କଂସରା ପଂଚାୟତରେ ଆବାସ ବଣ୍ଟନରେ ମହାଦୁର୍ନୀତି

ଅସହାୟ ଗରିବ ମାନଙ୍କୁ ସରକାର ଘର ଯୋଗାଇ ଦେବାକୁ ଗୁରୁତ୍ୱ ଦେଉଥିବା ବେଳେ ବାସ୍ତବରେ କିନ୍ତୁ ତଳସ୍ତରର ଦୁର୍ନୀତିଗ୍ରସ୍ତ କର୍ମଚାରୀମାନଙ୍କ ଯୋଗୁଁ ଯୋଗ୍ୟ ଗରିବ ହିତାଧିକାରୀମାନେ ଆବାସ ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହାର  ଜ୍ଵଳନ୍ତ ଉଦାହରଣ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଅନ୍ତର୍ଗତ କଂସରା ଗ୍ରାମପଞ୍ଚାୟତ ରେ ବହୁଳ ଭାବରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଆମ୍ବିଠି ଗ୍ରାମର ପ୍ରେମଲତା ନାଏକ ଭଙ୍ଗା ଦଦରା ଚାଳ ଛପର ଘରେ ବିପଦସଙ୍କୁଳ ଅବସ୍ଥାରେ ରହୁଥିଲେ ମଧ୍ୟ କୌଣସି ନେତା ବା ଅଫିସର ଙ୍କ ନଜର ପଡୁନାହିଁ। ଘରଟିଏ ପାଇଁ ପ୍ରେମଲତା ଯେତେ ଯାହାକୁ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ। ଯାହା ଫଳରେ ଭାଗ୍ୟକୁ ଆଦରି ଭଙ୍ଗା ଦଦରା ଘରେ ପଡ଼ି ରହିଛନ୍ତି । ଏ ସଂପର୍କରେ ଟୁଇଟର୍ ବୟ ଦୀପକ କୁମାର ନାଏକ ଜିଲ୍ଲା ପ୍ରଶାସନକୁ ଅବଗତ କରିବାରେ ହିନ୍ଦୋଳ ବିଡ଼ିଓ, ସରପଂଚ ଏବଂ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କଂସରା ଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଢ଼େଙ୍କାନାଳ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାକୁ ବ୍ଳକ୍ ପ୍ରଶାସନ, ସରପଂଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ କଂସରା ବେଖାତିର୍ କରିଛନ୍ତି। ସବୁଠାରୁ ଦୁଃଖ ଆଉ ପରିତାପର ବିଷୟ କି ଆବାସ କାର୍ଯ୍ୟା ଦେଶ ପାଇଁ କଂସରା ସରପଂଚ ପ୍ରେମଲତା ଙ୍କୁ ୧୦ ହଜାର ଟଙ୍କା ମାଗିଥିବା ସେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ସରପଂଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ କଂସରା ଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପ୍ରେମଲତା ଙ୍କୁ ଆବାସ ଟିଏ ଯୋଗାଇଦେବାକୁ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି ହେଉଛି।

ଦୀପକ କୁମାର ନାଏକ,ହିନ୍ଦୋଳ 

Leave A Reply

Your email address will not be published.