ପାଣି ପଞ୍ଚାୟତ କାଡା ନାଳ ନିର୍ମାଣରେ ବ୍ୟାପକ ଅନିୟମିତତା

ଧାମନଗର,; କୃଷି ଓ କୃଷକର ବିକାଶ ପାଇଁ  ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପଦକ୍ଷେପ ନେଉଥିବା ବେଳେ ଚାଷ କାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ଓଡ଼ିଶା ଜଳ ସମ୍ପଦ  ବିଭାଗ  ପକ୍ଷରୁ କାର୍ଯ୍ୟକାରୀ ପାଣି ନାଳ ନିର୍ମାଣରେ ବ୍ୟାପକ ଅନିୟମିତତା କୁ ନେଇ ଚାଷୀଙ୍କ ପକ୍ଷରୁ ସାଙ୍ଘାତିକ ଅଭିଯୋଗ।ସୂଚନା ମୁତାବକ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ମଧ୍ୟଦେଇ ଯାଇଥିବା ୪ ନଂ କେନାଲ ପାଖରେ ଥିବା ପଳିକିରି ମୌଜାର ଚାଷ ଜମିକୁ  ଭଦ୍ରକ କାଡ଼ା ବିଭାଗ ଅଧୀନ ୨୦ ନଂ ମା ତାରିଣୀ ପାଣି ପଞ୍ଚାୟତ ଦ୍ଵାରା ପାଣି ନାଳ ନିର୍ମାଣ କରାଯାଉଛି।ଉକ୍ତ ନାଳ ନିର୍ମାଣରେ ସରକାରୀ ନିୟମକୁ ସମ୍ପୂର୍ଣ୍ଣ ଉଲଙ୍ଘନ କରିବା ସହ ନିମ୍ନ ମାନର ନାଳ ନିର୍ମାଣ କରାଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।ଅଭିଯୋଗ ମୁତାବକ ଯେଉଁ ଚାଷଜମିରେ  ପାଣି ନାଳ ର ଆବଶ୍ୟକତା ଅଛି ସେଠାରେ ନକରି ଖାଲୁଆ ଅଞ୍ଚଳରେ କରାଯାଉଛି।କିଛି ବର୍ଷ ପୂର୍ବରୁ ଉକ୍ତ ବିଭାଗ ପକ୍ଷରୁ  ଲକ୍ଷାଧିକ ଟଙ୍କାର ପ୍ରକଳ୍ପ କରାଯାଇ  ଅଳ୍ପ ଦୂରତା ମଧ୍ୟରେ ୨ଟି ପାଣିନାଳ ତିଆରି ହୋଇଥିଲା।କିନ୍ତୁ ମା ତାରିଣୀ ପାଣି ପଞ୍ଚାୟତ ର ଦାଇତ୍ୱହିନତା, ରକ୍ଷଣବେକ୍ଷଣର ଅଭାବ ସହ କିଛି ସ୍ଥାନୀୟ ମୁଷ୍ଟିମେୟ ଲୋକେ କେନାଲ ପାଖ ପାଣିନାଳ ଓ ସରକାରୀ ଜମି କୁ  ମାଟି ରେ ପୋତି ଦେବା ଦ୍ଵାରା ଉକ୍ତ ପାଣିନାଳ ସବୁ ନଷ୍ଟ ହେବା ସହ ବହୁ ମାତ୍ରାରେ ପୋତି ହେଇଯାଇଛି।ପୁନର୍ବାର ଉକ୍ତ ଖାଲୁଆ ଚାଷ ଜମିକୁ ପାଣି ପଞ୍ଚାୟତ ରେ ଅନ୍ତର୍ଭୂକ୍ତ କରି ବେଆଇନ ଭାବେ ପାଣି ନାଳ ନିର୍ମାଣ ହେଉଛି।ସେହିପରି  ନିର୍ମାଣଧୀନ ପାଣିନାଳ ରେ କୌଣସି ସୂଚନା ଫଳକ ନଥିବା ସ୍ଥଳେ  ନିମ୍ନ ମାନର ସିମେଣ୍ଟ, ରଡ, ମେଣ୍ଟାଲ ଓ ବାଲି ଆଦି ବ୍ୟବହୃତ ହେଉଛି।ବାଲି,ସିମେଣ୍ଟ ଓ ମେଣ୍ଟାଲ ର ଭାଗ କମ କରାଯାଇ କାର୍ଯ୍ୟ ହେଉଛି।ସରକାରୀ ନିୟମ ଅନୁଯାୟୀ ପାଣି ପଞ୍ଚାୟତ ଅଧୀନ ରେ କାର୍ଯ୍ୟକାରୀ ପ୍ରକଳ୍ପ କାର୍ଯ୍ୟ ପୂର୍ବରୁ ସ୍ଥାନୀୟ ଚାଷୀ ମାନଙ୍କ ଲିଖିତ ସହି ମୋହର ର ପ୍ରତିଶ୍ରୁତି ଆବଶ୍ୟକ,ଯାହାକି ଏଠାରେ ବିନା ଅନୁମତି ରେ ପାଣି ନାଳ କରାଯାଉଥିବାରୁ ଚାଷୀମାନେ ଉକ୍ତ କାର୍ଯ୍ୟ ବନ୍ଦ ରଖିଥିଲେ।ପରେ  ବିଭାଗୀୟ ଯନ୍ତ୍ରୀ ଚନ୍ଦନ କୁମାର ଦାଶ ଉକ୍ତ ସ୍ଥାନକୁ ଯାଇ କ୍ଷେତ୍ର ପରିଦର୍ଶନ କରିଥିଲେ।ତାଙ୍କ କହିବା ଅନୁଯାୟୀ ଅନୁମଦନ ପ୍ରକଳ୍ପ ର ମୂଲ୍ୟ ୪୦ ଲକ୍ଷ୍ୟରେ ୪ନଂ କେନାଲ ରେ ଥିବା ୩ ଟି ଆଉଟଲେଟରୁ ୩ଟି ପାଣିନାଳ ହେବ।ଏବେ ଯେଉଁ ପ୍ରକଳ୍ପ ହେଉଛି ଉକ୍ତ କେନାଲରେ ସଲଂଗ୍ନ ଥିବା ୪୫_ଆର ସୋଠ ଠାରୁ ୫ ଶହ ମିଟର ଲମ୍ବର ପାଣିନାଳ ତିଆରି ହେବା ପାଇଁ ଅଟକଳ ମଞ୍ଜୁର ହୋଇଛି ଏବଂ  ଯେଉଁସବୁ ଅଭିଯୋଗ ହେଇଛି ସେଗୁଡିକ ତଦାରଖ କରାଯିବ ସହ ଫଳକ ନିର୍ମାଣ ପାଇଁ ଠିକାଦାର ପରାମର୍ଶ ଦେବା ସହ ମା ତାରିଣୀ ପାଣି ପଞ୍ଚାୟତ ର ଆବଶ୍ୟକ କାଗଜପତ୍ର ର ତଦନ୍ତ କରାଯିବ ଵୋଲି ସୂଚନା ଦେଇଛନ୍ତି।                                                   

Leave A Reply

Your email address will not be published.