ଭୁବନେଶ୍ୱର : ଭୁବନେଶ୍ୱର-କଟକ ପୁଲିସ କମିସନର ଭାବେ ସଞ୍ଜୀବ ପଣ୍ଡା ଜାନୁଆରି ୨୯ ତାରିଖରେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଓଡ଼ିଶାର ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱର୧୯୯୪ ବ୍ୟାଚ୍ ଆଇପିଏସ୍ ଶ୍ରୀ ପଣ୍ଡା ୧୯୯୫ ବ୍ୟାଚ୍ ଆଇପିଏସ୍ ଟୁଇନ୍ ସିଟି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେଜଣେ ପରିଶ୍ରମୀ ଓ ସଚ୍ଚୋଟ ଶ୍ରୀ ପଣ୍ଡା ଗୁଇନ୍ଦା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ସିଏମ୍ଡି, କ୍ରାଇମବ୍ରାଞ୍ଚ ମୁଖ୍ୟ, ଅତିରିକ୍ତ ଡିଜିପି ଆଇନ ଶୃଙ୍ଖଳା ଆଦି ପଦବୀରେ କାର୍ଯ୍ୟ କରିଛନ୍ତିଦୀର୍ଘ ୩୦ ବର୍ଷର କ୍ୟାରିୟରରେ ସେ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ସମ୍ଭାଳିଛନ୍ତିପୂର୍ବରୁ ରାଜ୍ୟର ଗୁଇନ୍ଦା ବିଭାଗ ପରିଚାଳନାରେ ଅଭିଜ୍ଞତା ଥିବା ଶ୍ରୀ ପଣ୍ଡାଙ୍କ ପାଖରେ ଏହି ଅତ୍ୟଧିକ ସମ୍ବେଦନଶୀଳ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବାର ଦକ୍ଷତା ରହିଛି ବୋଲି ଜଣେ ପୂର୍ବତନ ଡିଜିପି ମତ ଦେଇଛନ୍ତି।
ଆସନ୍ତା ଏପ୍ରିଲ ୨୦୨୪ରେ ହେବାକୁ ଥିବା ସାଧାରଣ ଓ ବିଧାନସଭା ନିର୍ବାଚନ କୁ ଦୃଷ୍ଟିରେ ରଖି ଟ୍ୱିନ୍ ସିଟି ପୁଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ହେବ, ଯେଉଁଥିପାଇଁ ଜଣେ ଦକ୍ଷ ଟପ୍ ପୁଲିସ୍ ଅଧିକାରୀଙ୍କୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି।