କଣ୍ଟାବାଞ୍ଜି ; ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ହରି ଭବନ ଠାରେ ରବିବାର ଅଜୟ ଦାସଙ୍କ ନେତୃତ୍ବରେ ଏକ ବିଶାଳ ସମାବେଶ ହୋଇଥିଲା ଏହି ସମାବେଶରେ ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ବ୍ଲକ ଓ କଣ୍ଟାବାଞ୍ଜି ଏନଏସିର ୧୫ ହଜାର ରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମକର୍ତ୍ତା ମାନେ ଏକ ଜୁଟ ହୋଇଥିଲେ, ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ଆଳୋକପାତ କରିବା ସହିତ କାର୍ଯ୍ୟକର୍ତ୍ତା ମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ ବରିଷ୍ଠ ବିଜେଡ଼ି ନେତା ଅଜୟ ଦାସ ୨୦୨୪ ବିଧାନସଭା ନିର୍ବାଚନ ଥିବାରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ରୂପେ ପରିଚିତ ଥିବାରୁ ୨୦୨୪ ନିର୍ବାଚନରେ ବିଜେଡ଼ି ବିଧାୟକ ଭାବେ ଏହି ନିର୍ବାଚନ ମଣ୍ଡଳୀ ରୁ ଗୋଟିଏ ବିଧାୟକ ଭେଟି ଦେବା ପାଇଁ ଏହି ସଭାରେ କହିଥିଲେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବିଧାୟକ ଥିବାବେଳେ କଣ୍ଟାବାଞ୍ଜିର ଯେଉଁ ବିକାଶ ହେବା କଥା ସେହି ଭଳି କୌଣସି ବିକାଶ ହୋଇ ନାହିଁ କିନ୍ତୁ ୧୦ ବର୍ଷ ତଳକୁ ଖସି ଯାଇଛି ବୋଲି ଗର୍ଜି ଥିଲେ । ସର୍ବପ୍ରଥମେ ରାମ ମନ୍ଦିର ପ୍ରାଙ୍ଗଣରେ ସମସ୍ତେ ଏକତ୍ରିତ ହୋଇ ଏକ ବିଶାଳ ରାଲି ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ଓ ୩ ନମ୍ବର ରାସ୍ତାରେ ଥିବା ହରି ଭବନ ଠାରେ ଆୟୋଜନ ହୋଇଥିଲା ବୈଠକ, ଏହି ବୈଠକରେ ରାଜ୍ୟ ୟୁବା ସମ୍ପାଦକ ଶ୍ରୀ ଅଜିତ ଯୋଶୀ. ଆଇନ ପରାମର୍ଶଦାତା ଶ୍ରୀ ପ୍ରଫୁଲ ନାୟକ. ବରିଷ୍ଠ ଆଇନଜୀବୀ ଶ୍ରୀ ଅଭିମନ୍ୟୁ ନାଗ. ଜିଲ୍ଲା ସମ୍ପାଦକ ଶ୍ରୀ ରାଜେନ୍ଦ୍ର ବେହେରା. ବିନୟ ବିଭାର. ଜିଲ୍ଲା ୟୁବା ସମ୍ପାଦକ ଶ୍ରୀ ଶାନ୍ତନୁ ବିଭାର. ମୁରିବାହାଲ ବ୍ଲକ ସଭାପତି ଶ୍ରୀ ମୀନିକେତନ ପୁଟେଲ. ୟୁବା ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ବାଗ. ବଙ୍ଗୋମୁଣ୍ଡା ବ୍ଳକ କାର୍ଯ୍ୟକାରୀ ବ୍ଲକ ସଭାପତି ଶ୍ରୀ ଡମ୍ବରୁ ମେହେର. ଜିଲ୍ଲା ୟୁବା ସମ୍ପାଦକ ଶ୍ରୀ ବୁଲୁ ସିଂ ଦେଓ. ବରିଷ୍ଠ ସଦସ୍ୟ ଶ୍ରୀ ବିରଞ୍ଚି