ଭଞ୍ଜନଗର : ଭଞ୍ଜନଗର ବାଇପାସ୍ ରାସ୍ତା ଢୁଢୁ୍ଆ ଗ୍ରାମ ନିକଟ ବାଞ୍ଚେଶ୍ବର ମନ୍ଦିର ନିକଟରୁ ଗୁରୁବାର ଅପରାହ୍ନ ସମୟରେ ଏକ ଗରୁଡ ପକ୍ଷୀ ଉଦ୍ଧାର କରାଯାଇଥିବା ଜଣାପଡିଛି। ମନ୍ଦିର ନିକଟରେ ରହିଥିବା ଏକ ଗ୍ୟାରେଜ କର୍ମଚାରୀ ପ୍ରଥମେ ଏକ ଧଳା ରଙ୍ଗର ପକ୍ଷୀ ପଡିଥିବା ଦେଖି ତାକୁ ଉଦ୍ଧାର କରିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ଓକିଲ ସଂଘର କୋଷାଧ୍ୟକ୍ଷ ଆଇନଜୀବୀ ଗିରିଜା ଶଙ୍କର ଭୂୟାଁଙ୍କୁ ଏସଂର୍ପକରେ ଅବଗତ କରିଥିଲେ। ପ୍ରଥମେ ଏହା ଧଳା ପେଚା ନା ଗରୁଡ ପକ୍ଷୀ ଦ୍ବନ୍ଦ ରହିଥିବା ବେଳେ ପକ୍ଷୀଟି ଆହତ ହୋଇଥିବାରୁ ବନ ବିଭାଗ କର୍ମଚାରୀଙ୍କ ସହ ଯୋଗାଯୋଗ କରି ତାକୁ ହସ୍ତାନ୍ତର କରିଥିଲେ। କେନ୍ଦ୍ରୀୟ ବନାଞ୍ଚଳର ବନପାଳ ଶଙ୍କର ପ୍ରସାଦ ଗୌଡ ଉଦ୍ଧାର କରି ଆଣି ବନାଞ୍ଚଳ କାର୍ଯ୍ୟାଳୟରେ ରଖିଛନ୍ତି। ସେଠାରେ ଉକ୍ତ ପକ୍ଷୀର ଚିକିତ୍ସା କରାଯାଉଥିବା ସେ ପ୍ରକାଶ କରିଛନ୍ତି।