ଆମ୍ବେଦକରଙ୍କ  ନାମରେ  ନାମିତ  ହେବ ବରମୁଣ୍ଡା ବସଷ୍ଟାଣ୍ଡ 

ଭୁବନେଶ୍ୱର : ଭାରତୀୟ  ସମ୍ବିଧାନ ର  ଜନକ ତଥା   ସାମାଜିକ  ନ୍ୟାୟ ର  ମହାନ୍  ପ୍ରବକ୍ତା  ଡକ୍ଟର ଆମ୍ବେଦକରଙ୍କ  ନାମରେ  ନାମିତ  ହେବ ।

ଭୁବନେଶ୍ଵର  ବରମୁଣ୍ଡା ର  ନବନିର୍ମିତ  ବସ ଷ୍ଟାଣ୍ଡ  .ଆଜି  ମୁଖ୍ୟମନ୍ତ୍ରୀ  ଶ୍ରୀ  ନବୀନ  ପଟନାୟକ  ଏହା  ପ୍ରକାଶ କରିବା  ସହ ଡକ୍ଟର ଆମ୍ବେଦକର  ଙ୍କ  ପ୍ରତି  ଗଭୀର  ଶ୍ରଦ୍ଧାଞ୍ଜଳି  ଅର୍ପଣ  କରିଛନ୍ତି  । ଏବେ  ବରମୁଣ୍ଡା  ବସଷ୍ଟାଣ୍ଡ ବାବା ସାହେବ  ଭୀମ ରାଓ ଆମ୍ବେଦକର  ବସ  ଟର୍ମିନାଲ  ଭାବରେ  ପରିଚିତ  ହେବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି  ଯେ   ଡକ୍ଟର  ଆମ୍ବେଦକର  ଜଣ  ଦୂରଦର୍ଶୀ ନେତା  ସମର୍ପିତ  ସମାଜ  ସଂସ୍କାରକ  ଥିଲେ. ସମାଜର  ଦଳିତ  ନିଷ୍ପେଶିତ ଙ୍କ  ପାଇଁ  ସେ  ଥିଲେ  ଆଶାର  ଆଲୋକ. ଏକ   ନ୍ୟାୟ ପୂର୍ଣ  ସମାଜ  ଗଠନ ପାଇଁ  ସେ  ସାରା ଜୀବନ  କାମ  କରିଯାଇଛନ୍ତି ।.

ଦେଶ ଗଠନରେ  ତାଙ୍କର  ମହାନ୍  ଅବଦାନ  ଓ  ଆଦର୍ଶ ବିଷୟରେ  ଜନସାଧାରଣ ଙ୍କୁ  ସଚେତନ କରିବା  ପାଇଁ  ଡକ୍ଟର ବାବାସାହେବ ଆମ୍ବେଦକର  ବସଷ୍ଟାଣ୍ଡ ରେ ୯୦୦  ବର୍ଗ ଫୁଟ  ଅଞ୍ଚଳରେ  ଏକ  ସ୍ଵତନ୍ତ୍ର  ଗ୍ୟାଲେରୀ  ନିର୍ମାଣ  କରାଯିବ ।  ଡିଜିଟାଲ  ଜ୍ଞାନକୌଶଳ  ବ୍ୟବହାର ଜରିଆରେ  ଡକ୍ଟର  ଆମ୍ବେଦକରଙ୍କ  ଜୀବନୀ ଓ  ଆଦର୍ଶ କୁ  ଏଠାରେ  ସୁନ୍ଦର  ଭାବରେ  ଉପସ୍ଥାପିତ  କରାଯିବ । ଭାରତୀୟ  ସମ୍ବିଧାନ ର  ଏକ  ନକଲ  ସହିତ  ବାବା ସାହେବ  ଦ୍ଵାରା  ବ୍ୟବହୃତ  ବିଭିନ୍ନ  ଜିନିଷ  ମଧ୍ୟ ଏଠାରେ  ପ୍ରଦର୍ଶିତ  ହେବ             ।

୧୫.୫ ଏକର  ପରିମିତ  ଜମିରେ  ନିର୍ମିତ  ଏହି  ବସଷ୍ଟାଣ୍ଡ  ଦୈନିକ  ତିରିଶ  ହଜାର  ଯାତ୍ରୀଙ୍କ  ପରିବହନ ର  ମୁଖ୍ୟ  ମାଧ୍ୟମ  ହେବ ।  ଏହାକୁ  ଦୃଷ୍ଟିରେ  ରଖି ଏଠାରେ ଯାତ୍ରୀମାନଙ୍କ  ପାଇଁ  ବିଭିନ୍ନ  ସୁବିଧା  ସୁଯୋଗ ର  ବିକାଶ  କରାଯିବା  ସହ  ନିରାପତ୍ତା  ପ୍ରତି  ମଧ୍ୟ  ସ୍ଵତନ୍ତ୍ର  ଧ୍ୟାନ  ଦିଆଯାଇଛି ।

Leave A Reply

Your email address will not be published.