ଜାଲ. ତୁରେକେଲା ବ୍ଲକ କୃଷକ କଲ୍ୟାଣ ସଭାପତି ଶ୍ରୀ ଲକ୍ଷ୍ମଣ ପୁଟେଲ. କାଉନସିଲ ସୂର୍ଯ୍ୟ ପ୍ରତାପ ମିଶ୍ର. ରାଜ୍ଯ ମହିଳା ଉପସଭାପତି ଶ୍ରୀମତୀ ଗୋପା ମହାନନ୍ଦ. ଜିଲାପରିଷଦ ଉପାଦକ୍ଷ ଶ୍ରୀମତୀ ମିଥିଳା ମାଝି. ଜିଲାପରିଷଦ ନିରୂପମା ଗହୀର. ତୁରେକେଲା ବ୍ଲକ ମହିଳା ସଭାପତି ଶ୍ରୀମତୀ ସରସ୍ୱତୀ ମେହେର. କାଉନସିଲ ଶ୍ରୀମତୀ ଯାଜ୍ଞସେନୀ ନାଗ. ମହିଳା ନଗର ସଭାପତି ଶ୍ରୀମତୀ ସସ୍ମିତା ଦଣ୍ଡସେନା ପ୍ରମୁଖ ମଞ୍ଚାସୀନ ଥିଲେ, ସଦା ସର୍ବଦା ବିରୋଧୀ ନେତା ମାନେ ଅଜୟ ଦାସଙ୍କୁ ବାହାର ଲୋକ ବୋଲି କହୁଥିବା ବେଳେ ମୁହଁ ତୋଡ ଜବାବ ଦେଇଥିଲେ ଏହି ସଭାରେ ବିରୋଧୀଙ୍କୁ ଲୋକଙ୍କ ସୁଖ ଦୁଃଖରେ ସଦା ସର୍ବଦା ପ୍ରଂଶସନୀୟ ସାଉଁଟି ଥିବା ବେଳେ ଦିନକୁ ଦିନ ଲୋକ ପ୍ରିୟତା ବଢୁ ଥିବାରୁ ଅଜୟ ଦାସଙ୍କୁ ବିରୋଧୀ ସହ୍ୟ କରି ପାରୁ ନାହାଁନ୍ତି ବୋଲି ଏହି ପ୍ରସଙ୍ଗ ଉଠାଇ କହିଥିଲେ ଓ ଆଗାମୀ ନିର୍ବାଚନ ପାଇଁ ଏହା ଏକ ବିଶାଳ ସମାବେଶ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ବିରୋଧୀ ନେତା ମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ତେବେ ଏହି ସଭାରେ ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ଅଜିତ ଯୋସି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ୨୦୨୪ ନିର୍ବାଚନରେ ଅଜୟ ଦାସଙ୍କୁ ଟିକେଟ ନଦେବ ଦଳ ତେବେ ଦଳ ଛାଡ଼ି ଦେବୁ ବୋଲି ଘୋଷଣା କରିଥିଲେ ଓ ଉପସ୍ଥିତ ଲୋକଙ୍କ ତାଳିରେ ମଞ୍ଚ ହଲାଇ ଦେଇଥିଲେ, ସେହିପରି ଆଇନ ପରାମର୍ଶଦାତା ପ୍ରଫୁଲ ନାୟକ ମଧ୍ୟ ସେହି ଗୋଟିଏ କଥା କହିଥିଲେ ଓ ଦଳ ଛାଡ଼ିବାକୁ ବାଧ୍ଯ ହେବୁ ବୋଲି କହିଥିଲେ, ଜନସାଧାରଣଙ୍କ ମଧ୍ୟରେ ଗରିବ ଦୁଖିର ଗୁଟେ ଆସ ୨୦୨୪ ଅଜୟ ଦାସ ନାରାରେ କମ୍ପି ଉଠୁଥିଲା କଣ୍ଟାବାଞ୍ଜି, ଅନ୍ୟ ପକ୍ଷରେ ଗତ ୨୦୧୯ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିବା କୁହାଯାଉଥିବା ନେତା ମାନେ ଉପସ୍ଥିତ ରହି ନଥିବାରୁ ସେହି ନେତା ମାନଙ୍କ ଉପରେ ବର୍ତ୍ତମାନ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା କରାଯାଉଥିବା ବେଳେ ସେମାନେ ସତରେ କଣ ବିଜୁ ଜନତା ଦଳର ନେତା ବୋଲି ପ୍ରଶ୍ନ ଉଠୁଛି