ଡାକ୍ତର ନାରାୟଣୀ ପଣ୍ଡା ଙ୍କୁ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ତରଫରୁ ସମ୍ବର୍ଦ୍ଧନା

     ସମ୍ବଲପୁର – ଡ . ନାରାୟଣୀ ପଣ୍ଡା, ଆଜି ଅଞ୍ଚଳ ରେ ଜଣେ ଚର୍ଚ୍ଚିତ ଚେହେରା । ଦୀର୍ଘ ବର୍ଷ ଡାକ୍ତର ଭାବେ ସେବା ଯୋଗେଇ ସମ୍ବଲପୁର ରେ ନିଜର ସ୍ବତନ୍ତ୍ର ପରିଚୟ ହାସିଲ କରିଥିଲେ । ଚାକିରି ରୁ ଅବସର ଗ୍ରହଣ କରିବା ପରେ ଜୀବନ ରେ ଯାହାକିଛି ଅର୍ଜନ କରିଥିଲେ ସେସବୁକୁ ସେ ସମାଜର ବିକାଶ ପାଇଁ ଦାନ କରିଦେଇଛନ୍ତି । ଅପରିକି ନିଜ ବାସଗୃହ କୁ ମଧ୍ଯ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ କୁ ଛାତ୍ରାବାସ କରିବା ଉଦ୍ଦେଶ୍ୟ ରେ ଦାନ କରିଦେଇଛନ୍ତି । 

    ଏଭଲି ଜଣେ ଦେବ ତୁଲ୍ୟ ମହିଳା ସାମାଜିକ କର୍ମୀ ଙ୍କୁ ଅଞ୍ଚଳର ଅଗ୍ରଣୀ ସାମାଜିକ ସଙ୍ଗଠନ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ତରଫରୁ ଗୁରୁବାର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା । ପଶ୍ଚିମାଞ୍ଚଳ ଏକତା ମଞ୍ଚ ର କର୍ମକର୍ତ୍ତାଗଣ ମାନେ ଗୁରୁବାର  ତାଙ୍କ ଭୂତାପଡ଼ା ସ୍ଥିତ ବାସଭବନ ଯାଇ   ତାଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

     ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ର ମହିଲା ଶାଖା ସହ ସଂଯୋଜିକା ଝୁନୁ ତ୍ରିପାଠୀ ଙ୍କ ନେତୃତ୍ବ ରେ ହୋଇଥିବା ଆଜି ର ଏହି ବିଶେଷ କାର୍ଯ୍ୟକ୍ରମ ରେ ପଙ୍କଜିନି ମେହେର, କାନ୍ତି ମେହେର, ସୁଜାତା ଗୁରୁ, ସ୍ଵସ୍ତିକା ନାୟକ, ତୃପ୍ତିମୟୀ ପଣ୍ଡା, ଯୁବ ସଂଯୋଜକ ଦେବାଶିଷ ବେହେରା, ମୁଖ୍ଯ ସଂଯୋଜକ ମାନସ ରଞ୍ଜନ ବକ୍ସି, ଆବାହକ ଭବାନୀଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.