୱର: କ୍ରୀଡ଼ାକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ: ବିଦ୍ୟାଳୟରୁ ଖୋଜାହେବେ ପ୍ରତିଭା।

୧୦-ମହାକାଳପଡ଼ା:ଫେରିଘାଟରେ ମହାସୁଲ ଆଦାୟକୁ ନେଇ ବଢ଼ୁଛି ଜନଅସନ୍ତୋଷ । ମହାସୁଲ ବନ୍ଦ କରିବା ସହିତ ସେତୁ ନିର୍ମାଣ କରିବା ପାଇଁ ଦାବି କଲା ଘାଟ ଆନ୍ଦୋଳନ କମିଟି।

୧୧-ହାତକୁ ଦି’ ହାତ ହେଲେ ଓଡିଆ ଚେସ୍ ତାରକା ପଦ୍ମିନୀ ରାଉତ,ଜୟକିଶିନ ମନକାନୀଙ୍କୁ କଲେ ବିବାହ।

୧୨-ଭୁବନେଶ୍ୱର: ମହିଳା ସଶକ୍ତିକରଣ ଓ ଶିକ୍ଷାର ପ୍ରଚାର ପ୍ରସାର ନିମନ୍ତେ କିଟ୍ ଓ କିସ୍ ପକ୍ଷରୁ ‘ପାଟଥନ’ କାର୍ଯ୍ୟକ୍ରମ ଅନୁଷ୍ଠିତ।

୧୩-ସକାଳେ ଇସ୍ତଫା, ସନ୍ଧ୍ୟାରେ ଶପଥ । ପୁଣି ପଲଟିଲା ବିହାର ରାଜନୀତି । ମହାମେଣ୍ଟ ସରକାର ଭାଙ୍ଗି ଏନଡିଏ ସହ ସରକାର ଗଢ଼ିଲେ ନୀତୀଶ।

୧୪-ଘରକୁ ଫେରିଲେ ଚାଲି ଚାଲି ଅଯୋଧ୍ୟା ଯାଇଥିବା ମାଲକାନଗିରିର ୨ ରାମଭକ୍ତ।

୧୫-ଫେବୃଆରୀରେ ପୁଣି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ, ବିଶାଳ ମହିଳା ସମାବେଶରେ ଦେବେ ଯୋଗ।

୧୬-ହାଇଦ୍ରାବାଦ ଟେଷ୍ଟ: ଇଂଲଣ୍ଡଠାରୁ ୨୮ ରନ୍ ରେ ହାରିଲା ଭାରତ।

୧୭-ନୂଆ ମିଶନ ପାଇଁ ପ୍ରସ୍ତୁତ ଇସ୍ରୋ, ଲଞ୍ଚ ହେବ ଇନସାଟ ୩ଡିଏସ।

୧୮-ଗତ ୧୦ ବର୍ଷରେ ଉଚ୍ଚ ଶିକ୍ଷାରେ ବଢିଛି ଛାତ୍ର-ଛାତ୍ରୀଙ୍କ ସଂଖ୍ୟା, ତଥ୍ୟ ରଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ।

୧୯-ସୁପ୍ରିମକୋର୍ଟ ବିଲ୍ଡିଂର ହେବ ସମ୍ପ୍ରସାରଣ, ୮୦୦ କୋଟି ଟଙ୍କାର ମଞ୍ଜୁରୀ।

୨୦-ଭୂମିକମ୍ପରେ ଥରିଲା ଗୁଜରାଟର କଚ୍ଛରେ, ରିକ୍ଟର ସ୍କେଲରେ ତୀବ୍ରତା ୪.୦।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.