୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭୁବନେଶ୍ବରରେ ଉଦଘାଟିତ ହେଲା ଆଇକନିକ୍ ଓଡିଶା ଆଦର୍ଶ ବିଦ୍ୟାଳୟ l ଏହାର ନିର୍ମାଣ ପାଇଁ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି।
➡️୨-ଆସନ୍ତାକାଲି ଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଧଉଳି କଳିଙ୍ଗ ମହୋତ୍ସବ l ଏହି ଉତ୍ସବ ଫେବୃୟାରୀ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।
➡️୩-ଓଡ଼ିଆ ଭାଷାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ର ପଦକ୍ଷେପ । ଏଣିକି ଅନଲାଇନରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଓଡ଼ିଆ ଭାଷା ସମ୍ମିଳନୀ। ଏନେଇ ୧୦ କୋଟିର କର୍ପସ ଫଣ୍ଡ ଗଠନ ହେବ। ୧୫ ଶହ ହାଇସ୍କୁଲରେ ସ୍ୱତନ୍ତ୍ର ଭାବେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ।
➡️୪-“ଓଡ଼ିଶାର ଜଗନ୍ନାଥ ନବୀନ ପଟ୍ଟନାୟକ” କହି ସମାଲୋଚନାରେ ଶିକାର ହେବା ପରେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ଯାତ୍ରା ଷ୍ଟାର ଦୈତାରୀ ପଣ୍ଡା l
➡️୫-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିବା ସହ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ କଲେ ଆଲୋଚନା । ରାଷ୍ଟ୍ରପତି ରୂପେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଥର ପାଇଁ ମେଟ୍ରୋ ଯାତ୍ରା l
➡️୬-ଆକାଶ ଛୁଇଁଲା ରସୁଣ ଦର, ଦେଶର ଅନେକ ସହରରେ ଏବେ ରସୁଣ କେଜି ପିଛା ଦର ଏବେ ୬୦୦ ଟଙ୍କାରେ କାରବାର ହେଉଛି l
➡️୭-ବିଧାନସଭାରେ ହଙ୍ଗାମା, ବାଚସ୍ପତିଙ୍କ ମାଇକ ଭାଂଗିଲେ ବିଧାୟକ । ପରୀ ମାମଲାରେ ବିଜେଡିର ହଟ୍ଟଗୋଳ, ସେପଟେ ଅର୍ପଣ ରଥ ଉଷୁନା ଚାଉଳକୁ ନେଇ ବିଜେପି କଲା ପ୍ରତିବାଦ l
➡️୮-ଆଜିଠାରୁ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସ୍ ର ଚଳାଚଳ ହେବ ନିୟମିତ l ଏହି ଟ୍ରେନ ପୁରୀ ଏବଂ ସୋନପୁର ମଧ୍ୟରେ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢ଼େଙ୍କାନାଳ, ତାଳଚେର, ଅନୁଗୁଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ବରଗଡ ରୋଡ, ବଲାଙ୍ଗୀର, ବିଛୁପାଲି, ଝାରତରଭା, ଏବଂ ନରସିଂହଗଡରେ ରହଣି କରିବ।
