ସିଲିଣ୍ଡର ଫାଟି ୬ ଗୁରୁତର

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ କାନୁନ ଗାଁ’ର ଉପରପଡ଼ାରେ ଏକ ଘରେ ଗ୍ୟାସ ସିଲିଣ୍ଡର ଫାଟି ୬ ଗୁରୁତ୍ତର ଆହାତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ରହିଥିବା ବେଳେ ଜଣେ ପୁରୁଷ ରହିଛନ୍ତି, ସମସ୍ତଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ଭିମ ଭୋଇ ମେଡ଼ିକାଲ କଲେଜ ସ୍ଥାନାନ୍ତର କରିଛନ୍ତି ହସ୍ପିଟାଲ ଅଧିକାରୀ ଡ଼ାଃ ସ୍ମିତାରାଣୀ ମେହେର, ସମସ୍ତେ ଅଦାବରିଆ ପରିବାରର ହୋଇଥିବା ବେଳେ, ମୋଟ ୬ ଜଣ ସଦସ୍ୟଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲକୁ ସରପଞ୍ଚ ଅଶୋକ କୁମାର ମହାପାତ୍ର ସେ ନିଜେ ତାଙ୍କର କାରରେ ଚିକିତ୍ସା କରାଇବାକୁ ଆଣିଥିଲେ ଗାଁ’ର ଅନ୍ୟ ଜଣଙ୍କ ସହିତ, ଓ ଡ଼ାଃ ସ୍ମିତାରାଣୀ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ୫ ଟି ଆମ୍ବୁଲାନ୍ସରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲକୁ ପଠାଇ ଦିଆଯାଇଛି ବୋଲି ସୂଚନା ଦେଇଥିଲେ, ଗୁରୁତ୍ତର ହୋଇଥିବା ମୋଟ ଛଅ ଜଣଙ୍କ ମଧ୍ୟରୁ ୩ ଜଣ ଗୁରୁତ୍ତର ରହିଥିବା ବେଳେ ଭୈରବୀ ଅଦାବରିଆ (୫୭), ଭାନୁମତି ଅଦାବରିଆ (୬୦), ଦୁତି ଅଦାବରିଆ (୫୮), ମହେଶ୍ୱର ଅଦାବରିଆ (୨୮), ମାଳତି ମହାକୁଡ଼ (୫୦) ଓ ଭାଗ୍ୟବତୀ ଅଦାବରିଆ (୨୬) ସମସ୍ତେ ଗୁରୁତ୍ତର ଥିବା ଜଣାପଡ଼ିଛି, ମୋଟ ପାଞ୍ଚ ଟି ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଇଛି, ସେପଟେ ହସ୍ପିଟାଲରେ ଲୋକଙ୍କ ପ୍ରବଳ ଭିଡ ଜମିରହିଛି, କାନୁଟ ଗାଁ’ରେ ବେଲପଡ଼ା ପୁଲିସ ଓ ହସ୍ପିଟାଲରେ କଣ୍ଟାବାଞ୍ଜି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି, ଯାହା ସୂଚନା ମିଳିଛି ଯେ ତାଙ୍କ ଘରେ ରୋଷେଇ କରୁଥିବା ବେଳେ କୌଣସି କାରଣରୁ ଗ୍ଯାସ ଲିକ୍ ହୋଇ ବିସ୍ପୋରଣ ଘଟିଥିଲା, ଓ ପାଖରେ ଥିବା ଲୋକମାନେ ଅଧିକ ଆହାତ ହୋଇଥିବା ପ୍ରକାଶ, ସମସ୍ତେ ଟିଭି ଦେଖୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି, ଓ ଗ୍ରାମବାସୀ ବିସ୍ଫୋରଣ ସବଦ ଶୁଣି ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ହସ୍ପିଟାଲ ପହଞ୍ଚାଇବାରେ ସହଯୋଗ କରିଥିଲେ,

Leave A Reply

Your email address will not be published.