ଜୟପୁର: ଟାଟା ପାୱାରର ମାନମୁଖୀ ବ୍ୟବସ୍ତା କୁ ନଗର କଂଗ୍ରେସର ବିରୋଧ।ଟାଟା ପାୱାର ବର୍ତମାନ ପ୍ରତି ଘରେ ବିଦ୍ୟୁତ ଉପଭକ୍ତା ଙ୍କୁ ସ୍ମାର୍ଟ ମିଟର ଲଗାଇବା କୁ ବାଧ୍ୟ କରୁଛି। କୋଉଠି ଜୋର ଜବରଦସ୍ତି ବିଜୁଳି ବିଲ ଆଦାୟ କରିବା କୁ ନେଇ ତ ଆଉ କୋଊଠି ଭିଜିଲାନ୍ସ ବିଭାଗ ର ଜୋର ଜାର ମୁଲକ ଦେଖାଇ ଉପଭକ୍ତା ଙ୍କୁ ପ୍ରଭାଭିତ କରୁଛି।ଟାଟା ପାୱାର ଏହି ମନମୁଖୀ ବ୍ୟବସ୍ତା କୁ ବିରୋଧକରି ଆଜି ଜଯପୁର ଟାଉନ କଂଗ୍ରେସ ତରଫରୁ ଟାଟା ପାୱାର କାର୍ଯ୍ୟଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।
ନଗର କଂଗ୍ରେସ ସଭାପତି ନରେନ୍ଦ୍ର ମହାନ୍ତି ଙ୍କ ନେତୃତ୍ବ ରେ ଅନେକ କଂଗ୍ରେସ କର୍ମୀ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ କରି ଏହିବ୍ୟବସ୍ତା ତୁରନ୍ତ ବନ୍ଦ କରିବା ନେଇ ଦାବି କରିଥିଲେ। ଧାରଣା ବିକ୍ଷୋଭ କରିବା ସହ ଧାରଣା ବିକ୍ଷୋଭ ପ୍ରଦର୍ଶନ କରି ଟାଟା ପାୱାର କାର୍ଯ୍ୟଳୟ ର ଅଧିକ୍ଷଣ ଯନ୍ତ୍ରୀ ମନ୍ମଥ ନାଥ ମିଶ୍ର ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି ସେପଟେ କଂଗ୍ରେସ ର ଅଭିନଯୋଗ ଅଧିକ୍ଷଣ ଯନ୍ତ୍ରୀ ମିଶ୍ର ଖଣ୍ଡନ କରି କୌଣସି ଉପଭକ୍ତା ଙ୍କୁ ସ୍ମାର୍ଟ ମିଟର ଲଗେଇବା ପାଇଁ ବାଧ୍ୟତା କରାଯାଉନି।ବରଂ ଯେଉଁ ଉପଭକ୍ତା ମାନେ ମାସ ମାସ ଧରି ବିଦ୍ୟୁତ ସ୍ୱଳ୍ପ ବକେୟା ରଖୁଛନ୍ତି .
ସେମାନଙ୍କ ପାଇଁ ଏହି ସ୍ମାର୍ଟ ମିଟର ବ୍ୟବସ୍ତା କରାଯାଉଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି, ଏହି ଘେରାଉ ବିକ୍ଷୋଭ ରେ ନିହାର ବିଶୋଇ, ଦେବେନ୍ଦ୍ର ବାହିନୀପତି, ଗଙ୍ଗା ସାହୁ ପ୍ରମୁଖ ଉପସ୍ଥିତ ଥିଲେ