➡️୯-ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଦିଲ୍ଲୀ ହାଇକୋର୍ଟ ଦେଲେ ବଡ଼ ଝଟକା l ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ l
➡️୧୦-ଉତ୍ତରାଖଣ୍ଡ ୟୁସିସି ବିଧେୟକ ବିଧାନସଭାରେ ହେଲା ପାରିତ, ଏପରି କରିବାରେ ଉତ୍ତରାଖଣ୍ଡ ହେଲା ଦେଶର ପ୍ରଥମ ରାଜ୍ୟ l
➡️୧୧-ଉତ୍ତରାଖଣ୍ଡରେ ଏଣିକି ଲିଭ୍-ଇନ ରିଲେସନସିପ୍ ପାଇଁ ୱେବସାଇଟରେ ଦେବାକୁ ପଡିବ ସମ୍ପୂର୍ଣ୍ଣ ତଥ୍ୟ । କରିବାକୁ ପଡିବ ପୁଲିସ ରେଜିଷ୍ଟ୍ରେସନ ।
➡️୧୨-ନୂଆ ରୂପରେ ବଜାରକୁ ଫେରିଲା E-ଲୁନା, ମାତ୍ର ୧୫ ଟଙ୍କାରେ ଫୁଲ ଚାର୍ଜ ହୋଇ ଚାଲିବ ୧୧୦ କିଲୋମିଟର l
➡️୧୩-କଣ୍ଟାବାଞ୍ଜିରେ ୱାଗନ୍ ମରାମତି କାରଖାନା ପ୍ରତିଷ୍ଠା ପାଇଁ ରେଳବାଇ ବୋର୍ଡ ଦ୍ୱାରା ୨୪୪ କୋଟି ହେଲା ଅନୁମୋଦନ l
➡️୧୪-ବଜେଟ୍ ୨୦୨୪: ଅଟୋ ସେକ୍ଟରକୁ ଲାଗିଲା ଶକ୍ତ ଝଟ୍କା, ହାଇବ୍ରିଡ କାର୍ ଓ ଇଭି ନିର୍ମାଣ ପାଇଁ ଆବଣ୍ଟିତ ବଜେଟ୍ରେ ୪୪% ରୁ ଅଧିକ ହେଲା ହ୍ରାସ l
➡️୧୫-ଖୁବଶୀଘ୍ର ୟୁପିଏ ସରକାରର ଅର୍ଥନୈତିକ ପରିଚାଳନା ଅବ୍ୟବସ୍ଥା ଉପରେ ଶ୍ୱେତପତ୍ର ଆଣିବେ ମୋଦୀ ସରକାର l
➡️୧୬-ଆଜି ପାକିସ୍ତାନ ରେ ସାଧାରଣ ନିର୍ବାଚନ, ଆଗାମୀ ୫ବର୍ଷ ପାଇଁ ଜନତା ସ୍ଥିର କରିବେ ନୂଆ ସରକାର l
➡️୧୭-ଏଣିକି ଇରାନକୁ ଯିବାକୁ ହେଲେ ଭାରତୀୟ ପର୍ଯ୍ୟଟକଙ୍କୁ ଆଉ ଭିସାର ନାହିଁ ଆବଶ୍ୟକତା । ବିନା ଭିସାରେ ଇରାନ ଯାଇପାରିବେ ଭାରତୀୟ । ଏନେଇ ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ହେଲା ଘୋଷଣା l
➡️୧୮-ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ପ୍ରଥମ ଥର ପାଇଁ ଆଇସିସି ପୁରୁଷ ଟେଷ୍ଟ ବୋଲର ମାନ୍ୟତାରେ ଏକ ନମ୍ବର ସ୍ଥାନ କଲେ ହାସଲ l ୨ୟ ସ୍ଥାନରେ କାସିଗୋ ରବାଡ଼ା ଓ ୩ୟ ସ୍ଥାନରେ ଭାରତର ରବିଚନ୍ଦ୍ରନ ଅଶ୍ବୀନ ଅଛନ୍ତି । ୪ର୍ଥ ସ୍ଥାନରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ଅଛନ୍ତି ।
➡️୧୯-ଅଣ୍ଡର-୧୯ ବିଶ୍ୱକପ୍: ସେମିଫାଇନାଲ୍ ହାରିବା ପରେ କାନ୍ଦିଲେ ଦକ୍ଷିଣ ଆଫ୍ରିକା ଖେଳାଳି, ବୁଝାଇଲେ ଭାରତୀୟ କ୍ୟାପ୍ଟେନ୍ ଉଦୟ ଶରଣ l
➡️୨୦-୩ୟ ଟେଷ୍ଟ ପୂର୍ବରୁ ରାଜକୋଟ ଷ୍ଟାଡିୟମରେ ହେବ ପରିବର୍ତ୍ତନ, ବଦଳିବ ଏହାର ପରିଚୟ l ଏହି ଷ୍ଟାଡିୟମର ନୂତନ ନାମ ପୂର୍ବତନ କ୍ରିକେଟର ତଥା ଅଭିଜ୍ଞ ପ୍ରଶାସକ ନୀରଞ୍ଜନ ଶାହାଙ୍କ ନାମରେ ନାମିତ ହେବ।